Advertisment

Pahalgam Terror Attack: ପହଲଗାମ୍‌ ହମ୍‌ଲା: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ହାଇଲେବଲ୍ ମିଟିଂ, ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବଦଲା ନେବ ଭାରତ !

ନିରୀହଙ୍କ ସହ ଖେଳିଛ ରକ୍ତର ହୋଲି । ଯାହା ବରଦାସ୍ତ ବାହାରେ, ବହୁତ ହୋଇଗଲା । ଏବେ ଭାରତ ଚାହୁଁଛି ବଡ଼ ବଦଲା । ଯାହାର ଆଭାସ ବି ମିଳିଲାଣି, ଗତକାଲି ସନ୍ଧ୍ୟାଠୁ ଆଜି ଦିନ ତମାମର ୪ଟି ବଡ଼ ଘଟଣାକ୍ରମରୁ ।

ଅଦ୍ୟତନ ହୋଇଛି
undefined

ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ହେବ କି ବଦ୍‌ଲା ?

Advertisment

ପହଲଗାମ୍ ହମଲା ପରେ ହେବ କି ବାଲାକୋଟ୍ ଭଳି ଆଉ ଏକ ବଡ଼ ଏୟାର୍ ଷ୍ଟ୍ରାଇକ୍ ? ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କାଣ୍ଟଛାଣ୍ଟ କରି ନୂଆଦିଲ୍ଲୀ ଫେରିଆସିବା, ହମଲା ପରେ ପରେ ଖୋଦ୍ ଗୃହମନ୍ତ୍ରୀ ଶାହ, ଶ୍ରୀନଗର ପରେ ସ୍ପଟ୍‌କୁ ଯାଇ ସ୍ଥିତି ସମୀକ୍ଷା କରିବା, ତା ସାଙ୍ଗକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ୱାର୍ଣ୍ଣିଂ ପରେ ଚାଲିଛି ଏଭଳି ଜୋରଦାର ଚର୍ଚ୍ଚା । ଆତଙ୍କବାଦୀଙ୍କ ବର୍ବୋରୋଚିତ ହମଲା ପରେ ଏବେ ବଡ଼ ଆକ୍ସନ ଚାହୁଁଛି ସାରା ଦେଶ । ଘଟଣାରେ ଯିଏ ସଂପୃକ୍ତ ଓ ପରଦା ପଛରେ ଯିଏ ବି ଅଛି ତାକୁ ଛଡ଼ାଯିବନି ବୋଲି ତିନି ସେନା ମୁଖ୍ୟଙ୍କ ସହ ରୁଦ୍ଧଦ୍ବାର ମିଟିଂ ପରେ ରାଜନାଥଙ୍କ ଦେଶବାସୀଙ୍କୁ ପ୍ରତିଶ୍ରୁତି ପରେ ଛାନିଆ ହୋଇଛି ଇସଲାମାବାଦ ।

Advertisment

ଅଧିକ ପଢ଼ନ୍ତୁ: ଆତଙ୍କବାଦୀଙ୍କୁ ଦିଆଯିବ ମୁହଁତୋଡ଼ ଜବାବ, ପ୍ରତିଶୋଧ ନେବ ଭାରତୀୟ ସେନା

ନିରୀହଙ୍କ ସହ ଖେଳିଛ ରକ୍ତର ହୋଲି । ଯାହା ବରଦାସ୍ତ ବାହାରେ, ବହୁତ ହୋଇଗଲା । ଏବେ ଭାରତ ଚାହୁଁଛି ବଡ଼ ବଦଲା । ଯାହାର ଆଭାସ ବି ମିଳିଲାଣି, ଗତକାଲି ସନ୍ଧ୍ୟାଠୁ ଆଜି ଦିନ ତମାମର ୪ଟି ବଡ଼ ଘଟଣାକ୍ରମରୁ ।

Advertisment
  1. ଗୃହମନ୍ତ୍ରୀ ଶାହଙ୍କ ସ୍ପଟ୍ ଭିଜିଟ୍ ସହ ହାଇଲେବଲ ମିଟିଂ
  2. ସାଉଦି ଆରବ ଗସ୍ତ କାଣ୍ଟଛାଣ୍ଟ କରି ପିଏମ୍ ମୋଦିଙ୍କ ପ୍ରତ୍ୟାବର୍ତ୍ତନ
  3. ପ୍ରତିରକ୍ଷାମନ୍ତ୍ରୀଙ୍କ ମୁହଁତୋଡ଼ ଜବାବ ୱାର୍ଣ୍ଣିଂ
  4. ଆଉ ପାକିସ୍ତାନକୁ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ ଛନକା

ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବିଦେଶରେ ଥିଲେ, ହେଲେ ପହଲଗାମ୍ ଆତଙ୍କୀ ନରସଂହାରର ମାତ୍ର କେଇ ଘଣ୍ଟା ଭିତରେ ଉପତ୍ୟକାରେ ପହଞ୍ଚି ଯାଇଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ । ଜାମ୍ମୁ ଓ କାଶ୍ମୀର ସିଏମ୍ ଓମାର ଅବଦୁଲ୍ଲା, ଉପରାଜ୍ୟପାଳ ମନୋଜ ସିହ୍ନା ଓ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ କରିଥିଲେ ଜରୁରୀ ମିଟିଂ । ଆଜି ମୃତ ପର୍ଯ୍ୟଟକଙ୍କୁ ଶ୍ରୀନଗରରେ ଗଭୀର ଶ୍ରଦ୍ଧାଞ୍ଜଳି ବି ଜଣାଇଛନ୍ତି । ତାପରେ ସ୍ବତନ୍ତ୍ର ହେଲିକପଟରେ ପହଲଗାମ୍ ଆଟାକ୍ ସ୍ପଟ୍‌ରେ ପହଞ୍ଚି ପୁରା ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଇଠୁ ଶାହ ଦେଇଛନ୍ତି କଡ଼ା ଚେତାବନୀ। କହିଛନ୍ତି- ଆତଙ୍କବାଦ ଆଗରେ କେବେ ବି ମୁଣ୍ଡ ନୁଆଁଇବନି ଭାରତ । ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ କୌଣସି ପରିସ୍ଥିତରେ ଛଡ଼ାଯିବନି। ଏହାପରେ ଆହତମାନଙ୍କୁ ହସ୍ପିଟାଲ୍‌ରେ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଗୃହମନ୍ତ୍ରୀ ।

Advertisment

ଏପଟେ ସାଉଦି ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତକୁ କାଣ୍ଟଛାଣ୍ଟ କରି ତୁରନ୍ତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ସକାଳେ ବିଦେଶରୁ ଫେରୁ ଫେରୁ ଦିଲ୍ଲୀ ପାଲମ ବିମାନବନ୍ଦରରେ କରିଥିଲେ ହାଇଲେବଲ୍ ମିଟିଂ । ଯେଉଁଥିରେ ସାମିଲ ହୋଇଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ବୈଦେଶିକ ସଚିବ ବିକ୍ରମ ମିଶ୍ରି । ପ୍ରଧାନମନ୍ତ୍ରୀଙ୍କୁ NSA ଅଜିତ ଡୋଭାଲ ଜାମ୍ମୁ-କାଶ୍ମୀରର ଟିକନିଖ୍ ସ୍ଥିତି ସମ୍ପର୍କରେ ଜଣାଇଛନ୍ତି । ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଡୋଭାଲ ଓ ୩ ସେନା ମୁଖ୍ୟଙ୍କୁ ନେଇ ଦେଶ ସୁରକ୍ଷା ପ୍ରସଙ୍ଗରେ କରିଛନ୍ତି ମାରାଥନ ମିଟିଂ । ପରେ ପ୍ରତିରକ୍ଷା ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି- ପହଲଗାମ୍ ହମଲା ପରଦା ପଛରେ କାହା ହାତ, ଖୋଜି ବାହାର କରିବୁ- ମୁହଁତୋଡ଼ ଜବାବ ଦେବୁ। ଦେଶବାସୀଙ୍କ ପାଖରେ ଏନେଇ ପ୍ରତିଶ୍ରୁତି ରଖୁଛି ।

ଏପଟେ ଆଜି ଆଟାକ୍ ସ୍ପଟକୁ ଯାଇ ତଦନ୍ତ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ଏଜେନସି ବା NIA । ଆତଙ୍କବାଦୀ କେତେ ଜଣ ଥିଲେ ? କେଉଁବାଟେ ଆସିଥିଲେ ? ଗୁଳି କେତେ ପାଖରୁ ଚଳାଇଥିଲେ ? ଜମ୍ମୁ-କାଶ୍ମୀର ପୋଲିସ ସହ ମିଶି ସେ ସବୁର ଚଳାଇଛି ଛାନବିନ୍। ଯେହେତୁ ୨୬-୧୧ ମୁମ୍ବାଇ ଆକ୍ରମଣ ପରେ ଦେଶରେ ସାଧାରଣ ନାଗରିକଙ୍କ ଉପରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ହମଲା, ତେଣୁ ପୁଣି ଏକ ବଡ଼ ଧରଣର ଆକ୍ସନ ତୟାରିରେ ରହିଛି ଭାରତ ।

୨୦୧୯ରେ ପୁଲୱାମା ଆଟାକ୍ ପରେ ହଠାତ୍ ବଡ଼ ଆକ୍ସନ ନେଇଥିଲା ଭାରତୀୟ ସେନା । ରାତି ଅଧରେ ପାକିସ୍ତାନରେ ପଶି କରିଥିଲା ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ । ଖୋଜି ଖୋଜି ଟେରରିଷ୍ଟ ଟ୍ରେନିଂ କ୍ୟାମ୍ପ ଉପରେ କରିଥିଲା ଭୟଙ୍କର ହମଲା, ଯେଉଁଥିରେ ସଫା ହୋଇଯାଇଥିଲେ ପ୍ରାୟ ୫ଶହ ଆତଙ୍କବାଦୀ । ତେଣୁ ଗତକାଲି ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଛାନିଆ ହୋଇଛି ପାକିସ୍ତାନ। ଏମିତିକି ରାତିତମାମ ନିଜ ସୀମାରେ ବାୟୁସେନା ବିମାନ ଯୋଗେ ଘନ ଘନ ପହରା ଦେଇଥିଲା। ଏପଟେ ଭାରତ ବି କୌଣସି ସମୟରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ର ପୁନରାବୃତ୍ତି କରିପାରେ ବୋଲି ଆକଳନ କଲେଣି ପ୍ରତିରକ୍ଷା ବିଶେଷଜ୍ଞ ।

ସେପଟେ ଉଗ୍ରବାଦୀଙ୍କ ପହଲଗାମ୍ ନରସଂହାର ଘଟଣାକୁ ସାରା ଭାରତରେ ନିନ୍ଦା । ପ୍ରତିବାଦରେ କେଉଁଠି ଶୋଭାଯାତ୍ରା ତ କେଉଁଠି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି। ଏମିତିକି ସୁପ୍ରିମକୋର୍ଟ ବିଚାରପତି ଓ ଆଇନଜୀବୀମାନେ ଆଜି ନିରବପ୍ରାର୍ଥନା କରିବା ସହ ଆତଙ୍କବାଦ ବିରୋଧରେ କଡ଼ା ଆଇନ୍ ଆଣିବାକୁ ଦାବି କରି ଏକ ପ୍ରସ୍ତାବ ପାରିତ କରିଛନ୍ତି ।

ଅଧିକ ପଢ଼ନ୍ତୁ: ପହଲଗାମ୍ ହମଲା: ଆଉ ଜଣେ ବାୟୁ ସେନା ଅଧିକାରୀ ମୃତ

Narendra Modi Amit Shah India Pahalgam Terrorist Attack Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ