Advertisment

ଦିଲ୍ଲୀରେ ଘନ କୁହୁଡ଼ି; ଉଡ଼ି ପାରୁନି ବିମାନ, ଟ୍ରେନ ଚଳାଚଳ ପ୍ରଭାବିତ

ଘଣ୍ଟାଘଣ୍ଟା ଧରି ବିମାନ ବିଳମ୍ବିତ ହେଉଥିବାରୁ ଗନ୍ତବ୍ୟ ସ୍ଥଳକୁ ଯାଇନ ପାରି ଅଟକି ରହିଛନ୍ତି ଯାତ୍ରୀ । ପାଗ ଖରାପ ଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।

author-image
Tanmay Kumar Mahalik
Over 30 flights delayed and 17 cancelled due to bad weather conditions in Delhi

Over 30 flights delayed and 17 cancelled due to bad weather conditions in Delhi

ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ପ୍ରଭାବିତ ହେଲା ବିମାନ ଓ ଟ୍ରେନ ଚଳାଚଳ । ଦିଲ୍ଲୀରେ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମିଯିବାରୁ ୩୦ରୁ ଅଧିକ ବିମାନ ବିଳମ୍ବିତ ହୋଇଛି । ସେହିପରି ୧୭ଟି ବିମାନର ଉଡ଼ାଣକୁ ରଦ୍ଦ କରିଦିଆଯାଇଛି । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

Advertisment

ଘଣ୍ଟାଘଣ୍ଟା ଧରି ବିମାନ ବିଳମ୍ବିତ ହେଉଥିବାରୁ ଗନ୍ତବ୍ୟ ସ୍ଥଳକୁ ଯାଇନ ପାରି ଅଟକି ରହିଛନ୍ତି ଯାତ୍ରୀ । ପାଗ ଖରାପ ଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । କେବଳ କୁହୁଡ଼ି ନୁହେଁ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସହରରେ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି । ବିମାନ ବିଳମ୍ବିତ ଥିବାରୁ ଯାତ୍ରୀ ମାନେ ନିଜ ନିଜ ଲଗେଜ ସହ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି ।

ବିମାନ ବନ୍ଦରକୁ ଆସିବା ପୂର୍ବରୁ ନିଜ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ପ୍ରବଳ କୁହୁଡ଼ି ଯୋଗୁ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ଭିଜିବିଲିଟି କମିଯାଇଥିବାରୁ ଦିଲ୍ଲୀ ଯାଉଥିବା ୩୦ ଟ୍ରେନ ବିଳମ୍ବରେ ଚାଲୁଛି ।

Advertisment

Delhi Flight
Advertisment
Advertisment