Advertisment

ବସ୍‌-ଟ୍ରକ୍‌ ମୁହାଁ ମୁହିଁ ଧକ୍କା ! ୩୦ ମୃତ, ୭୪ ଆହତ

ଭୟଙ୍କର ସଡ଼କ ଦୁର୍ଘଟଣା । ଏକାଥରେ ଚାଲିଗଲା ୩୦ ଜଣଙ୍କ ଅମୂଲ୍ୟ ଜୀବନ । ଏହାସହ ୭୪ରୁ ଅଧିକ ଗୁରୁତର ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ।

author-image
Satyendu Shekher Mishra
ବସ୍‌-ଟ୍ରକ୍‌ ମୁହାଁ ମୁହିଁ ଧକ୍କା ! ୩୦ ମୃତ, ୭୪ ଆହତ

Pakistan Accident

ଲାହୋର: ଭୟଙ୍କର ସଡ଼କ ଦୁର୍ଘଟଣା । ଏକାଥରେ ଚାଲିଗଲା ୩୦ ଜଣଙ୍କ ଅମୂଲ୍ୟ ଜୀବନ । ଏହାସହ ୭୪ରୁ ଅଧିକ ଗୁରୁତର ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ । ଯାତ୍ରୀବାହୀ ବସ୍‌ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଘଟଣା ଘଟିଛି । ତେବେ ଗୁରୁତରଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ।

Advertisment

ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ଲାହୋର ଠାରୁ ୪୬୬ କିମି ଦୂର ଡେରା ଗାଜି ଖାନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଭୋର ପ୍ରାୟ ୫.୪୦ରେ ଯାତ୍ରୀବାହୀ ବସ୍‌ଟି ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଗୋଟିଏ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ବସ୍‌ଟି ସଂପୂର୍ଣ୍ଣ ରୂପ ଧ୍ୱଂସ ପାଇଯାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡେରା ଗାଜି ଖାନ୍‌ ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

Advertisment

ଗତ ମାସରେ ସିନ୍ଧ ପ୍ରଦେଶରେ ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର ଦୁର୍ଘଟଣାରେ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

Bus Accident Pakistan Truck Accidents
Advertisment
Advertisment