/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663243334.jpg)
Wearing SeatBelt
କାର୍ରେ ପଛ ସିଟ୍ରେ ବସିଲେ ବି ପିନ୍ଧିବାକୁ ପଡିବ ସିଟ୍ ବେଲ୍ଟ । ନ ହେଲେ ଗଣିବେ ମୋଟା ଅଙ୍କର ଫାଇନ୍ । ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କଠାରୁ ଫାଇନ୍ ଆଦାୟ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ତେବେ ଏହି ନିୟମକୁ କାର୍ଯ୍ୟକାରୀ କରିଛି ଦିଲ୍ଲୀ ଟ୍ରାଫିକ୍ ପୋଲିସ । କାର୍ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ (Cyrus Mistry)ଙ୍କ ମୃତ୍ୟୁର ୨ ଦିନ ପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଏହା କହିଛନ୍ତି । ତେବେ ଏହି ନିୟମ ଅବମାନନା କଲେ କଟିବ ୧୦୦୦ ଟଙ୍କା ଫାଇନ୍ ।
ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ କାର୍ର ପଛ ସିଟରେ ସିଟ୍ ବେଲ୍ଟ ପିନ୍ଧିବାର ନିୟମକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ନିୟମ ବିଷୟରେ ଅବଗତ କରାଇବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଯେଉଁଥିରେ ଟ୍ରାଫିକ ପୋଲିସମାନେ ହାତରେ ପ୍ଲାକାର୍ଡ ଧରି ରାସ୍ତା ମଝିରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । ଏହି ନିୟମ ନମାନିଲେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି ।
ଯେଉଁମାନେ ପଛ ସିଟ୍ରେ ବସିଥିବେ ଓ ସିଟ୍ ବେଲ୍ଟ ପିନ୍ଧି ନଥିବେ ସେମାନେ ଫାଇନ୍ ଗଣିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି। ଏଥିପାଇଁ ସର୍ବନିମ୍ନ ୧,୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ସିଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି ।
ଫାଇନ୍ ଆଦାୟ ନୁହେଁ, ବରଂ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି ଦିଲ୍ଲୀ ପୋଲିସ । ହାତରେ ପ୍ଲାକାର୍ଡ ଧରି ରୋଡ୍ ମଝିରେ ସଚେତନତାର ବାର୍ତ୍ତା ଦେଉଛନ୍ତି । ୨୦୨୪ ସୁଦ୍ଧା ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦%କୁ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ହାଇୱେ ପୋଲିସ୍ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ ୫୯,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦,୦୦୦ ଗୁରୁତର ଆହତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)