/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657709732.jpg)
Special story
ମହିଳାଙ୍କୁ ଝୁଣି ଝୁଣି ମାଂସ ଖାଇଗଲା ପୋଷା କୁକୁର । ଘରର ସୁରକ୍ଷା ପାଇଁ ପୁଅ ରଖିଥିବା ପୋଷା କୁକୁର ପାଇଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏକ ପିଟବୁଲ କୁକୁର ଘର ଛାତ ଉପରେ ହିଁ ୮୦ ବର୍ଷିୟା ମହିଳା ସୁଶୀଳା ତ୍ରିପାଠୀଙ୍କ ଜୀବନ ନେଇଯାଇଛି । ତେବେ ପିଟବୁଲ ଆକ୍ରମଣ କରିବା ସହ ସୁଶୀଳାଙ୍କ ମାଂସ ଖାଇଯାଇଥିବା ପଡ଼ୋଶୀ କହିଛନ୍ତି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ଲକ୍ଷ୍ନୌର ବଙ୍ଗାଳୀଟୋଲା ବାସିନ୍ଦା ସୁଶୀଲା ତ୍ରିପାଠୀଙ୍କୁ ମଙ୍ଗଳବାର ଦିନ ଆକ୍ରମଣ କରିଥିଲା ପିଟ୍ବୁଲ୍ । ପ୍ରତିଦିନ ପରି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶୀଲା ତ୍ରିପାଠୀ ଘରେ ଥିବା ଏକ ପିଟବୁଲ୍ ଏବଂ ଲାବ୍ରାଡୋରକୁ ଛାତକୁ ବୁଲାଇବାକୁ ନେଇଥିଲେ । ହେଲେ ହଠାତ୍ ପିଟବୁଲ ସୁଶୀଲା ତ୍ରିପାଠୀଙ୍କୁ ଆକ୍ରମଣ କରିଥିଲା । ପୂରା ବଳ ସହିତ ସୁଶୀଳାଙ୍କ ଶରୀରକୁ କାମୁଡ଼ି ଖଣ୍ଡବିଖଣ୍ଡିତ କରିପକାଇଥିଲା । କାମୁଡ଼ିବା ସହ ପିଟବୁଲ ସୁଶୀଳାଙ୍କ ମାଂସ ଖାଉଥିବା ଲୋକ ଦେଖିଛନ୍ତି ।
ଜଣେ ପଡ଼ୋଶୀ କହିଛନ୍ତି, ମହିଳାଙ୍କ ଚିତ୍କାର ଶୁଣି ସେ ବାହାରକୁ ଆସିଥିଲେ । ଦେଖିଲା ବେଳେ ପିଟବଲ୍ ସୁଶୀଲା ତ୍ରିପାଠୀଙ୍କୁ ଝୁଣି ପକାଉଛି, ଆଉ ସେ ଅସହାୟ ହୋଇ ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଛନ୍ତି । ତେବେ ପଡ଼ୋଶୀ ଲୋକେ ପିଟ୍ବୁଲ୍କୁ ଘଉଡ଼ାଇବା ପାଇଁ ପଥର ମାରିଥିଲେ ସୁଦ୍ଧା ସେ ସୁଶୀଳାଙ୍କୁ ଛାଡ଼ି ନଥିଲା । କାମୁଡ଼ି କାମୁଡ଼ି ମାଂସ ଖାଉଥିଲା । ଶେଷରେ ସେ ସୁଶୀଳାଙ୍କ ଶରୀରକୁ କାମୁଡ଼ି ଘର ଭିତରକୁ ମଧ୍ୟ ନେଇ ଯାଇଥିଲା । ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ କୁକୁର ସୁଶୀଳାଙ୍କୁ ଝୁଣୁଥିବା କହିଛନ୍ତି ପଡ଼ୋଶୀ ।
ତେବେ ଏହି ପରିପ୍ରେକ୍ଷୀରେ ଲକ୍ଷ୍ନୌ ମ୍ୟୁନିସିପାଲିଟି ଅଧିକାରୀ ଅରବିନ୍ଦ ରାଓ କହିଛନ୍ତି, ପିଟବୁଲର ମାଲିକଙ୍କୁ ନୋଟିସ୍ ଦିଆଯାଇଛି । ଯଦି ତାଙ୍କ ପାଖରେ ଲାଇସେନ୍ସ ନଥାଏ, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲାଇସେନ୍ସ ଥିଲେ ବି ବାତିଲ୍ କରାଯାଇ ପିଟବୁଲକୁ ଉଦ୍ଧାର କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)