Advertisment

Northeast Floods Fury: ପୂର୍ବୋତ୍ତରରେ ପ୍ରକୃତିରେ ପ୍ରହାର; ଗଲାଣି ୫୦ରୁ ଅଧିକ ଜୀବନ, ସବୁକିଛି ଛାରଖାର୍‌

ଭାରତର ଉତ୍ତର-ପୂର୍ବରେ ତାଣ୍ଡବ ରଚିଛି ପ୍ରକୃତି । କେଉଁଠି ଗାଡି ମଟର ଭାସୁଛି ତ ଆଉ କେଉଁଠି ଭାସି ଯାଉଛନ୍ତି ଲୋକେ । ଯୁଆଡେ ଆଖି ପକାଇବ ସିଆଡେ ଖାଲି ପାଣି ଆଉ ପାଣି । ସିକ୍କିମଠୁ ଆରମ୍ଭ କରି ଅରୁଣାଚଳ ଯାଏ ହାହାକାର । ଆସାମରୁ ମଣିପୁର ଯାଏଁ ଜଳ ପ୍ରହାର ।

author-image
Namita Biswal
ଅଦ୍ୟତନ ହୋଇଛି
Northeast Floods

Northeast Floods

ଘୁ ଘୁ ହୋଇ ମାଡିଆସୁଛି ପାଣି । ବୁଡୁଛି ଘର, ବୁଡୁଛି ସହର । କେଉଁଠି ଗାଡି ମଟର ଭାସୁଛି ତ ଆଉ କେଉଁଠି ଭାସି ଯାଉଛନ୍ତି ଲୋକେ । ଯୁଆଡେ ଆଖି ପକାଇବ ସିଆଡେ ଖାଲି ପାଣି ଆଉ ପାଣି । ସିକ୍କିମଠୁ ଆରମ୍ଭ କରି ଅରୁଣାଚଳ ଯାଏ ହାହାକାର। ଆସାମରୁ ମଣିପୁର ଯାଏଁ ଜଳ ପ୍ରହାର । ତାଣ୍ଡବ ରଚିଛି ପ୍ରକୃତି । ଭାରତର ଉତ୍ତର-ପୂର୍ବରୁ ସାମ୍ନାକୁ ଆସୁଛି ପ୍ରକୃତିର ଏହି ବିକଟାଳ ରୂପ । ପାଣିରେ ବୁଡି ଯାଇଛି ପୂରା ସହର । ବଡ଼ ବଡ଼ ବିଲ୍ଡିଂରୁ ଆରମ୍ଭ କରି ହସ୍ପିଟାଲ ଓ ସ୍କୁଲ ସବୁକିଛି ହେଉଛି ଉବୁଟୁବୁ । 

Advertisment

ସ୍ଥିତି ପୂରା ବେହାଲ । ବନ୍ୟା ପାଣି ଲୋକଙ୍କ ନିତିଦିନିଆ ଜୀବନରେ ଲଗାଇ ଦେଇଛି ବ୍ରେକ୍‌ । ମୌସୁମୀ ଓ ବାଦଲଫଟା ବର୍ଷା ଯୋଗୁ ସିକ୍କିମରେ ବି ସଙ୍ଗୀନ ସ୍ଥିତି । ଧୋଇଯାଇଛି ରାସ୍ତାଘାଟ । ଭାସିଯାଇଛି ବ୍ରିଜ୍ । ବନ୍ୟା ସାଙ୍ଗକୁ ଭୂସ୍ଖଳନ ଲୋକଙ୍କ ଉପରେ ପକାଇଛି ଡବଲ ପ୍ରହାର । ମଙ୍ଗନ ଜିଲ୍ଲାର ଲାଚେନ୍ ଓ ଲାଚୁଙ୍ଗ ଉପତ୍ୟକାରେ ପ୍ରାୟ ୧୫ ଶହରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି । 

ଲଗାଣ ବର୍ଷା ପୂର୍ବୋତ୍ତର ରାଜ୍ୟ ପାଇଁ କାଳ ନେଇଆସିଛି । ୪୮ ଘଣ୍ଟାର ନନ୍‌ଷ୍ଟପ୍‌ ବର୍ଷା ପରେ ଅନେକ ଅଞ୍ଚଳରେ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳୁଛି । ସିକ୍କିମରେ ଥିବା ସେନା କ୍ୟାମ୍ପ୍ ଉପରେ ମାଟି ଅତଡା ଖସିବା ଫଳରେ ୩ ଜଣ ଯବାନ ସହିଦ ହେବା ସହ ୧୦ରୁ ଅଧିକ ନିଖୋଜ ଥିବା ସୂଚନା ମିଳିଛି । ସିକ୍କିମରେ ୩୪ ଜଣ, ଆସାମରେ ୧୦ ଜଣ, ମଣିପୁରରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆସାମର ବ୍ରହ୍ମପୁତ୍ର ସମେତ ୧୦ଟି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଫଳରେ ୧୯ଟି ଜିଲ୍ଲା ଓ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରୁଛି ।

Advertisment

ଏସଡିଆରଏଫ,ଏନଡିଆରଏଫ ଓ ଭାରତୀୟ ସେନା । ଲୋକଙ୍କୁ କ୍ରେନ୍, ବୁଲଡୋଜର ସାହାଯ୍ୟରେ ଉଦ୍ଧାର କରାଯାଉଥିବା ଚିତ୍ର ବି ସାମ୍ନାକୁ ଆସୁଛି । ବିଭିନ୍ନ ରାସ୍ତାରେ ଡଙ୍ଗା ଚାଲୁଥିବାବେଳେ ବିପନ୍ନମାନେ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...

ଆହୁରି ୭ ଦିନ ଯାଏଁ ପ୍ରବଳ ବର୍ଷା ଜାରି ରହିବ । ଏଥିପାଇଁ ମଣିପୁର ସମେତ ଅଧିକାଂଶ ପୂର୍ବୋତ୍ତର ରାଜ୍ୟକୁ ହାଇଆଲର୍ଟରେ ରଖାଯାଇଛି । ଆସାମ ଓ ମେଘାଳୟ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Northeast India Massive Flooding
Advertisment
Advertisment