Advertisment

Pahalgam Attack Investigation Footage: ପହଲଗାମ ଆଟାକ୍‌; ମିଳିଲା ବଡ଼ ସୂଚନା...

କେମିତି ଆସିଥିଲେ ଟେରରିଷ୍ଟ ? କେତେ ଜଣିଆ ଥିଲେ ଆତଙ୍କବାଦୀ ?  କେଉଁ ଭଳି ନରସଂହାର ରଚିଥିଲେ ? ଘାଟିରେ କେମିତି ନୀରିହ ପର୍ଯ୍ୟଟକଙ୍କ ବୁହାଇଥିଲେ ରକ୍ତ ? କିଭଳି ଘଟିଥିଲା ଏହି ଆତଙ୍କୀକାଣ୍ଡ ? ଆଉ କେଉଁ ବାଟ ଦେଇ ଖସି ଯାଇଥିଲେ ଏହି ନର ପିଶାଚ ? ସବୁ କିଛି ଦେଖିଥିଲେ ଜଣେ ସ୍ଥାନୀୟ ଫଟୋଗ୍ରାଫର।

ଅଦ୍ୟତନ ହୋଇଛି
Pahalgam Attack Investigation Footage

Pahalgam Attack Investigation Footage

Advertisment

ପହଲଗାମ ଆଟାକ୍‌ରେ ମିଳିଲା ବଡ଼ ସୁରାଗ। କେମିତି ଆସିଥିଲେ ଟେରରିଷ୍ଟ ? କେତେ ଜଣିଆ ଥିଲେ ଆତଙ୍କବାଦୀ ?  କେଉଁ ଭଳି ନରସଂହାର ରଚିଥିଲେ ? ଘାଟିରେ କେମିତି ନୀରିହ ପର୍ଯ୍ୟଟକଙ୍କ ବୁହାଇଥିଲେ ରକ୍ତ ? କିଭଳି ଘଟିଥିଲା ଏହି ଆତଙ୍କୀକାଣ୍ଡ ? ଆଉ କେଉଁ ବାଟ ଦେଇ ଖସି ଯାଇଥିଲେ ଏହି ନର ପିଶାଚ ? ସବୁ କିଛି ଦେଖିଥିଲେ ଜଣେ ସ୍ଥାନୀୟ ଫଟୋଗ୍ରାଫର। ଆଉ ଜୀବନ ବଞ୍ଚାଇବାକୁ ଗଛ ଉପରେ ଲୁଚି ଆକ୍ରମଣ ବେଳର ପୂରା ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ। ଏବେ ଏହି ଏକ୍ସକ୍ଲୁସିଭ୍‌ ଫୁଟେଜ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି। ପ୍ରତକ୍ଷଦର୍ଶୀଭାବେ ସେ ଆଗକୁ ଆସି ଏନ୍‌ଆଇଏ ଆଗରେ ସବୁ କଥା ବଖାଣିଛନ୍ତି। ଆଉ ସେହି ଭିଡିଓ ହିଁ ଅତଙ୍କବାଦୀଙ୍କୁ ଚିହ୍ନଟ କରି ଖୋଜି ବାହାର କରିବାରେ ଏନ୍‌ଆଇଏକୁ ସହାୟତା କରିବ।  

Advertisment

ପହଲଗାମରେ ନରସଂହାର ରଚିବା ଆଗରୁ, ୨୨ ଘଣ୍ଟା ଚାଲିଥିଲେ ୪ ଆତଙ୍କୀ। ପାହାଡ଼ ଜଙ୍ଗଲରେ ଟ୍ରେକିଂ କରି ପହଞ୍ଚିଥିଲେ ବୈସରନ୍ ଭ୍ୟାଲିରେ। ୩ ପାକିସ୍ତାନ ଆତଙ୍କୀ ଓ ଜଣେ କାଶ୍ମୀରୀ ଆତଙ୍କୀ ଆଦିଲ୍ ଥୋକର୍ ବୈସାରନ ଭ୍ୟାଲିରେ ବର୍ବରକାଣ୍ଡ ଘଟାଇବା ପାଇଁ, କୋକରନାଗ ଜଙ୍ଗଲରୁ ବାହାରି ୨୦ ରୁ ୨୨ ଘଣ୍ଟା ଟ୍ରେକିଂ କରିଥିଲେ। ୨ ଜଣ ଆତଙ୍କୀ ଭ୍ୟାଲି ନିକଟରେ ଥିବା ଏକ ଦୋକାନ ପଛରୁ ବାହାରି ଏବଂ ଆଉ ଦୁଇଜଣ ଜିପ୍ ଲାଇନ୍ ଏରିଆରେ ଗୁଳି ଚଳାଇଥିଲେ। ଏଭଳି କିଛି ବଡ଼ ସୁରାଗ ଏନ୍‌ଆଇଏ ହାତରେ ଲାଗିଛି।

ଅଧିକ ପଢ଼ନ୍ତୁ: ଆଜି ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ; ଫ୍ରାନ୍ସରୁ ଆସିବ ରାଫେଲ୍ ମେରାଇନ୍ ଲଢ଼ୁଆ ବିମାନ 

Advertisment

ଅନ୍ୟପଟେ ଆତଙ୍କୀମାନେ ପହଲଗାମ୍ ଆକ୍ରମଣ ବେଳେ ଜଣେ ସ୍ଥାନୀୟ ଲୋକ ଓ ଜଣେ ପର୍ଯ୍ୟଟକ ଠାରୁ ୨ଟି ମୋବାଇଲ୍ ଝାମ୍ପି ନେଇଥିଲେ। ଫରେନ୍ସିକ୍ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଆତଙ୍କୀମାନେ AK-47 ଓ M4 ରାଇଫଲ୍ ବ୍ୟବହାର କରିଥିଲେ। ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବେ ଏହାର କ୍ୟାଟ୍ରିଜ୍ ଘଟଣାସ୍ଥଳରୁ ଠାବ ହୋଇଛି।

ଏପ୍ରିଲ ୨୨ ତାରିଖରେ ବୈସରନ ଭେଲ୍ଲିରେ ଘଟିଥିବା ନାରକୀୟକାଣ୍ଡ ୨୬ ଜଣ ନୀରିହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ସେବେଠାରୁ, ଉପତ୍ୟକାରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହି ଆକ୍ରମଣର ତଦନ୍ତ ଏବେ ଜାତୀୟ ତଦନ୍ତ ସଂସ୍ଥା (NIA)କୁ ହସ୍ତାନ୍ତର କରାଯାଇଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ, NIA ଆନୁଷ୍ଠାନିକ ଭାବରେ ତଦନ୍ତ ଆରମ୍ଭ କରିଛି। ପୀଡ଼ିତଙ୍କ ବୟାନ ରେକର୍ଡ ବି ଜାରି ରହିଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ସମର୍ଥିତ ସଂଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆର୍‌ଏଫ୍‌) ଜରିଆରେ ଏହି ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। 

Advertisment

ଅଧିକ ପଢ଼ନ୍ତୁ : ଯୁଦ୍ଧରେ କବ୍ଜା କରିଥିବା ଯେଉଁ ଜାଗା ପାକିସ୍ତାନକୁ ଫେରାଇଥିଲା ଭାରତ, ସେଇ ବାଟେ ଏବେ ପଶୁଛନ୍ତି ଆତଙ୍କୀ

Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ