Advertisment

ଚାହା ପିଇବା ପାଇଁ ମାଆକୁ ଡାକୁଛି ଶୁଆ

ମହିଳା ଓ ଶୁଆ ମଧ୍ୟରେ ସମ୍ପର୍କ ମାଆ ପୁଅ ଠାରୁ ବି କୌଣସି ଗୁଣରେ କମ୍ ନୁହେଁ।

author-image
Chandan Shishu
ଅଦ୍ୟତନ ହୋଇଛି
 Parrot Calls Mummy Asking For Chai

Parrot Calls Mummy Asking For Chai

ଆମେ ଯେତେ ସବୁ ପକ୍ଷୀ ଦେଖୁ, ସେଥିରେ ଅନ୍ୟତମ ସୁନ୍ଦର ପକ୍ଷୀ ହେଉଛି ଶୁଆ। ମଣିଷର କଥାକୁ ଶୁଣେ, ମଣିଷ ପରି କଥା କୁହେ। ସେଥିପାଇଁ ତ ଶୁଆକୁ ମଣିଷର ସାଥୀ ବୋଲି କୁହାଯାଏ। ଭାରତୀୟମାନେ ଶୁଆ ପୋଷିବାକୁ ବେଶ୍ ପସନ୍ଦ କରନ୍ତି। ଦେଶରେ ସାଧାରଣତଃ ସବୁଜ ରଙ୍ଗର ଶୁଆ ଆମେ ଦେଖିବାକୁ ପାଇଥାଉ। କିନ୍ତୁ ଏମିତି ଶୁଆ ଅନେକଙ୍କ ପାଖରେ ରହିଥାଏ, ଯାହାର ସ୍ୱର ଓ କଥାବାର୍ତ୍ତା ମଣିଷଙ୍କୁ ସହଜରେ ମିଳିନଥାଏ। ଯାହାର ଭିଡିଓ ଭାଇରାଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

Advertisment

ଭିଡିଓରେ ଦେଖାଦେଉଥିବା ଶୁଆଟି ସୁନ୍ଦର ଭାବେ ମମି, ମମି ବୋଲି ଡାକୁଛି। ଭିଡିଓଟି ଜଣେ ଆଇପିଏସ୍ ଅଫିସର ଦିପାଂଶୁ କାବ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ୧୬ ହଜାର ଭ୍ୟୁଜ ହୋଇଛି। ନାଲି ରଙ୍ଗର ଶୁଆଟି ଏକ ଷ୍ଟୁଲ ଉପରେ ବସିଛି। ଆଉ ତା ମାଆକୁ ମମି ମମି କହି ଡାକୁଛି। ଆଉ ଶୁଆଟିଏର ଡାକ ଛୋଟ ପିଲାଙ୍କ ସ୍ୱର ପରି ଶୁଭୁଛି। 

Advertisment

ତେବେ ସେଠାରେ ଥିବା ମହିଳା ଜଣକ ରୋଷେଇ ଘରେ ଥାଇ ଶୁଆର ଉତ୍ତର ଦେଉଛନ୍ତି। କହୁଛନ୍ତି- ଆୟି ବେଟା। ମହିଳା ଜଣକ କଥା ଶୁଣିବା ପରେ ଶୁଆଟି ହ୍ୱିଷ୍ଟିଲ ମାରୁଛି ଓ ହିନ୍ଦୀରେ କଥା ହେଉଛି। ତାପରେ ମହିଳା ଜଣକ କହୁଛନ୍ତି- 'ଆୟି ବେଟା ଆୟି', 'ଚାଏ ଲା ରେହି ହୁଁ'  । ଆଉ ଶୁଆଟି ସୁନ୍ଦର ସ୍ୱରରେ କହୁଛି ''ଚାଏ''।

ଶୁଆଟିର ଗୋଟିଏ କଥା ଅନେକ କଥା ବଖାଣୁଛି। ମହିଳା ଓ ଶୁଆ ମଧ୍ୟରେ ସମ୍ପର୍କ ମାଆ ପୁଅ ଠାରୁ ବି କୌଣସି ଗୁଣରେ କମ୍ ନୁହେଁ। ନାଲି ରଙ୍ଗର ଏହି ଶୁଆଟି ଲୋରୀ ବ୍ରିଡ୍( ଭିନ୍ନ ପ୍ରଜାତିର)। ଯାହା ଇଣ୍ଡୋନେସିଆର ନର୍ଥ ମଲୁକୁ ଜଙ୍ଗଲରେ ବସବାସ କରନ୍ତି। 

Viral Video Mother Parrot Love
Advertisment
Advertisment