Indian Postal
ନୂଆଦିଲ୍ଲୀ:ବିଦେଶ ଯିବାକୁ ହେଲେ ସବୁଠାରୁ ବଡ ପ୍ରତିବନ୍ଧକ ପାସପୋର୍ଟ। ବିନା ପାସପୋର୍ଟରେ ବିଦେଶ ଯାଇପାରିବେ ନାହିଁ, ହେଲେ ଏହି ପାସପୋର୍ଟ ବି ସହଜରେ ହୋଇପାରେ ନାହିଁ। ହେଲେ ଏଣିକି ପାସପୋର୍ଟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। କାରଣ ପୋଷ୍ଟ ଅଫିସ ଆପଣଙ୍କର ଏଇ ପାସପୋର୍ଟ ସମସ୍ୟାକୁ ଦୂର କରିଦେବ। ଏଥିପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ଡାକ ବିଭାଗ ପକ୍ଷରୁ।
ଏଣିକି ପାସପୋର୍ଟ ପାଇଁ ଆପଣଙ୍କୁ ପୋଷ୍ଟ ଅଫିସରେ ଆବେଦନ କରିପାରିବେ। ଏଥିପାଇଁ ପୋଷ୍ଟ ଅଫିସର କମନ ସର୍ବିସ ସେଣ୍ଟର (CSC) କାଉଣ୍ଟରକୁ ଯାଇ ରେଜିଷ୍ଟ୍ରେଶନ କରି ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ଇଣ୍ଡିଆ ପୋଷ୍ଟ ପକ୍ଷରୁ ଏ ନେଇ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି।
ପୋଷ୍ଟ ଅଫିସ ପକ୍ଷରୁ ଟ୍ୱିଟ୍ରେ ଉଲ୍ଲେଖ କରାଯାଇଛି, ନିକଟସ୍ଥ ଡାକଘରର CSC କାଉଣ୍ଟରରେ ପାସପୋର୍ଟ ପାଇଁ ପଞ୍ଜୀକରଣ ଏବଂ ଆବେଦନ ସରଳ ହୋଇଯାଇଛି। ଏ ବିଷୟରେ ଅଧିକ ଜାଣିବା ପାଇଁ ନିକଟସ୍ଥ ଡାକଘରକୁ ଯାଇ ପଚାରି ବୁଝି ନେବାକୁ କୁହାଯାଇଛି।
ପାସପୋର୍ଟ ଇଣ୍ଡିଆ ୱେବସାଇଟ୍ (Passportindia.gov.in) ଅନୁଯାୟୀ, ପାର୍ସପୋଟ ସେବା କେନ୍ଦ୍ର ଏବଂ ଡାକଘର ପାର୍ସପୋର୍ଟ ସେବା କେନ୍ଦ୍ର ପାସପୋର୍ଟ କାର୍ଯ୍ୟାଳୟର ବିସ୍ତାରିତ ଶାଖା ଅଟେ। ପାସପୋର୍ଟ ପ୍ରସ୍ତୁତି ସମ୍ବନ୍ଧିତ ସମସ୍ତ ସେବା ଏଠାରେ ଉପଲବ୍ଧ ହୋଇଥାଏ। ଏହି କେନ୍ଦ୍ର ଟୋକନ ଜାରିଠାରୁ ଆରମ୍ଭ କରି ପାସପୋର୍ଟ ଜାରି ପର୍ଯ୍ୟନ୍ତ ସମସ୍ତ ସେବା ଯୋଗାଇଥାଏ।
Also Read
ଏଠାରେ କହିରଖିବୁ, ଯେଉଁମାନେ ପାସପୋର୍ଟ ପାଇଁ ଆବେଦନ ଏବଂ ରେଜିଷ୍ଟ୍ରେଶନ କରିଛନ୍ତି, ସେମାନଙ୍କୁ ପାସପୋର୍ଟ ସେବା କେନ୍ଦ୍ରରେ ଅନଲାଇନ ଆପ୍ଲିକେଶନ ସବମିଶନ ପରେ ଆପ୍ଲିକେଶନର ପ୍ରିଣ୍ଟ କପି ଏବଂ ମୂଳ ଆବେଦନପତ୍ର ସହ ଉପସ୍ଥିତ ହେବାକୁ ପଡ଼ିବ। ଏହା ବ୍ୟତୀତ ନିକଟସ୍ଥ ପୋଷ୍ଟ ଅଫିସରେ ଥିବା ପାସପୋର୍ଟ ସେବା କେନ୍ଦ୍ରକୁ ଆପ୍ଲିକେଶନର ପ୍ରିଣ୍ଟ କପି ଏବଂ ମୂଳ ଆବେଦନପତ୍ର ସହ ମଧ୍ୟ ଯାଇ ପାରିବେ।
ପାସପୋର୍ଟ ପ୍ରସ୍ତୁତ ପାଇଁ ଆବଶ୍ୟକ ପ୍ରମାଣପତ୍ର ହେଲା-
ପାସପୋର୍ଟ କାଢିବାକୁ ଚାହୁଁଥିଲେ, ନିଜର ଜନ୍ମ ପ୍ରମାଣପତ୍ର, ୧୦ ମାର୍କସିଟ୍, ନିର୍ବାଚନ କାର୍ଡ, ପାନ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ରାଶନ କାର୍ଡ ନେଇ ନିଟସ୍ଥ ପୋଷ୍ଟ ଅଫିସ ଯିବାକୁ ପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)