/odishatv-khabar/media/post_attachments/uploadimage/library/16_9/16_9_0/UN_Report_1719665310.jpg)
UN Report
ବାଲ୍ୟ ବିବାହ ନେଇ ଆସିଲା ଚିନ୍ତାଜନକ ତଥ୍ୟ। ବାଲ୍ୟ ବିବାହ ନେଇ ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନିକଟରେ ପ୍ରକାଶ କରିଥିବା ଏକ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୨୦୦ ମିଲିୟନରୁ ଅଧିକ ନାବାଳିକା ବାଲ୍ୟ ବିବାହ କରିଛନ୍ତି। ତେବେ ବିଶ୍ୱର ପ୍ରାୟ ୬୪୦ମିଲିୟନ ନାବାଳିକା ୧୮ବର୍ଷ ପୂର୍ବରୁ ବିବାହ କରିଛନ୍ତି। ସେଥିମଧ୍ୟରୁ ଏକ ତୃତୀୟାଂଶ କେବଳ ଭାରତର।
ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟ ୨୦୨୪ ଅନୁଯାୟୀ, ପ୍ରତି ୫ଜଣରେ ଜଣେ ଝିଅ ୧୮ବର୍ଷ ପୂର୍ବରୁ ବିବାହ କରିଛନ୍ତି । ୨୫ବର୍ଷ ପୂର୍ବେ ଏହି ସଂଖ୍ୟା ୪ ରହିଥିଲା। ଏହା ଗତ ୨୫ବର୍ଷ ମଧ୍ୟରେ ୬୮ମିଲିୟନ ବାଲ୍ୟ ବିବାହ ରୋକାଯାଇ ପାରିଛି। ଏହାବାଦ୍ ଜାତିସଂଘ ଚେତାବନୀ ଦେଇଛି, ଲିଙ୍ଗଗତ ସମାନତା ଆଜିବି ଆମେ ପଛରେ ରହିଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ହିଂସା ଏବଂ ଯୌନଶିକ୍ଷା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଏହାଛଡା ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ଅସମାନତା ଦୂର କରିବା ପାଇଁ ପ୍ରାୟ ୧୭୬ବର୍ଷ ସମୟ ଲାଗିବ। ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ବିଶ୍ୱର ଜୀବନଧାରଣର ଉନ୍ନତି ପାଇଁ ଜାତିସଂଘ ଦ୍ୱାରା ସ୍ଥିର ହୋଇଥିବା ୧୬୯ଟି ଲକ୍ଷ୍ୟର ମାତ୍ର ୧୭ ପ୍ରତିଶତ ୨୦୩୦ସୁଦ୍ଧା ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
୨୦୧୫ରେ ବିଶ୍ୱର ନେତୃବୃନ୍ଦଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ଲକ୍ଷ୍ୟଗୁଡିକ ଦାରିଦ୍ର୍ୟ ଦୂର କରିବା ଠାରୁ ଲିଙ୍ଗଗତ ସମାନତା ହାସଲ କରିବା ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଲକ୍ଷ୍ୟ ରଖିଛି । ତଥାପି, ଏହି ଲକ୍ଷ୍ୟର ପ୍ରାୟ ଅଧା ଲକ୍ଷ୍ଯରେ ସେପରି ଅଗ୍ରଗତି ଦେଖିବାକୁ ମିଳିନି।ସେହିପରି ଏକ ତୃତୀୟାଂଶରୁ ଅଧିକ ଲକ୍ଷ୍ୟ ଏଯାଏ ଆରମ୍ଭ ହୋଇନି ଅଥବା ବନ୍ଦ ପଡିଛି।
ଏନେଇ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଶାନ୍ତି ବଜାୟ ରଖିବା, ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଏବଂ ଅନ୍ତର୍ଜାତୀୟ ଅର୍ଥକୁ ପ୍ରୋତ୍ସାହିତ କରିବାରେ ଆମର ବିଫଳତା ବିକାଶକୁ କ୍ଷୁର୍ଣ୍ଣ କରୁଛି। କିନ୍ତୁ ୨୦୩୦ର ଏଜେଣ୍ଡାକୁ ପୂରଣ କରିବା ପାଇଁ ତ୍ୱରିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଉଛି। ତେବେ ଏହି ମୂଲ୍ୟାଙ୍କନ ସୂଚିତ କରୁଛି ଯେ କେବଳ ୧୭% ଲକ୍ଷ୍ୟର ପ୍ରଗତି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)