• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାରୁ ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର । କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁର ପାଇବେ ପଦ୍ମଶ୍ରୀ । ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ପାଇବେ ଅନ୍ତର୍ଯ୍ୟାମୀ ମିଶ୍ର । ବିଶିଷ୍ଟ ଗୀତିକାର କ୍ରିଷ୍ଣା ପଟେଲ କଳା କ୍ଷେତ୍ର ପାଇଁ ପାଇବେ ପଦ୍ମଶ୍ରୀ । କୃଷି ପାଇଁ ପଟ୍ଟାୟତ ସାହୁ ପାଇବେ ପଦ୍ମଶ୍ରୀ ।

ପଦ୍ମ ପୁରସ୍କାର ନେଇ ଘୋଷଣା କରାଯାଇଛି । ୧୦୬ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ତାଲିକାରେ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ସମ୍ମାନ ପାଇଁ ଘୋଷଣା ହୋଇଛି । ବିଭିନ୍ନ କ୍ଷେତ୍ର ପାଇଁ ୯୧ ଜଣ ପାଇବେ ପଦ୍ମଶ୍ରୀ ସମ୍ମାନ । ତାଲିକାରେ ୨୫ ମହିଳା, ୨ NRI, ୭ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନ ।

ORS ପାୟୋନିୟର ଦିଲ୍ଲୀପ ମହାଲାନାବିସ ପାଇବେ ପଦ୍ମ ବିଭୂଷଣ ସମ୍ମାନ । ପଦ୍ମଶ୍ରୀ ତାଲିକାରେ ସମାଜସେବୀ ହୀରାବାଈ ଲୋବି । ମେଡିସନ୍‌ରେ ଆଣ୍ଡାମାନର ଅବସରପ୍ରାପ୍ତ ଡାକ୍ତର ରତନ ଚନ୍ଦ୍ର କର । ୫୦ ବର୍ଷ ହେଲା ସେବା ଯୋଗାଉଥିବା ୱାର ଭେଟେରାନ ମୁନେଶ୍ୱର ଚନ୍ଦ୍ର ଦେୱାର । ପ୍ରଖ୍ୟାତ ଗାନ୍ଧିବାଦୀ ନେତା, ସ୍ୱାଧୀନତା ସଂଗ୍ରାମୀ ଭିପି ଆପାକୁତ୍ତନ ପୋଡୁଭାଲ । ମାଗଣା ଔଷଧ ଓ ଶିକ୍ଷା ପାଇଁ ଜୀବନ ଉତ୍ସର୍ଗ କରିଥିବା କାକିନଡାର ଏସ୍ ଚନ୍ଦ୍ରଶେଖର । ସାପଧରା ଶିଖାଇବା ପାଇଁ ଭାଡିଭେଲ ଗୋପାଳ ଓ ମାସି ସାଦାୟାନଙ୍କୁ ପଦ୍ମଶ୍ରୀ । ଜୈବିକ ପଦ୍ଧତିରେ କୃଷି ପାଇଁ ୯୮ ବର୍ଷୀୟ ଟୁଲୁ ରାମ ଉପ୍ରେତିଙ୍କୁ ପଦ୍ମଶ୍ରୀ ।

୬ ବିଶିଷ୍ଟ ବ୍ୟକ୍ତିଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ପଦ୍ମ ବିଭୂଷଣ ସମ୍ମାନ । ORS ପାୟୋନିୟର ଦିଲ୍ଲୀପ ମହାଲାନାବିସ (ମରଣୋତ୍ତର)ଙ୍କୁ ପଦ୍ମ ବିଭୂଷଣ ସମ୍ମାନ । ମୂଲାୟମ ସିଂ ଯାଦବ (ମରଣୋତ୍ତର)ଙ୍କୁ ପଦ୍ମ ବିଭୂଷଣ ସମ୍ମାନ । ବାଲକ୍ରିଷ୍ଣ ଦୋଶି (ମରଣୋତ୍ତର)ଙ୍କୁ ପଦ୍ମ ବିଭୂଷଣ ସମ୍ମାନ । ଜାକିର ହୁସେନଙ୍କୁ କଳା ଓ ଏସ୍ଏମ କ୍ରିଷ୍ଣାଙ୍କୁ ପବ୍ଲିକ ଆଫାୟାର୍ସ ପାଇଁ ପଦ୍ମ ବିଭୂଷଣ । ଜାକିର ହୁସେନଙ୍କୁ କଳା ଓ ଏସ୍ଏମ କ୍ରିଷ୍ଣାଙ୍କୁ ପବ୍ଲିକ ଆଫାୟାର୍ସ ପାଇଁ ପଦ୍ମ ବିଭୂଷଣ ।

ପଦ୍ମ ଭୂଷଣ ତାଲିକାରେ ୯ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ । ଏସ୍.ଏଲ ଭ୍ୟାରପ୍ପାଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମ ଭୂଷଣ । ଶିଳ୍ପ ଓ ବାଣିଜ୍ୟ ପାଇଁ କୁମାର ମଙ୍ଗଳମ ବିର୍ଲାଙ୍କୁ ପଦ୍ମ ଭୂଷଣ । ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଦୀପକ ଧର ପାଇବେ ପଦ୍ମ ଭୂଷଣ । କଳା କ୍ଷେତ୍ର ପାଇଁ ବାଣୀ ଜୟରାମ ଓ ସୁମନ କଲ୍ୟାଣପୁରଙ୍କୁ ପଦ୍ମ ଭୂଷଣ । ଆଧ୍ୟାତ୍ମିକତା ପ୍ରଚାର ପାଇଁ ସ୍ବାମୀ ଚିନ୍ନା ଜିୟାରଙ୍କୁ ପଦ୍ମ ଭୂଷଣ । ସାହିତ୍ୟ ଓ ଶିକ୍ଷା ପାଇଁ କପିଳ କାପୁର ପାଇବେ ପଦ୍ମ ଭୂଷଣ । ସମାଜସେବା ପାଇଁ ସୁଧା ମୂର୍ତ୍ତି ଓ ଆଧ୍ୟାତ୍ମିକତା ପାଇଁ କମଳେଶ ଡି ପଟେଲଙ୍କୁ ପଦ୍ମ ଭୂଷଣ ।