Advertisment

ଚାପମୁକ୍ତ ହୋଇ ପରୀକ୍ଷା ଦିଅ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅନ୍ଇନରୁ ଜ୍ଞାନ ଆହରଣ କରି ଅଫଲାଇନରେ ପ୍ରୟୋଗ କର ଚାପମୁକ୍ତ ହୋଇ ପରୀକ୍ଷା ଦିଅ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author-image
Pallipuspa Samal
pariksha pe charcha 2022

pariksha pe charcha 2022

ଅନଲାଇନ କି ଅଫଲାଇନ ସମସ୍ୟା ନୁହେଁ, ମନ ନଲାଗିବା ହେଉଛି ସମସ୍ୟା । ଆଧାର ମଜବୁତ ପାଇଁ ଅନଲାଇନ ଉପଯୋଗ କଲେ ସୁଫଳ ମିଳିବ ବୋଲି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି। ତୁମେମାନେ ଜୀବନରେ ଅନେକ ପରୀକ୍ଷା ଦେଇସାରିଲଣି ପରୀକ୍ଷା ଜୀବନର ଏକ ଅଙ୍ଗ ପାଲଟି ସାରିଲାଣି ସମୟ ବଦଳିବା ସହ ମାଧ୍ୟମ ବଦଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisment

ନୂଆଦିଲ୍ଲୀର ତାଲ୍କଟୋରା ଷ୍ଟାଡିୟମରେ ପିଲାଙ୍କ ସହ ଆଲୋଚନା ବେଳେ ଜାତୀୟ ଶିକ୍ଷାନୀତି ସଂପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଶିକ୍ଷାନୀତିକୁ ସରକାର ନୁହଁନ୍ତି; ଶିକ୍ଷକ, ଅଭିଭାବକ, ଛାତ୍ର ବନେଇଛନ୍ତି ଅନେକ ଚର୍ଚ୍ଚା, ପରୀକ୍ଷାନିରୀକ୍ଷା ପରେ ଶିକ୍ଷାନୀତି ପ୍ରସ୍ତୁତ ହୋଇଥିବା ମୋଦି କହିଛନ୍ତି । ଆଗାମୀ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ  ।

ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ପ୍ରାୟ ୧୫ଲକ୍ଷରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ତିନିଟି ଏଡିସନ୍ । ଦିଲ୍ଲୀର ଟାଉନ୍ ହଲରେ ହୋଇଥିବା ବେଳେ କରୋନା ଯୋଗୁଁ ଚତୁର୍ଥ ସଂସ୍କରଣ ଅନଲାଇନରେ ହୋଇଥିଲା ।

Advertisment
Pariksha Pe Charcha
Advertisment
Advertisment