ଅର୍ଶଦଙ୍କ ଇନଷ୍ଟାଗ୍ରାମ୍ ଭାରତରେ ବ୍ୟାନ୍
ପହଲଗାମ୍ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକକ୍ତା ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦୁଇ ଦେଶ ମଧ୍ୟ ସମ୍ପର୍କ । ପହଲଗାମ୍ ଆକ୍ରମଣ ପରେ ସମଗ୍ର ଦେଶରେ ଶୋକ ଓ କ୍ରୋଧର ପରିବେଶ ରହିଛି । ଆତଙ୍କବାଦୀ ଓ ସେମାନଙ୍କ ଆକ୍କାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଭାରତ ସରକାର ମଧ୍ୟ ଆକ୍ସନ ମୁଡ୍ରେ ରହିଛି ଏବଂ ପାକିସ୍ତାନ ବିରୋଧରେ ବଡ଼ ବଡ଼ ନିଷ୍ପତ୍ତି ଗ୍ରହଣ କରୁଛି । ସିନ୍ଧୁ ଜଳ ଚୁକ୍ତିଠୁ ଆରମ୍ଭ କରି ଡିଜିଟାଲ ଷ୍ଟ୍ରାଇକ୍ ମଧ୍ୟ କରିଛି ଭାରତ ।
ଅଧିକ ପଢ଼ନ୍ତୁ: ପାକିସ୍ତାନ ସେନାକୁ ଏୟାର ଷ୍ଟ୍ରାଇକ୍ ଭୟ ! LOCରେ ଲଗାଇଲା ଜାମର
ତେବେ ଏହି କ୍ରମରେ ଆଜି ପାକିସ୍ତାନ ଉପରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଭାରତ । ପାକିସ୍ତାନର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ଅର୍ଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ 'ଆଇନଗତ ଅନୁରୋଧ' ପରେ ଭାରତରେ ବ୍ଲକ୍ କରାଯାଇଛି । ଭାରତରେ ବହୁ ସଂଖ୍ୟକ ଫଲୋଅର୍ସ ଥିବା ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ, ଅରଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଏବେ ଭାରତରେ ବ୍ୟାନ୍ କରାଯାଇଛି ।
ଭାରତରେ ଅରଶଦ ନଦୀମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ମେସେଜ ପାଉଛନ୍ତି, 'ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ।' ଏଥିପାଇଁ ଏକ ଆଇନଗତ ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଭାରତ ଏହାର ସାମରିକ ଓ ସୁରକ୍ଷା ଏଜେନ୍ସି ବିରୋଧରେ ଉତ୍ତେଜନାପୂର୍ଣ୍ଣ ଏବଂ ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁ, ମିଥ୍ୟା ଏବଂ ଭୁଲ ସୂଚନା ପ୍ରସାରଣ ପାଇଁ ଭାରତରେ ୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରାଯାଇଥିଲା । ଶୋଏବ ଅଖତର, ଆର୍ଜୁ କାଜ୍ମୀ, ସୟଦ ମୁଜାମ୍ମିଲ ଶାହ, ସମା ଟିଭି, ଏରି ନ୍ୟୁଜ୍, ଜିଓ ନ୍ୟୁଜ୍ ଓ ଡନ୍ ନ୍ୟୁଜ୍ ସମେତ ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଥିଲା । ମିଥ୍ୟା ଖବର ପ୍ରସାରଣ କରିବା ନେଇ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ପହଲଗାମ ହମଲା ପରେ ବିଭ୍ରାନ୍ତି କର ଖବର ପ୍ରକାଶ କରୁଥିଲେ ଏହି ସବୁ ଚ୍ୟାନେଲ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746092198.jpg)