Advertisment

Pakistan Border Conflict: ପୁଣି ସୀମା ଲଂଘିଲା ପାକିସ୍ତାନ, ଉରିରେ ଭୟଙ୍କର ଗୁଳିବର୍ଷଣ

ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ପୁଣି ଥରେ ସୀମା ଲଂଘିଛି ପାକିସ୍ତାନ। ଉରି ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନୀ ସେନା। ଉରି ସୀମାରେ ପାକିସ୍ତାନ ପଟରୁ ପୁନର୍ବାର ଗୁଳିଗୋଳା ମାଡ କରାଯିବା ସହ ମୋର୍ଟାର ଓ ସେଲିଂ ମଧ୍ୟ ମାଡ କରାଯାଇଥିବା ଜଣା ପଡିଛି ।

ଅଦ୍ୟତନ ହୋଇଛି
uri

uri

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ପୁଣି ଥରେ ସୀମା ଲଂଘିଛି ପାକିସ୍ତାନ। ଉରି ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନୀ ସେନା। ଉରି ସୀମାରେ ପାକିସ୍ତାନ ପଟରୁ ପୁନର୍ବାର ଗୁଳିଗୋଳା ମାଡ କରାଯିବା ସହ ମୋର୍ଟାର ଓ ସେଲିଂ ମଧ୍ୟ ମାଡ କରାଯାଇଥିବା ଜଣା ପଡିଛି । ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୭ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହି ଆକ୍ରମଣରେ ଧର୍ମ ପଚାରି ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

ଏହ ଆକ୍ରମଣ ବିରୋଧରେ ଭାରତୀୟ ସେନା ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ପାକିସ୍ତାନରେ ଆତଙ୍କବାଦୀଙ୍କ ୯ଟି ଆଡ୍ଡାସ୍ଥଳୀ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୫୦ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣା ପରେ ପାକିସ୍ତାନ ପକ୍ଷରୁ ବୁଧବାର ରାତିରେ ୧୫ ଭାରତୀୟ ସହର ଉପରେ ଆକ୍ରମଣ କରାଯାଇଥିଲା। ତେବେ ଭାରତ ନିକଟରେ ରହିଥିବା ଅତ୍ୟାଧୁନିକ ଏସ୍-୪୦୦ ଆଣ୍ଟି ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା।

ଗୁରୁବାର ସକାଳେ ଭାରତ ପକ୍ଷରୁ ପାଲଟା ପ୍ରତି ଆକ୍ରମଣ କରାଯାଇ ଲାହୋର ସ୍ଥିତ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଅଚଳ କରିଥିଲା। ଗୁରୁବାର ସନ୍ଧ୍ୟା ୮.୩୦ରୁ ରାତି ୧୧.୩୦ ମଧ୍ୟରେ ପାକିସ୍ତାନ ଭାରତର ବିଭିନ୍ନ ସହର ଉପରକୁ ଡ୍ରୋନ ଓ ମିସାଇଲ ଜରିଆରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଭାରତର ୩୬ଟି ସହର ଉପରେ ୩୦୦-୪୦୦ ତୁର୍କୀସ ଡ୍ରୋନ ବ୍ୟବହାର ହୋଇଥିବା ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଏହି ଡ୍ରୋନ ଗୁଡିକ ମଧ୍ୟରୁ ୫୦ଟି ଡ୍ରୋନକୁ ମଝି ଆକାଶରେ ଧ୍ବଂସ କରାଯାଇଥିବା ବେଳେ ୨୦ଟିକୁ ଜାମିଙ୍ଗ ଫ୍ରିକ୍ବେନ୍ସି ବଳରେ ନଷ୍ଟ କରି ଦିଆଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଟାର୍ଗେଟରେ ଭାରତର ଧାର୍ମିକ ସ୍ଥଳ, ତୁର୍କୀର ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ

India Pakistan War Pahalgam Terrorist Attack Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ