• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଗକୁ ଆସୁଛି ପବିତ୍ର ରକ୍ଷାବନ୍ଧନ । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନର କମାର ମୋସିନ୍ ଶେଖ୍  । ଏଥିପାଇଁ ସେ ହସ୍ତତନ୍ତରେ ନିଜେ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ବିବାହ ପରଠାରୁ ମୋସିନ୍ ଭାରତ ଅହମଦାବାଦରେ  ରହିଆସୁଛନ୍ତି । ଗତ ୩୦ ବର୍ଷ ହେବ ସେ ମୋଦିଙ୍କୁ ରାଖି ବାନ୍ଧୁଛନ୍ତି । ଏହି ଥର ମଧ୍ୟ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ରାଖି ବାନ୍ଧିବେ ବେଲି ଜଣାପଡିଛି । 

ତେବେ ଏହାରି ମଧ୍ୟରେ ବେଆଇନ୍‌ ଭାବେ ପାକିସ୍ତାନରୁ ଆସିଥିବା ମହିଳା ସୀମା ହାଇଦର ମଧ୍ୟ ପଛରେ ପଡ଼ିନାହାନ୍ତି । ସୀମା ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇଛନ୍ତି । କେବଳ ମୋଦୀଙ୍କୁ ନୁହେଁ, ଯୋଗୀ ଆଦିତ୍ୟନାଥ, ରାଜନାଥ ସିଂ, ଅମିତ ଶାହା ଓ ମୋହନ ଭାଗବତଙ୍କ ସମେତ ବହୁ ପ୍ରମୁଖ ନେତାଙ୍କୁ ସୀମା ରାକ୍ଷୀ ପଠାଇଛନ୍ତି । ଯାହାର ଏକ ଭିଡିଓ ଜାରି କରି ଖୁବ ଖୁସି ଅଛନ୍ତି ସୀମା ।

 

ଭିଡିଓରେ ରାକ୍ଷୀ ପଠାଇଥିବା ନେଇ କହିବା ସହ ଦେଶର ଦାୟିତ୍ୱ ଏହି ପ୍ରମୁଖ ବ୍ୟକ୍ତିଙ୍କ କାନ୍ଧରେ ରହିଛି ବୋଲି କହିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ରାକ୍ଷୀ ପହଁଚିଯିବା ନେଇ ସେ ଆଶା ରଖିଛନ୍ତି ।