Advertisment

ଚାକିରି କରିବାକୁ ଚାହୁଁଥିଲା ବୋହୂ; ହଜମ କରିପାରିଲାନି ଶ୍ୱଶୁର

ବୋହୂକୁ ଚାକିରି କରିବା ପାଇଁ ପ୍ରେରଣା ଦେବା ବଦଳରେ ପ୍ରତିବାଦ କରି ମରଣାତ୍ମକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ଦିଲ୍ଲୀର ଜଣେ ବୟସ୍କ ଲୋକ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Delhi Man Hits Daughter-In-Law With Brick

Attack On Daughter-In-Law

ଶ୍ୱଶୁର ବୋହୂର ସମ୍ପର୍କ ହେଉଛି ବାପା-ଝିଅର ସମ୍ପର୍କ। ଝିଅ ହେଉ ବା ବୋହୂ ସମସ୍ତଙ୍କୁ ସ୍ନେହ ଓ ଭଲ ପାଇବା ଦେବା ବଦଳରେ ମାର୍‌ପିଟ୍‌ କରିବା ଏକ ଦଣ୍ତନୀୟ ଅପରାଧ । ବୋହୂକୁ ଚାକିରି କରିବା ପାଇଁ ପ୍ରେରଣା ଦେବା ବଦଳରେ ପ୍ରତିବାଦ କରି ମରଣାତ୍ମକ ଆକ୍ରମଣ କରିଛନ୍ତି ଦିଲ୍ଲୀର ଜଣେ ବୟସ୍କ ଲୋକ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି।

Advertisment

ଅଧିକ ପଢ଼ନ୍ତୁ: ଘରେ କେହି ନଥିଲେ...ବୋହୂର ଶୋଇବା ଘରକୁ ପଶି ଶ୍ୱଶୁର...

ସୂଚନା ମୁତାବକ ୨୬ ବର୍ଷୀୟ ମହିଳା କାଜଲ ନିଜ ସ୍ୱାମୀ ପ୍ରବିଣ କୁମାର ଓ ଶ୍ୱଶୁରଙ୍କ ସହ ଦିଲ୍ଲୀର ପ୍ରେମନଗରରେ ରହୁଥିଲେ। କାଜଲ ନିଜ ସ୍ୱାମୀକୁ ଆର୍ଥିକ ସହଯୋଗ କରିବା ପାଇଁ ଚାକିରି କରିବାକୁ ମନ ବଳାଇଥିବା ବେଳେ ତାଙ୍କ ଶ୍ୱଶୁର ଏହାକୁ ବିରୋଧ କରିଥିଲେ। ମଙ୍ଗଳବାର ଇଣ୍ଟରଭ୍ୟୁ ପାଇଁ ଯିବା ବେଳେ ଶ୍ୱଶୁର ତାଙ୍କ ଉପରେ ଇଟାରେ ଆକ୍ରମଣ କରିଥିଲେ। ଯାହାଦ୍ୱାରା ସେ ଗୁରୁତର ଭାବେ ଆହତ ହୋଇ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୁଣ୍ତରେ ୧୭ଟି ସ୍ଟିଚ୍‌ ମଧ୍ୟ ପଡ଼ିଛି।

ଭାଇରା ଭିଡିଓ ରେ ଦେଖିବାକୁ ମିଳିଛି ଯେ, ଦିଲ୍ଲୀର ପ୍ରେମନଗର ରାସ୍ତାରେ କାଜଲ ଇଣ୍ଟରଭ୍ୟୁ ପାଇଁ ଯାଉଥିବା ବେଳେ ତାଙ୍କ ଶ୍ୱଶୁର ଇଟା ଧରି ତାଙ୍କ ପାଖକୁ ଆକ୍ରମଣ କରିବାକୁ ଆସିଥିଲେ। କାଜଲ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଶ୍ୱଶୁର ଏକାଧିକ ଥର ତାଙ୍କ ମୁଣ୍ତକୁ ଇଟାରେ ପ୍ରହାର କରିଥିଲେ । ଏହାପରେ ସେ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିରହିଥିଲେ। ତାଙ୍କ ସ୍ୱାମୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

Advertisment

କାଜଲଙ୍କ ପିତାମାତାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ଶ୍ୱଶୁର ନାଁରେ ଏକ ମାମଲା ଦାଏର କରିଛି । ଏହାର ପରବର୍ତ୍ତୀ ତଦନ୍ତ ଆରମ୍ଭ ହୋଇଯାଇଛି ।

Attack Viral Video
Advertisment
Advertisment