• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଣିରେ ଚାଳିବ କାଋ୍! ସିଧାସଳଖ ପାଣିରେ ନଚାଲିଲେ ବି ପାଣିରେ ଥିବା ଦୁଇ କେମିକାଲ କମ୍ପୋନେଣ୍ଟ ହାଇଡ୍ରୋଜନ୍ ଓ ଅକ୍ସିଜେନ୍ ମଧ୍ୟରୁ ହାଇଡ୍ରୋଜେନ୍‌କୁ ଅଲଗା କରାଯାଇ ସେଥିରେ ଗଡ଼ିବ କାର୍ । ଏବେ ବ୍ୟବହୃତ ହେଉଥିବା କାର୍ ଖର୍ଚ୍ଚ ଠାରୁ ଖୁବ୍ କମ୍ ବ୍ୟୟରେ ଚାଲିବ କାର୍ । ଏହି ଗ୍ରୀନ ହାଇଡ୍ରୋଜେନ୍ କାର ପରିବେଶ ପାଇଁ ଉପଯୋଗୀ ହୋଇଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଏ ନେଇ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ ।

ଖୁବ ଶୀଘ୍ର ରାସ୍ତାରେ ଗଡ଼ିବ ପାଣିରେ ଚାଲୁଥିବା କାର । ଆଜି ଏମିତି ଏକ କାର୍ ଧରି ସଂସଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ଏହା ହେଲା ହାଇଡ୍ରୋଜେନ ଆଧାରିତ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ଭେଇକିଲ୍ ବା ଗ୍ରୀନ ହାଇଡ୍ରୋଜେନ ଆଧାରିତ ଗାଡ଼ି। ଭାରତରେ ପାଇଲଟ ପ୍ରୋଜେକ୍ଟ ହିସାବରେ ଏହାର ଶୁଭାରମ୍ଭ ହୋଇଛି । ପେଟ୍ରୋଲ-ଡିଜେଲ କାର୍‌ରେ କିଲୋମିଟର ପିଛା ୧୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଇଭି ବା ଇଲେକ୍ଟ୍ରିକ ଭେହିକିଲ୍‌ରେ କିଲୋମିଟର ପିଛା ଖର୍ଚ୍ଚ ହେଉଛି ପ୍ରାୟ ୨ ଟଙ୍କା ।

ଗ୍ରୀନ ହାଇଡ୍ରୋଜେନ ଗାଡ଼ିରେ ଏହା ଆହୁରି କମି କିଲୋମିଟର ପିଛା ମାତ୍ର ଟଙ୍କାଏ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଟାଙ୍କି ଫୁଲ୍ କରିଦେଲେ ଥରକେ ୬ ଶହ କିଲୋମିଟର ପର୍ଯ୍ୟନ୍ତ ଏହା ଯାଇପାରିବ । ଦେଶରେ ହାଇଡ୍ରୋଜେନ ଉତ୍ପାଦନ ବ୍ୟାପକ କରାଇବାକୁ ୩ ହଜାର କୋଟି ଟଙ୍କା ବ୍ୟୟରେ ମିଶନ ଗ୍ରୀନ ହାଇଡ୍ରୋଜେନ ଆରମ୍ଭ ହେବାକୁ ଯାଉଛି ବୋଲି ଗଡ଼କରୀ କହିଛନ୍ତି ।

 

ସତରେ କଣ ପାଣି ଭର୍ତ୍ତି କଲେ କାର ଚାଲିବ? କଥାଟା ପ୍ରକୃତରେ ସେମିତି ନୁହେଁ, ଗାଡ଼ିରେ ପାଣି ଭର୍ତ୍ତି କରାଯିବ ନାହିଁ । ଦୁଇଟି ରାସାୟନିକ ଉପାଦାନ ଉଦଯାନ ବା ହାଇଡ୍ରୋଜେନ୍ ଏବଂ ଅମ୍ଲଜାନ ବା ଅକ୍ସିଜେନକୁ ନେଇ ଗଠିତ ପାଣି । ତେଣୁ ପାଣିରୁ ଏହି ହାଇଡ୍ରୋଜେନ ଓ ଅକ୍ସିଜେନକୁ ଅଲଗା ଅଲଗା କରି ହାଇଡ୍ରୋଜେନକୁ କମ୍ପ୍ରେସ କରାଯିବ । ଗାଡ଼ିର ଟାଙ୍କିରେ ଏହି ତରଳ ହାଇଡ୍ରୋଜେନ ଭର୍ତ୍ତି କଲେ, ସେଥିରୁ ଯେଉଁ ଶକ୍ତି ବାହାରିବ, ସେଥିରେ ଚାଲିବ କାର୍ ।

ପେଟ୍ରୋଲ ଡିଜେଲ ଗାଡ଼ିରେ ଧୂଆଁ ବାହାରି ପ୍ରଦୂଷଣ ହେଉଥିବା ବେଳେ ହାଇଡ୍ରୋଜେନ କାର୍‌ରୁ ଆଦୌ ଧୁଆଁ କି ପରିବେଶ ପ୍ରଦୂଷଣକାରୀ କୌଣସି ପଦାର୍ଥ ବାହାରିବ ନାହିଁ । କେବଳ ଟିକେ ଜଳୀୟ ବାଷ୍ପ ବାହାରିବ । ତେଣୁ ଗ୍ରୀନ୍ ହାଇଡ୍ରୋଜେନକୁ ଭବିଷ୍ୟତର ଜାଳେଣି ବୋଲି କୁହାଗଲାଣି । ଭାରତରେ ଏହି ଟେକ୍ନୋଲୋଜି ନିମନ୍ତେ ବହୁତ କାମ ବାକି ଥିବା କହିଛନ୍ତି ବିଶେଷଜ୍ଞ । ଏପରି ଗାଡ଼ି ବହୁତ ମହଙ୍ଗା ହୋଇଥିବାରୁ ଏହାକୁ ଶସ୍ତା କରିବାକୁ ମତ ପ୍ରକାଶ ପାଇଛି ।