Advertisment

କାଲିଠୁ ସଂସଦର ବଜେଟ୍ ଅଧିବେଶନ; ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଯୋଜନା ପ୍ରସ୍ତୁତ...

ବଜେଟ୍ ଅଧିବେଶନ ପୂର୍ବରୁ ବସିସାରିଛି ସର୍ବଦଳୀୟ ବୈଠକ। କାଲି ଉପସ୍ଥାପନ ହେବ ଇକୋନୋମିକ ସର୍ଭେ ରିପୋର୍ଟ-୨୦୨୪।

author-image
Sujit kumar Swain
ଅଦ୍ୟତନ ହୋଇଛି
Parliament Budget Session

Parliament Budget Session

ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ତାପୂର୍ବରୁ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ଆଜି ବସିଥିଲା ସର୍ବଦଳୀୟ ବୈଠକ।  ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି। ଏପଟେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ଲାଗି ବିରୋଧୀ ଯୋଜନା ପ୍ରସ୍ତୁତ କରିଛନ୍ତି । 

Advertisment

କାଲିଠୁ ସଂସଦର ବଜେଟ୍ ଅଧିବେଶନ। ବଜେଟ୍ ଅଧିବେଶନ ପୂର୍ବରୁ ବସିସାରିଛି ସର୍ବଦଳୀୟ ବୈଠକ। କାଲି ଉପସ୍ଥାପନ ହେବ ଇକୋନୋମିକ ସର୍ଭେ ରିପୋର୍ଟ-୨୦୨୪। ଆଉ ମୋଦି ସରକାର ୩.୦ ଗଠନ ପରେ ଜୁଲାଇ ୨୩ରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତ ଫେବ୍ରୁଆରୀ ୧ ତାରିଖରେ ଉପସ୍ଥାପନ ହୋଇଥିଲା କାମଚଳା ବଜେଟ। ଏଥର ବଜେଟରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସହ ଇନକମ ଟ୍ୟାକ୍ସ ସ୍ଲାବ୍ ଉପରେ ରହିଛି ଫୋକସ । ଚାଷୀ ଓ କୃଷି କ୍ଷେତ୍ର ପାଇଁ କଣ ରହିବ ବଜେଟରେ ତାହା ଏବେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । ଏସବୁ ଦୃଷ୍ଟି କୋଣରୁ ଚଳିତ ଅଧିବେଶନ ନୂଆ ସରକାର ପାଇଁ ଚ୍ୟାଲେଞ୍ଜିଂ ରହିବ। ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରିପାରନ୍ତି । ତେଣୁ ବଜେଟ୍ ଅଧିବେଶନ ପୂର୍ବରୁ ବସିଥିଲା ସର୍ବଦଳୀୟ ବୈଠକ। ଗୃହରେ କେଉଁ ସବୁ ମୁଦ୍ଦା ଉଠିବ ସେ ନେଇ ଆଲୋଚନା ହୋଇଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଭୟ ରାଜ୍ୟସଭା ଏବଂ ଲୋକସଭା ସାଂସଦଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଆମ ମାନଙ୍କ ମଧ୍ୟରେ ଉପଯୋଗୀ ଆଲୋଚନା ହୋଇଛି । ସବୁ ଦଳର ନେତାଙ୍କଠାରୁ ଉତ୍ତମ ପରାମର୍ଶ ପାଇଛି । ସମସ୍ତ ସଦସ୍ୟଙ୍କୁ ନେଇ କିଭଳି ସଂସଦକୁ ସୂଚାରୁରୂପରେ ଚଲାଯାଇ ପାଯିବ, ସେନେଇ ଆଲୋଚନା ହୋଇଛି। ଅଧିବେଶନରେ ମୋଟ ୬ଟି ବିଲ୍ ଆସିବା ସମ୍ଭାବନା ରହିଛି । ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସମେତ ଅନ୍ୟମନ୍ତ୍ରୀ ଓ ସାଂସଦମାନେ ଉପସ୍ଥିତ ଥିଲେ। 

Advertisment

ସେପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ଯୋଜନା ପ୍ରସ୍ତୁତ କରିଛନ୍ତି। ନିଟ୍ ୟୁଜି ସ୍କାମ ଅଭିଯୋଗ ସହ ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଆଦି ପ୍ରସଙ୍ଗ କରିବ ବିରୋଧୀ କଂଗ୍ରେସ । ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ମୁଦ୍ରାସ୍ପିତୀ, ବେରୋଜଗାରୀ, ପେପର ଲିକ୍, ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗ ଉଠାଯିବ । କଂଗ୍ରେସ ନେତା ଜୟରାମ ରମେଶଙ୍କ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ YSR କଂଗ୍ରେସ ନେତା ଦାବି କରିବେ । ସେହିପରି ଜେଡିୟୁ ମଧ୍ୟ ବିହାର ପାଇଁ ସମାନ ଦାବି ଉଠାଇବ । କିନ୍ତୁ ଏନେଇ ଟିଡିପି ନିରବ ବୋଲି କହିଛନ୍ତି ଜୟରାମ ରମେଶ। 

ଚଳିତ ବଜେଟ ଅଧିବେଶନ ଆସନ୍ତା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଶାସକ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିରୋଧୀଙ୍କ କଣ ରହିବ ଷ୍ଟ୍ରାଟେଜି ତାଉପରେ ସମସ୍ତଙ୍କ ରହିଛି ନଜର ।  

Union Budget Budget Session
Advertisment
Advertisment