Advertisment

କାଲିଠୁ ଶ୍ରୀନଗରରରେ G20 ପର୍ଯ୍ୟଟନ ସମ୍ମଳନୀ, ସୁରକ୍ଷା ପାଇଁ NSG କମାଣ୍ଡୋଙ୍କ କଡ଼ା ପହରା

ସୀମା ସଂଲଗ୍ନ ରାଜୌରୀର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଛି। ଏପରିକି ଯାତାୟତ କରୁଥିବା ଗାଡି ଗୁଡିକର କଡାକଡି ଯାଞ୍ଜ କରୁଛନ୍ତି ଜମ୍ମୁ କାଶ୍ମୀର ପୋଲିସ।

author-image
Chandan Shishu
 G20 meeting in Srinagar

G20 meeting in Srinagar

ଆସନ୍ତାକାଲିଠୁ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି  G-20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ସମ୍ମିଳନୀ। ଆସନ୍ତା ୨୪ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ପ୍ରଥମ ଅନ୍ତର୍ଜତୀୟ ସମ୍ମିଳନୀ। G-20 ରାଷ୍ଟ୍ର ସମୂହର ୬୦ରୁ ଅଧିକ ପର୍ଯ୍ୟଟନ ଅଧିକାରୀ ଏଥିରେ ଯୋଗ ଦେବେ। ତେଣୁ ଏଥିପାଇଁ ଶ୍ରୀନଗର ସମେତ କାଶ୍ମୀର ଘାଟୀର ବିଭିନ୍ନ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା  ଗ୍ରହଣ କରାଯାଇଛି।

Advertisment

ଭି ଓ ୧- ଜି ୨୦ ବୈଠକ ପୂର୍ବରୁ ଜମ୍ମୁ ଓ କାଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା। ଜଳ, ସ୍ଥଳ ଓ ଆକାଶ ସବୁଠି ସୁରକ୍ଷା କର୍ମୀଙ୍କ କଡା ପଇଁତରା। ବିଏସଏଫ୍, ସିଆରପିଏଫ୍, ଏନଏସଜି ଓ ମେରାଇନ୍ କମାଣ୍ଡୋ ବିଭିନ୍ନ ସ୍ଥାନରେ ତୀକ୍ଷଣ ନଜର ରଖିଛନ୍ତି। ଇଏ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ଚେନାବ ନଦୀରେ ସୁରକ୍ଷା ବ୍ୟବସ୍ଥାର ଚିତ୍ର। ବିଏସଏଫ’ ୱାଟର ୱିଙ୍ଗର କଡା ପହରା। ଦିନ ରାତି ଏଠାରେ ବୋଟ ପାଟ୍ରୋଲିଂ କରୁଛନ୍ତି ବିଏସଏଫ ଯବାନ। 

ସୀମା ସଂଲଗ୍ନ ରାଜୌରୀର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଛି। ଏପରିକି ଯାତାୟତ କରୁଥିବା ଗାଡି ଗୁଡିକର କଡାକଡି ଯାଞ୍ଜ କରୁଛନ୍ତି ଜମ୍ମୁ କାଶ୍ମୀର ପୋଲିସ। ଏପଟେ ଡାଲ ହ୍ରଦରେ ବି ବଢିଛି ସୁରକ୍ଷା ବ୍ୟବସ୍ଥା । ଗତ ୩ ଦିନ ଧରି ଏଠାରେ ମକ ଡ୍ରିଲ କରୁଛନ୍ତି ସୁରକ୍ଷା କର୍ମୀ। 

Advertisment

ଭି ଓ ୨ ଶ୍ରୀନଗରରେ କାଲିଠାରୁ ଅନୁଷ୍ଠିତ ହେବ ୩ୟ ଜି୨୦ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ସମ୍ମିଳନୀ। ଏଇ ଅନ୍ତର୍ଜାତୀୟ ସମ୍ମିଳନୀ ଆସନ୍ତା ୨୪ ତାରିଖ ଯାଏଁ ଚାଲିବ। ୨୦୧୯ରେ ଧାରା ୩୭୦ ଉଚ୍ଛେଦ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ପ୍ରଥମ ଅନ୍ତର୍ଜତୀୟ ସମ୍ମିଳନୀ। ଏଥିରେ G-20 ଗୋଷ୍ଠି ସମୂହର ବିଭିନ୍ନ ଦେଶରୁ ପ୍ରାୟ ୬୦ରୁ ଅଧିକ ପର୍ଯ୍ୟଟନ ଅଧିକାରୀ ଯୋଗଦେବେ। ଏଥିପାଇଁ କଡା ସୁରକ୍ଷା ଘେରରେ ରହିଛି ଶ୍ରୀନଗର ସହ ଅଧିକାଂଶ ଅଞ୍ଚଳ। 

ଶେର-ଏ କାଶ୍ମୀର ଅନ୍ତର୍ଜାତୀୟ କନଫରେନ୍ସ ସେଣ୍ଟରରେ ଏହି ସମ୍ମିଳନୀର ଆୟୋଜନ ହେବ। ପର୍ଯ୍ୟଟନ ଜରିଆରେ କଶ୍ମୀରର ପୁନଗୌରବ ସ୍ଥାପନ କରି ସାରା ବିଶ୍ବକୁ ଅବଗତ କରାଇବା ଏବଂ ଘଟୀରେ ସ୍ଥିତିରେ ସୁଧାର ଆସିଥିବା ନେଇ ବିଶ୍ବକୁ ବାର୍ତ୍ତା ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଉଛି।

NSG G20 Summit
Advertisment
Advertisment