• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘରେ କୁକୁର ରଖୁଥିଲେ ସାବଧାନ । ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିପାରେ । ଗତ କିଛି ଦିନ ହେବ ନଏଡ଼ା ସହର ଓ ଆଖପାଖ ଅଞ୍ଚଳରେ କୁକୁର କାମୁଡିବା ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କଠୋର କଟକଣା ଜାରି କରାଯାଇଛି । ଏଣିକି କୌଣସି ବ୍ୟକ୍ତିଙ୍କୁ ପୋଷା କୁକୁର କାମୁଡିଲେ ମାଲିକଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡିବ । ରାସ୍ତାରେ କୁକୁର ମଳତ୍ୟାଗ କଲେ ତାକୁ ସଫା କରିବା ଦାୟିତ୍ୱ ବି କୁକୁର ମାଲିକଙ୍କର । ୨୦୨୩ ମାର୍ଚ୍ଚ ପହିଲାରୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଧିକ ପଢ଼ନ୍ତୁ: ମା’କୁ କାମୁଡ଼ି ମାରିଦେଲା ପୁଅର ପୋଷା କୁକୁର : ଛାତ ଉପରେ ବୁଲାଇବା ସମୟରେ ଆକ୍ରମଣ କଲା ପିଟ୍‌ବୁଲ୍‌

ଯଦି କୌଣସି ପୋଷା କୁକୁର ଅଥବା ବିଲେଇ କାହାକୁ ଆକ୍ରମଣ କରେ ତା’ର ମାଲିକଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ପଡିବ । ଏହାଛଡ଼ା କୁକୁର କାମୁଡ଼ିଥିବା ବ୍ୟକ୍ତିଙ୍କ ସମସ୍ତ ଚିକତ୍ସା ଖଚ୍ଚଆ ବହନ କରିବେ ମାଲିକର । ବୁଲା କୁକୁରଙ୍କ ଦୌରାତ୍ମ୍ୟ ଏବଂ ପୋଷା କୁକୁରଙ୍କ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ନଏଡା କର୍ତ୍ତୃପକ୍ଷ ବୋର୍ଡ ମିଟିଙ୍ଗ୍ ଡକାଇଥିଲେ । ଆଉ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରାଣୀ ମଙ୍ଗଳ ବୋର୍ଡ’ ନିୟମ ଅନୁସାରେ, ନୀତି ନିର୍ଦ୍ଧାରଣ କରିବା ଲାଗି ଏହି ବୈଠକରେ ନଏଡ଼ା କର୍ତ୍ତୃପକ୍ଷ ସବିଶେଷ ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ଏଥି ସହ ଯେଉଁମାନେ ଘରେ କୁକୁର ବା ବିରାଡ଼ି ପୋଷିବେ ସେମାନଙ୍କୁ ପେଟ୍ ରେଜିଷ୍ଟ୍ରେସନ ଆପ୍ ଜରିଆରେ ପଞ୍ଜୀକରଣ କରାଇବାକୁ ବାଧ୍ୟତାମୂଳକ କରାଯାଇଛି । ‘ତା’ ନ ହେଲେ ଜରିମାନା ଦେବାକୁ ପଡ଼ିବ । ଏହାଛଡ଼ା କୁକୁରମାନଙ୍କୁ ଜଳାନ୍ତ ଙ୍କ-ନିରୋଧୀ ଟିକା ଦେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ୨୦୨୩ ମାର୍ଚ୍ଚ ପହିଲାରୁ ମାସକୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ପଡ଼ିବ ।