ପାକିସ୍ତାନ ଛାନିଆ, ଡାକିଲା ଜରୁରୀ ବୈଠକ
ପହଲଗାମ୍ ଆକ୍ରମଣ ପରେ ଆକ୍ସନ ମୁଡ୍ରେ ଭାରତ ସରକାର । ବୁଧବାର ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ CCS ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ମୋଦି ନିଷ୍ପତ୍ତି ନେଇଥିଲେ । ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ନିଆଯାଇଥିବା ପଦକ୍ଷେପକୁ ନେଇ ଏବେ ଭୟଭୀତ ହୋଇପଡ଼ିଛି ପାକିସ୍ତାନ । ଭାରତର କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିବା ପାଇଁ ପାକିସ୍ତାନରେ ଜାତୀୟ ସୁରକ୍ଷା କମିଟି (NCC)ର ବୈଠକ ଆରମ୍ଭ ହୋଇଛି। ଏହି ବୈଠକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ଏବଂ ଏଥିରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ, ସୂଚନା ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଉଛନ୍ତି । ସେହିପରି ଏହି NCC ବୈଠକରେ ପାକିସ୍ତାନର ସେନା ମୁଖ୍ୟଙ୍କୁ ମଧ୍ୟ ସାମିଲ କରାଯାଇଛି ବୋଲି ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ, ଖୋଜି ଖୋଜି ଧରିବୁ, ସଜା ଦେବୁ
ପାକିସ୍ତାନର ସରକାରୀ ରେଡିଓ ଚ୍ୟାନେଲ 'ରେଡିଓ ପାକିସ୍ତାନ'ର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଏସସି ବୈଠକରେ ଭାରତର ନେଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯିବ। ପହଲଗାମ ଆକ୍ରମଣ ପରେ ପାକିସ୍ତାନରେ ଉପୁଜିଥିବା ବାହ୍ୟ ଏବଂ ଘରୋଇ ବିପଦ ବିଷୟରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ। ରେଡିଓ ପାକିସ୍ତାନ ତା'ର ରିପୋର୍ଟରେ କହିଛି ଯେ ବୈଠକରେ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ପାଇଁ ଭାରତର ତରବରିଆ ନିଷ୍ପତ୍ତିର ମଧ୍ୟ ସମୀକ୍ଷା କରାଯିବ ।
ମଙ୍ଗଳବାର ଦିନ ପହଲଗାମର ବୈସାରନ ଘାଟିରେ ହୋଇଥିବା ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏକାଧିକ ପର୍ଯ୍ୟଟକ ଆହତ ହୋଇଥିଲେ। ତେବେ ଏହି ଆତଙ୍କବାଦୀଙ୍କ ପାକିସ୍ତାନ ସହିତ ସମ୍ପର୍କ ଥିବା ରିପୋର୍ଟ ଆସିବା ପରେ ଆକ୍ସନ ମୁଡ୍କୁ ଆସିଥିଲା ଭାରତ ସରକାର । ଭାରତ ବୁଧବାର CCS ବୈଠକ ପରେ ଅଟାରୀ-ୱାଘା ସୀମା ବନ୍ଦ କରିଦେଇଛି ଏବଂ ପାକିସ୍ତାନ ସହିତ କୂଟନୈତିକ ସମ୍ପର୍କକୁ ହ୍ରାସ କରିଛି ।
କେବଳ ଏତିକି ନୁହେଁ ଏକ ବଡ଼ ପଦକ୍ଷେପ ନେଇ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି । ରଖିବାର ଘୋଷଣା ମଧ୍ୟ କରିଛି, ଯାହା ପାକିସ୍ତାନକୁ କ୍ରୋଧିତ କରିଛି। ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ପାକିସ୍ତାନ ସିନ୍ଧୁ ଏବଂ ଏହାର ଶାଖା ନଦୀ ଚେନାବ, ଝେଲମ୍, ବ୍ୟାସ୍, ରବି ଏବଂ ସତଲେଜ୍ ନଦୀର ପାଣି ପାଇଥାଏ । ଏହି ନଦୀଗୁଡ଼ିକ କାଶ୍ମୀର ଦେଇ ପାକିସ୍ତାନରେ ପ୍ରବେଶ କରିଥାଏ ।
ପହଲଗାମ ଆକ୍ରମଣ ବିରୋଧରେ ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଏନସିସିର ଏକ ବୈଠକ ଡକାଇଛନ୍ତି। ପାକିସ୍ତାନ କହିଛି ଯେ ଭାରତ କୌଣସି ପ୍ରମାଣ ଉପସ୍ଥାପନ ନକରି କହିଛି ଯେ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଛି। ପାକିସ୍ତାନ ଏହି ଆକ୍ରମଣରେ କୌଣସି ଭୂମିକାକୁ ଅସ୍ୱୀକାର କରିଛି ଏବଂ କ୍ଷତି ପାଇଁ ଶୋକ ପ୍ରକାଶ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745484186.jpg)