Odia jawan martyred
ମଣିପୁରରେ କାର୍ଯ୍ୟରତ ଆସାମ ରାଇଫଲ୍ସର ଓଡ଼ିଆ ଯବାନ ସହିଦ। ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି ଗାଁର ଯବାନ ନୀଳାଚଳ ପଟେଲ ଆଜି କାର୍ଯ୍ୟ କରିବା ସମୟରେ ଏକ ଦୁର୍ଘଟଣାରେ ସହିଦ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ ନୀଳାଚଳ। ତେବେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଆଖି ବୁଜି ଦେଇଥିଲେ ଯବାନ।
Advertisment
ନୀଳାଚଳ ୨୦୦୪ ମସିହାରେ ଆସାମ ରାଇଫଲ୍ସରେ ଯୋଗଦାନ କରିଥିଲେ। ଏହି ଖବର ମିଳିବା ପରେ ଗାଁରେ ଶୋକାକୂଳ ପରିବେଶ ଲାଗି ରହିଛି। ରବିବାର ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ ହେବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)