/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678455311.jpg)
Ramesh Parsad Agarwal
OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ବାପାଙ୍କ ମୃତ୍ୟୁ ହୋଇଛି । ୨୦ ମହଲା ଛାତରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ରିତେଶଙ୍କ ବାପାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚଳାଇଛି ।
ପୋଲିସର କହିବା ଅନୁସାରେ ରିତେଶଙ୍କ ବାପା ରମେଶ ଅଗ୍ରୱାଲ ୨୦ ମହଲା ଛାତରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ହରିୟାଣା ଗୁରୁଗ୍ରାମର ସେକ୍ଟର ୫୪ରେ ଏହି ଅଘଟଣ ଘଟିଛି । ଦିନ ଗୋଟାଏ ବେଳେ ଏହି ଆଘଟଣ ଘଟିଥିବା ବେଳେ ପୋଲିସ ଏନେଇ ପଚରାଉଚରା ଜାରି ରଖିଛି ।
ପୋଲିସ ଗଣମାଧ୍ୟମକୁ ସୂଚନା ଦେଇ ଆହୁରି କହିଛି ଯେ, ରମେଶ ଛାତରୁ ପଡ଼ିଯିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରମେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା କହିଥିବା ବେଳେ ରମେଶଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦିଆଯାଇଛି ।
ସୂଚନା ଥାଉ କି, ଗତ ୭ ତାରିଖରେ OYO ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲଙ୍କ ୱେଡିଂ ରିସେପସନ୍ ହୋଇଥିଲା । ସଫ୍ଟବ୍ୟାଙ୍କ ମୁଖ୍ୟ ମାସୋୟୋଶି ସନ୍ଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଏହି ବିବାହରେ ଯୋଗ ଦେଇଥିଲେ ।
ଗୀତାଂଶା ସୁଦ୍ଙ୍କୁ ରିତେଶ ବିବାହ କରିଥିଲେ । ବିବାହ କାର୍ଯ୍ୟକ୍ରମରେ ବହୁ କର୍ପୋରେଟ୍ ଲିଡର୍ସଙ୍କ ସମେତ ପେଟିଏମ୍(Paytm) ସିଇଓ ବିଜୟ ଶେଖର ଶର୍ମା ଓ ଲେନ୍ସକାର୍ଟ ମାଲିକ ପୀୟୁଷ ବଂଶଲ ପ୍ରମୁଖ ଯୋଗ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)