Advertisment

Odisha Divas: ଦିଲ୍ଲୀ ସରକାରୀ କ୍ୟାଲେଣ୍ଡରରେ ରହିବ ଓଡ଼ିଶା ଦିବସ

ଏଣିକି ସରକାରୀ ଭାବେ ‘ଓଡ଼ିଶା ପର୍ବ’ ପାଳନ କରାଯିବ। ସଂସ୍କୃତି ମନ୍ତ୍ରୀ କପିଳ ମିଶ୍ରା ଏହାର ଦାୟିତ୍ବରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି।

ଅଦ୍ୟତନ ହୋଇଛି
Odisha Divas

Odisha Divas

Advertisment

ଦିଲ୍ଲୀରେ ସରକାରୀ ଭାବେ ପାଳନ ହେବ ଓଡିଶା ପର୍ବ। ଦିଲ୍ଲୀ ସରକାର ଏହାକୁ ପାଳନ କରିବେ ବୋଲି ଆଜି ଘୋଷଣା କରିଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଏଣିକି ସରକାରୀ ଭାବେ ଏହାର ପାଳନ କରାଯିବ। ସଂସ୍କୃତି ମନ୍ତ୍ରୀ କପିଳ ମିଶ୍ରା ଏହାର ଦାୟିତ୍ବରେ ରହିବେ ବୋଲି ରେଖା ଗୁପ୍ତା କହିଛନ୍ତି। 

Advertisment

ସେହିଭଳି ଦିଲ୍ଲୀ ସରକାରଙ୍କ କ୍ୟାଲେଣ୍ଡରରେ ଓଡିଶା ଦିବସ ରହିବ ବୋଲି କପିଳ ମିଶ୍ରା ସୂଚନା ଦେଇଛନ୍ତି। ଆଜି ଓଡିଶା ଦିବସ ପାଳନ ଅବସରରେ ଦିଲ୍ଲୀ ହଜ ଖାସସ୍ଥିତ ଜଗନ୍ନଥ ମନ୍ଦିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହ ସେଠାରେ ଉପସ୍ଥିତ ପ୍ରବାସୀ ଓଡିଆଙ୍କୁ ଓଡିଶା ଦିବସର ଶୁଭେଛା ଜଣାଇଥିଲେ।

ଅଧିକ ପଢ଼ନ୍ତୁ: ଆଜିଠୁ ପାଳନ ହେବ ‘ଓଡ଼ିଆ ପକ୍ଷ’

ଆଜି ହେଉଛି ଓଡ଼ିଶା ଦିବସ। ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ। ଅନେକ ବରପୁତ୍ରଙ୍କ ଅବଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା। ଏହାକୁ ମନେ ପକାଇବା ଲାଗି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କଟକ ସାଲେପୁର ସତ୍ୟଭାମାପୁରରେ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହର ଆୟୋଜନ କରାଯାଇଛି। 

Advertisment

ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା ଓ ଛାପାଖାନାର ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଲା। ଓଡ଼ିଶାକୁ ବଙ୍ଗ ପ୍ରଦେଶରେ ସାମିଲ କରିବାର ଚକ୍ରାନ୍ତ ହୋଇଥିଲା। ତେଲୁଗୁମାନେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିଲେ। ଏହି ପରିସ୍ଥିତିରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିପାଇଁ ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ବ ତଥା ବହୁ ରାଜା ଓ ଜମିଦାରଙ୍କ ସହଯୋଗରେ ଭାଷା ଆନ୍ଦୋଳନ ତୀବ୍ରତର ହୋଇଥିଲା। ଓଡ଼ିଶା ଗଠନରେ ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବକବି ଗଙ୍ଗାଧର ମେହେର ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ। ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ୧୯୩୬ ଏପ୍ରିଲ୍ ପହିଲାରେ ଓଡ଼ିଶା ଏକାଠି ହୋଇଥିଲା। 

ଅଧିକ ପଢ଼ନ୍ତୁ: ଆଜିଠୁ ନୂଆ ଆର୍ଥିକ ବର୍ଷ; ବନ୍ଦ ହୋଇଯିବ UPI ପେମେଣ୍ଟ

Delhi CM Rekha Gupta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ