• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁର୍ଘଟଣା ପରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ପାଖରେ ଆମ୍ବୁଲାନ୍ସ ବି ଥିଲା । ଦୁର୍ଘଟଣାଗ୍ରସ୍ତ କାରରେ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରୁଥିଲେ । ଜରୁରୀ ସ୍ୱାସ୍ଥ୍ୟସେବା କର୍ମଚାରୀ ଆଉ କିଛି କାର୍ ସେଠାରେ ରହି ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିଲେ । ଆଉ ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ସେଠାରେ ଛିଡା ହୋଇଥିବା ଅନ୍ୟ କାରଗୁଡିକୁ ଧକ୍କା ଦେଇଥିଲା ।

 

 

ଗତକାଲି ବିଳମ୍ବିତ ରାତିରେ ଏଭଳି ଭୟାବହ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା-ଓ୍ୱର୍ଲି ସି ଲିଙ୍କରେ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ବାନ୍ଦ୍ରାରୁ ଓ୍ୱର୍ଲିକୁ ଯୋଡିବା ଲାଗି ସମୁଦ୍ର ଉପରେ ତିଆରି ଏହି ସେତୁର ପୋଲ ନମ୍ବର ୭୬ ଏବଂ ୭୮ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ରାତି ୨ଟା ୨୦ରେ ଏଠାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆଣିବା ଲାଗି ଏକ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଯାଇଥିଲା । ଆଉ ଆହତଙ୍କୁ ଆମ୍ବୁଲାନ୍ସରେ ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା କାରଟି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।