• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ପାଖାପଖି ୧୦୦୦ IAS ଅଫିସର ନେବେ ମିଡ୍‌ କ୍ୟାରିୟର ଟ୍ରେନିଂ । ଏକଥା ଆମେ କହୁ ନାହୁଁ, ଏକଥା କହୁଛନ୍ତି ଖୋଦ କେନ୍ଦ୍ର ସରକାର । ୨୦୦୯ରୁ ୨୦୧୫ ମଧ୍ୟରେ ନିଯୁକ୍ତି ପାଇଥିବା ଆଇଏଏସ୍‌ଙ୍କ ମଧ୍ୟରୁ ୧୨୫୪ ଜଣ ଏଥିପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କୁ ପୁଣିଥରେ ଫିଟ୍‌ ଆଣ୍ଡ ଫାଇନ୍‌ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଆସନ୍ତା ମେ’ ମାସରୁ ଏହି ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଏହି ୧୨୫୪ ଆଇଏଏସ୍ ଅଫିସର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ମିଡ୍ କ୍ୟାରିୟରରେ ୧୯ ରାଉଣ୍ଡ ଟ୍ରେନିଂର ତୃତୀୟ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯିବାର ଯୋଜନା ରହିଛି । ଏଥିରେ ସେମାନଙ୍କୁ ପୁଣି ଥରେ ଲକ୍ଷ୍ୟ ସ୍ଥଳ ଆଡ଼କୁ ବଢ଼ିବା ପାଇଁ ପ୍ରସ୍ତୁତ କରାଯିବ ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ ୧୨୫୪ IAS ଅଫିସରଙ୍କୁ ଏହି MCPT ଟ୍ରେନିଂ ପାଇଁ ଚିହ୍ନଟ କରାଯାଇଛି । ସେମାନଙ୍କୁ ମଶୋରୀସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନାସନାଲ ଏକାଡେମୀ ଅଫ୍ ଆଡ୍‌ମିନିଷ୍ଟ୍ରେସନ୍‌ ଅଧିନରେ ତାଲିମ ପ୍ରଦାନ କରାଯିବ । ଏହି ଅଫିସରଙ୍କ ମଧ୍ୟରେ କେବଳ ୨୦୦୯ରୁ ୨୦୧୫ ବ୍ୟାଚ୍‌ର ଅଫିସର ସାମିଲ ଅଛନ୍ତି ।

ପ୍ରଶାସନିକ ସ୍ତରରେ ଲୋକଙ୍କୁ କିଭଳି ଉତ୍ତମ ସେବା ଯୋଗାଇ ଦିଆଯିବା ସହ ଲୋକେ କିଭଳି ଭଲ ଶାସନ ପାଇବେ, ସେନେଇ ଅଧିକାରୀଙ୍କୁ ତାଲିମ ଦିଆଯିବ । ଖାଲି ସେତିକି ନୁହେଁ ରାଜ୍ୟ ତଥା ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ସେମାନେ କିଭଳି ସହଯୋଗ କରିପାରିବେ ସେନେଇ ମଧ୍ୟ ଅଫିସରଙ୍କୁ ତାଲିମ ପ୍ରଦାନ କରାଯିବ । ଗାଁଠାରୁ ସହର ଏବଂ ରାଜ୍ୟଠାରୁ ଦେଶ ପର୍ଯ୍ୟନ୍ତ ବିକାଶ କାର୍ଯ୍ୟରେ ସେମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନଙ୍କୁ ଏ ଦିଗରେ ମଧ୍ୟ ଟ୍ରେନିଂ ଦିଆଯିବ ।