Advertisment

ନୁପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ଝାଡ଼ଖଣ୍ଡରେ ଥମୁନି ହିଂସା ! ଗଲାଣି ଦୁଇ ଜୀବନ

ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଜାରି ହୋଇଛି ।

author-image
Satyendu Shekher Mishra
Jharkhand

Jharkhand

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି । ବିଜେପି ନେତା ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ବୟାନ ପରେ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ଏବେ ଝାଡଖଣ୍ଡରେ ହିଂସା ଉପୁଜିଛି ପୋଡ଼ାଜଳା ହୋଇଛି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଆକ୍ରମଣରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଅନେକ ଗାଡି ଜଳିଯାଇଛି ।

Advertisment

ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଲୋକମାନଙ୍କୁ ଶାନ୍ତି ବଜାୟରଖିବାକୁ ଅପିଲ କରିଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ ଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।

ତେବେ ନୂପୁର ଶର୍ମାଙ୍କ ଗିରଫଦାରୀ ପାଇଁ ଶୁକ୍ରବାର ବିକ୍ଷୋଭ ଚାଲିଥିବା ବେଳେ ବିକ୍ଷୋଭକାରୀ ଓ ପୋଲିସ୍ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ଟେକାପଥର ମାଡ଼ କରିବାରୁ ପୋଲିସ୍ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା। ସେହିପରି ଟିୟର ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। ଲୋକମାନେ ଗାଡ଼ି ମୋଟର ଭାଙ୍ଗିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା କିଛି ଦୋକାନକୁ ମଧ୍ୟ ପଥର ମାଡ଼ କରିଥିଲେ।

Advertisment

ଏହି ଖଣ୍ଡଯୁଦ୍ଧରେ ଆହତ ହୋଇଥିବା ପ୍ରାୟ ୧୨ ଜଣଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ସାଇନ୍ସକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଆଖି ବୁଜିଛନ୍ତି। ଏବେ ବି ଆଉ ୧୦ ଜଣଙ୍କ ଚିକିତ୍ସା ଚାଲିଛି। ଶୁକ୍ରବାର ସଂଘର୍ଷକୁ ଦୃଷ୍ଟିରେ ରଖି ରାଜଧାନୀ ରାଞ୍ଚିର ବିଭିନ୍ନ ପ୍ରାନ୍ତରେ କର୍ଫ୍ୟୁ ଲାଗୁ କରାଯାଇଛି। ଶୁକ୍ରବାର ଶତାଧିକ ଲୋକ ରାଞ୍ଚିର ବିଭିନ୍ନ ପ୍ରାନ୍ତରେ ଏକାଠି ହୋଇ ନୂପୁର ଶର୍ମାଙ୍କ ଗିରଫଦାରୀ ପାଇଁ ଦାବି କରିଥିଲେ।

Jharkhand Protest Ranchi Nupur Sharma
Advertisment
Advertisment