• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିଆରା ଢ଼ଙ୍ଗରେ ଚୋରି । ଏମିତି ଚୋରି ନା କୌଣସି ଫିଲ୍ମରେ ଅଛି ନା କୌଣସି କାହାଣୀରେ ଆପଣ ଶୁଣିଥିବେ । ସାମାନ୍ୟ ଏକ ଖବରକାଗଜ ଜରିଆରେ ପୁରା ଘରେ କଳାକନା ବୁଲାଇଛନ୍ତି ଚୋର । ଘରୁ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ରାତାରାତି ଗାୟବ କରିଦେଇଛନ୍ତି ଚୋର । ଏଥିରେ ସୁନା ଗହଣା ଅଳଙ୍କାର ମଧ୍ୟ ସାମିଲ ।

ଆଶ୍ଚର୍ଯ୍ୟ ଲାଗୁଛି ନା । ସାମାନ୍ୟ ଗୋଟିଏ ଖବର କାଗଜ ମାଧ୍ୟମରେ କେମିତି ଚୋରି ହୋଇପାରିବ । ଆଉ ତାହା ପୁଣି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି । ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ସମ୍ପର୍କରେ କହିବୁ ତାହା ଜାଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଉ ଘର ଆଗରେ ଖବର କାଗଜ ଦେଖିଲେ ଏହି ଘଟଣା ସମ୍ପର୍କରେ ମନେପକାଇବେ । ଆପଣଙ୍କ ଛାତିରେ ଛନକା ପଶିବ ।

ଏହି ଘଟଣା ହେଉଛି ୟୁପି ଗାଜିଆବାଦ୍‌ର । ଏଠାରେ ଏମିତି ଏକ ଚୋର ଗ୍ୟାଙ୍ଗ ମାତିଛନ୍ତି, ଯେଉଁମାନେ ପ୍ରଥମେ ଘର ଆଗରେ ଖବରକାଗଜ ଫିଙ୍ଗୁଛନ୍ତି । ଆଉ ସେଥିରୁ ପତ୍ତା ଲଗାଉଛନ୍ତି, କେଉଁ ଘରେ ପରିବାର ଲୋକ ଅଛନ୍ତି ଆଉ କେଉଁ ଘରେ ନାହାନ୍ତି କିମ୍ବା କେଉଁ ଘର ମଣିଷ ଶୂନ୍ୟ । ଯେଉଁ ଘରେ ଖବରକାଗଜ ଫିଙ୍ଗିବାର ଦୀର୍ଘ ଦିନ ପର୍ଯ୍ୟନ୍ତ ସେମିତି ପଡ଼ିରହେ । ସେହି ଘରେ ମଣିଷ ନାହାନ୍ତି ବା ପରିବାର ଲୋକ ନାହାନ୍ତି ବୋଲି ସେମାନେ ଜାଣିପାରନ୍ତି । ଆଉ ଏହାପରେ ଆରମ୍ଭ ହୁଏ ଚୋରି ପ୍ଲାନ୍‌ ।

ଚିରାଚରିତ ଢ଼ଙ୍ଗରେ ଘରେ ପଶି କରିଥାନ୍ତି ଚୋରି । ଆଖ ପାଖରେ କେହି ନଥିବା ସମୟରେ କିମ୍ବା ରାତି ସମୟରେ ସେମାନେ ଘରେ ପଶିଥାନ୍ତି । ପୁରା ଘରେ କଳାକନା ବୁଲାଇବା ପରେ ଛାଡ଼ିଥାନ୍ତି ଘର ।

ତେବେ ଗାଜିଆବାଦର ଅବନ୍ତିକା ଫେଜ୍‌ ୨ରେ ଏମିତି ଢ଼ଙ୍ଗରେ ଏକ ଘରେ ଚୋରି ହୋଇଥିବା ଖବର ମିଳିଛି । ପରିବାର ଲୋକ ବୈଷ୍ଣୋଦେବୀ ବୁଲିବାକୁ ଯାଇଥିବା ବେଳେ ତାଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ଟ୍ରିପ୍‌ରୁ ଫେରିବା ପରେ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଲେ ପରିବାର ଲୋକ । ଏହି ପରିବାରର ମୋଟ ୩ ଜଣ ସଦସ୍ୟ । ସେମାନେ ହେଲେ ରବିନ୍ଦ୍ର କୁମାର ବଂଶଲ (ବରିଷ୍ଠ ନାଗରିକ) ତାଙ୍କ ପତ୍ନୀ ଏବଂ ଝିଅ । ଅକ୍ଟୋବର ୨୯ ତାରିଖରେ ସେମାନେ ବୈଷ୍ଣୋଦେବୀ ବୁଲିବାକୁ ବାହାରି ଯାଇଥିଲେ । ଆଉ ଗତ ବୁଧବାର ବା ନଭେମ୍ବର ୨ ତାରିଖ ଦିନ ଫେରିଥିଲେ ।

ରବିନ୍ଦ୍ରଙ୍କ କହିବାନୁଯାୟୀ, ସେ ଘରକୁ ଫେରିବା ବେଳେ ଦେଖିଲେ ତାଙ୍କ ଘରର କବାଟ ଖୋଲା ଅଛି । ଏହାସହ ଭିତର ଲୁହା ଗ୍ରୀଲ ମଧ୍ୟ ଭଙ୍ଗାଯାଇଛି । ଗୋଟିଏ ଖବରକାଗଜ ତାଙ୍କ ଘର ବାହାରେ ପଡ଼ିଛି । ସୂଚନାଯୋଗ୍ୟଯେ, ସେ ଘରକୁ ଖବରକାଗଜ ମଗାନ୍ତି ନାହିଁ। ଏହା ଦେଖି ତାଙ୍କର ସନ୍ଦେହ ହୋଇଥିଲା। ତେବେ ଦେଖୁ ଦେଖୁ ତାଙ୍କ ଘରୁ ଟଙ୍କା ପଇସା ସହ ସୁନା-ରୂପା ଗହଣା ସବୁ ଚୋରି ହୋଇଛି । ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ।

ରବିନ୍ଦ୍ର ଯେତେବେଳେ ଘରର ସିସିଟିଭି ଯାଞ୍ଚ କଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ, ଏହି ଚୋରି ରାତି ସମୟରେ ହୋଇଛି । ଏନେଇ ଥାନାରେ ଏତଲା ଦିଆଯିବା ପରେ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରି ଚୋର ଗ୍ୟାଙ୍ଗକୁ ଧରିବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ ।