• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ବିରୋଧରେ ନୋରା ଫତେହି ଆଣିଲେ ମାନହାନୀ ମାମଲା । ୨୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କଲେ ଅଭିନେତ୍ରୀ ନୋରା ଫତେହି । ଆକ୍ରୋଶ ରଖି ଜାକଲିନ୍ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ୨ଶହ କୋଟିର ଏକ ମନି ଲଣ୍ଡରିଂ ମାମଲାରେ ଉଭୟଙ୍କୁ ଜେରା କରିଥିଲା ଇଡି ।

ପୁଣି ଫସିଲେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ । କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ନେଇ ଆସିଛି ଭିନ୍ନମୋଡ଼ । ବଲିଉଡ୍; ଅଭିନେତ୍ରୀ ନୋରା ଫତେହି ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ।

କେବଳ ଜାକଲିନ୍ ନୁହଁ କେତେକ ଗଣମାଧ୍ୟମ ସଂସ୍ଥା ବିରୋଧରେ ମଧ୍ୟ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ନୋରା । ଅଭିନେତ୍ରୀ ନୋରାଙ୍କୁ ବଦନାମ ଉଦ୍ଦେଶ୍ୟରେ ଜାକଲିନ୍ ତାଙ୍କ ବିରୋଧରେ ଟିପ୍ପଣୀ ଦେଇଥିବା ବେଳେ ଏହି ବୟାନକୁ କେତେକ ଗଣମାଧ୍ୟମ ସଂସ୍ଥା ପ୍ରସାର କରିଥିବା ସେ ଅଭିଯୋଗ କରିଛନ୍ତି । ନୋରା ଫତେହି ତାଙ୍କ ପିଟିସନରେ କହିଛନ୍ତି ଯେ, ଜାକଲିନ୍ ତାଙ୍କ କ୍ୟାରିୟରକୁ ନଷ୍ଟ କରିବା ଏବଂ ନିଜର ସ୍ୱାର୍ଥ ପାଇଁ ସେ ତାଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଫିଫା ବିଶ୍ୱକପରେ ଧୂମ ମଚେଇଲେ ନୋରା ଫତେହୀ; ଛୁଟୁଛି ପ୍ରଶଂସାର ସୁଅ

ପିଏମଏଲଏ କୋର୍ଟରେ ନୋରା ଫତେହି ଜାକଲିନ୍ଙ୍କ ବିରୋଧରେ ମାନହାନି ମମମଲା ଦାୟର କରିଛନ୍ତି । ତାଙ୍କ ବିରୋଧରେ ଇଡିରେ ମିଥ୍ୟା ଅଭିଯୋଗ କରାଯାଇଥିବା ବେଳେ ସେ କନ୍‌ମ୍ୟାନ ସୁକେଶଙ୍କ ସହ କୌଣସି ବେଆଇନ ଅର୍ଥ ହେରଫେରରେ ସମ୍ପୃକ୍ତ ନଥିବା କହିଛନ୍ତି । ଏହି ମାମଲା ସହିତ ତାଙ୍କର କୌଣସି ସମ୍ପର୍କ ନଥିବା ନୋରା କହିଛନ୍ତି ।

ଇଡିର ସନ୍ଦେହ ଯେ, ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ନୋରା ଫତେହିଙ୍କୁ ଗୋଟାଏ ‘ବିଏମ୍‌ଡବ୍ଲୁ’ କାର୍‌ ଉପହାର ଦେଇଛନ୍ତି । ନୋରା ଫତେହିଙ୍କୁ ସୁକେଶଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା। ସେଥିରେ ଉପହାର ପ୍ରସଙ୍ଗ ପଡ଼ିଥିଲା । ପରେ ସେ ଏକ ବିବୃତି ଜାରି କରି ନୋରା ଫତେହି କହିଥିଲେ, କୌଣସି ଆର୍ଥିକ ଦୁର୍ନୀତିରେ ସ‌େ ସଂଶ୍ଳିଷ୍ଟ ନୁହନ୍ତି ।