Advertisment

Future of Pakistan by 2025: ‘୨୦୨୫ ଭିତରେ ପାକିସ୍ତାନ ୪ ଭାଗରେ ବିଭକ୍ତ ହୋଇଯିବ’

ପାକିସ୍ତାନ ଆମଠାରୁ କାଶ୍ମୀରର ଯେଉଁ ଅଂଶ ନେଇଛି, ଆମେ ନିଶ୍ଚିତ ଭାବରେ ତାହାକୁ ଫେରାଇ ଆଣିବୁ। ଏହା ବ୍ୟତୀତ, ପାକିସ୍ତାନକୁ ବେଲୁଚିସ୍ତାନ, ପସ୍ତୁନିସ୍ତାନ ଏବଂ ପଞ୍ଜାବ ନାମରେ ପୃଥକ ଦେଶରେ ବିଭକ୍ତ କରାଯିବ।

ଅଦ୍ୟତନ ହୋଇଛି
Future of Pakistan by 2025

Future of Pakistan by 2025

Advertisment

୨୦୨୫ ଭିତରେ ପାକିସ୍ତାନ ଏକ ଦେଶ ଭାବରେ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ। ପାକିସ୍ତାନ ଚାରି ଭାଗରେ ବିଭକ୍ତ ହୋଇଯିବ । ପାକିସ୍ତାନ ଆମଠାରୁ କାଶ୍ମୀରର ଯେଉଁ ଅଂଶ ନେଇଛି, ଆମେ ନିଶ୍ଚିତ ଭାବରେ ତାହାକୁ ଫେରାଇ ଆଣିବୁ। ଏହା ବ୍ୟତୀତ, ପାକିସ୍ତାନକୁ ବେଲୁଚିସ୍ତାନ, ପସ୍ତୁନିସ୍ତାନ ଏବଂ ପଞ୍ଜାବ ନାମରେ ପୃଥକ ଦେଶରେ ବିଭକ୍ତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କରିବେ। ମୁଁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଏହା କହୁଛି। ଯଦି ଏହି ବର୍ଷ ପାକିସ୍ତାନକୁ ଅନେକ ଭାଗରେ ବିଭକ୍ତ କରା ନ ଯାଏ, ତେବେ ଆପଣ ଆମକୁ କହିବେ ଯେ ବିଜେପି ଲୋକ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି। ଏଭଳି ଭାବରେ କହି ପାକିସ୍ତାନକୁ ଟାଗେର୍ଟ କରିଛନ୍ତି ବିଜେପିର ସାଂସଦ ନିଶିକାନ୍ତ ଦୁବେ ।

Advertisment

ଗତକାଲି ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ମହେଶମାରା ରେଳ ହଲ୍ଟ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ନିଶିକାନ୍ତ ଦୁବେ । ଆହୁରି କହିଛନ୍ତି ଯେ, ‘ପାକିସ୍ତାନ ଶେଷ ହୋଇଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ଏହି ଆତ୍ମବିଶ୍ୱାସ ଯୋଗୁଁ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ଆଜି ଦେଶର ନେତୃତ୍ୱ ଏମିତି ଜଣେ ପ୍ରଧାନମନ୍ତ୍ରୀଙ୍କ ହାତରେ ଅଛି ଯିଏ ଦେଶ ଏବଂ ବିଶ୍ୱରେ ତାଙ୍କ ଦକ୍ଷତା ଏବଂ ଶକ୍ତି ପାଇଁ ଜଣାଶୁଣା। ପ୍ରଧାନମନ୍ତ୍ରୀ ବିହାର ମାଟିରୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ନିପାତ କରାଯିବ। 

ଅଧିକ ପଢ଼ନ୍ତୁ : ଯୁଦ୍ଧରେ କବ୍ଜା କରିଥିବା ଯେଉଁ ଜାଗା ପାକିସ୍ତାନକୁ ଫେରାଇଥିଲା ଭାରତ, ସେଇ ବାଟେ ଏବେ ପଶୁଛନ୍ତି ଆତଙ୍କୀ

Advertisment

ଅନ୍ୟପଟେ ପହଲଗାମ୍‌ ନରସଂହାର ପରେ ଭାରତ ନେଇଛି କଡ଼ା ପଦକ୍ଷେପ । ପାକିସ୍ତାନକୁ ଜବତ କରିବା ପାଇଁ କଠୋର ହୋଇଛି ଭାରତ । CCS ବୈଠକ ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍‌ କରି ବଡ଼ ଘୋଷଣା କରିଥିଲେ । ଏହାପରେ ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କରିଥିଲା ଭାରତ । ତେବେ ଏହାରି ଭିତରେ ଅନେକ ପାକିସ୍ତାନ ମହିଳା ଭାରତରେ ବିବାହ କରି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବିନା ବୈଧ ଭିସାରେ ରହୁଥିବା ଘଟଣା ସାମ୍ନାକୁ ଆସିଥିଲା ।

ଏମିତିକି ଭାରତରେ ବିବାହ କରିଥିବା ପାକିସ୍ତାନୀ ମହିଳା ମାନେ ଭାରତ ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଥିଲା । ଏହାରି ଭିତରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡ଼ିଆ 'ଏକ୍ସ' ମାଧ୍ୟମରେ ଏକ ବଡ଼ ପ୍ରଶ୍ନ ଉଠାଇଥିଲେ । ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଥିଲେ ଯେ, 'ପାକିସ୍ତାନୀ ଆତଙ୍କବାଦର ଏକ ନୂତନ ଚେହେରା ଏବେ ସାମ୍ନାକୁ ଆସିଛି । ପାଞ୍ଚ ଲକ୍ଷରୁ ଅଧିକ ପାକିସ୍ତାନୀ ଝିଅ ବିବାହ କରିବା ପରେ ଭାରତରେ ରହୁଛନ୍ତି । ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଭାରତୀୟ ନାଗରିକତା ମିଳିନାହିଁ ।' ଏହାସହ ଭିତରେ ପ୍ରବେଶ କରିଥିବା ଏହି ଶତ୍ରୁମାନଙ୍କ ସହିତ କିପରି ଲଢ଼ିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

Pakistan BJP MP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ