ଋଷ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବାକୁ ଭାରତରୁ ଯିବେ ଅଜିତ୍ ଡୋଭାଲ୍ । ଜାତୀୟ ସୁରକ୍ଷା ପରାମର୍ଶଦାତା-NSA ଅଜିତ ଡୋଭାଲ୍ ଏ ସପ୍ତାହରେ ମସ୍କୋ ଗସ୍ତ କରିବେ । ମସ୍କୋ ଯାଇ ସେଠାରେ ଋଷିଆର ପ୍ରତିନିଧିଙ୍କ ସହ ସେ ଆଲୋଚନା କରିବେ । ଏହାପରେ ୟୁକ୍ରେନ୍ ଯାଇ ସେଠି ବି କାଉଣ୍ଟର୍ ପାର୍ଟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ହେବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
Also Read
ଏହି ଦୁଇ ଦେଶରେ ଯୁଦ୍ଧରେ ବିରାମ ଓ ଶାନ୍ତି ଫେରାଇ ଆଣିବାକୁ ଭାରତ ମଧ୍ୟସ୍ତି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ତଳେ ଋଷ ଓ ୟୁକ୍ରେନ୍ ଗସ୍ତରେ ଯାଇଥିଲେ । ସେଠି ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଭାରତ, ଚୀନ ଏବଂ ବ୍ରାଜିଲ୍ ଯୁଦ୍ଧ ପରିସ୍ଥିତିରେ ଶାନ୍ତି ଫେରାଇ ଆଣିବା ନେଇ ଖବର ସାମ୍ନାକୁ ଆସିଥିଲା ।
ତେବେ ୬ ସେପ୍ଟେମ୍ବରରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଭଳି ବନ୍ଧୁ ଏବଂ ଅଂଶୀଦାରମାନଙ୍କୁ ପ୍ରଶଂସା କରିଥିଲେ, ଯେଉଁମାନେ ବର୍ତ୍ତମାନର ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଅଗଷ୍ଟ ୨୦୨୪ରେ ୟୁକ୍ରେନର ରାଜଧାନୀ କିଭ୍ରେ ପହଞ୍ଚିଥିଲେ । ସେ ପ୍ରଥମ ଥର ପାଇଁ ୟୁକ୍ରେନ ଗସ୍ତ କରିଥିଲେ । ୧୯୯୧ରେ ୟୁକ୍ରେନ ସ୍ୱାଧୀନ ହେବା ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ୟୁକ୍ରେନ୍ ଗସ୍ତ କରିଥିଲେ ।
#ମସ୍କୋ_ଯିବେ_ଅଜିତ_ଡୋଭାଲ୍
— ଓଟିଭି (@otvkhabar) September 8, 2024
ଋଷ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବ ଭାରତ । ଜାତୀୟ ସୁରକ୍ଷା ପରାମର୍ଶଦାତା-NSA ଯିବେ ଋଷ ।
ଋଷ-ୟୁକ୍ରେନ୍ ଯୁଦ୍ଧରେ ଶାନ୍ତି ଫେରାଇ ଆଣିବାକୁ ଭାରତରୁ ଯିବେ ଅଜିତ୍ ଡୋଭାଲ୍। #OTV pic.twitter.com/DzVTRGc3LV