Advertisment

୪ ଘଣ୍ଟାରେ ଅଭିନେତ୍ରୀ ନୋରାଙ୍କୁ ୫୦ ପ୍ରଶ୍ନ, ଅର୍ଥ ହେରଫେର ମାମଲାରେ ଅଛି କି ଲିଙ୍କ୍‌ ?

୪ ଘଣ୍ଟା ଜେରା ବେଳେ ନୋରାଙ୍କୁ ୫୦ଟି ପ୍ରଶ୍ନ ପଚରା ଯାଇଥିଲା। ତେବେ ସୁକେଶଙ୍କ କ୍ରିମିନାଲ୍‌ ବ୍ୟାକ୍‌ଗ୍ରାଉଣ୍ଡ ସମ୍ପର୍କରେ ତାଙ୍କୁ ଜଣାନଥିଲା ବୋଲି ନୋରା କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actor Nora Fatehi Questioned In Rs 200 Crore Extortion Case

Actor Nora Fatehi Questioned In Rs 200 Crore Extortion Case

୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ(ଅର୍ଥ ହେରଫେର) ମାମଲାରେ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କୁ ଜେରା କରାଯାଇଛି। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ଏହି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର ଏକ ଟିମ୍‌ ନୋରାଙ୍କୁ ଜେରା କରିଛନ୍ତି। ତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରାଯାଇଥିବା ଜଣାପଡ଼ିଛି। 

Advertisment

୪ ଘଣ୍ଟା ଜେରା ବେଳେ ନୋରାଙ୍କୁ ୫୦ଟି ପ୍ରଶ୍ନ ପଚରା ଯାଇଥିଲା। ତେବେ ସୁକେଶଙ୍କ କ୍ରିମିନାଲ୍‌ ବ୍ୟାକ୍‌ଗ୍ରାଉଣ୍ଡ ସମ୍ପର୍କରେ ତାଙ୍କୁ ଜଣାନଥିଲା ବୋଲି ନୋରା କହିଛନ୍ତି। ଏପରିକି ଇଣ୍ଡଷ୍ଟ୍ରିର କୌଣସି ସହକର୍ମୀ ଓ ଏହି ମାମଲାରେ ଅଭିଯୁକ୍ତ କୁହାଯାଉଥିବା ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ନୋରା କହିଛନ୍ତି।

ନ୍ୟୁଜ୍‌ ଏଜେନ୍ସି ANIର ରିପୋର୍ଟ ଅନୁସାରେ, ଏହି ମାଲାରେ ତଦନ୍ତକାରୀ ଅଧିକାରୀଙ୍କୁ ସହାୟତା କରିବେ ବୋଲି ନୋରା କହିଛନ୍ତି। କେଉଁସବୁ ଗିଫ୍ଟ ନୋରା ନେଇଥିଲେ ? କାହାସହ ସେ କଥା ହୋଇଥିଲେ ?  ସେମାନଙ୍କୁ ସେ କେଉଁଠାରେ ଭେଟିଥିଲେ ? ତଦନ୍ତକାରୀ ଅଧିକାରୀଙ୍କ ଏଭଳି ୫୦ଟି ପ୍ରଶ୍ନର ଉତ୍ତର  ନୋରା ଦେଇଛନ୍ତି। 

Advertisment

ପୂର୍ବରୁ ମଧ୍ୟ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁକେଶ ଏବଂ ନୋରାଙ୍କୁ ସାମ୍ନାସାମ୍ନି ଜେରା କରିଥିଲା। ଏହି ମାମଲାରେ ଇଡି ଚାର୍ଜଶିଟ  ଦାଖଲ କରିଥିଲା, ଯେଉଁଥିରେ ଇଡି ସୁକେଶଙ୍କ ସହ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ନାଁ ଥିଲା। ତେବେ ନୋରା ଫତେହୀଙ୍କୁ ଏହି ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିଥିବା ଜଣାପଡ଼ିଛି। ସେହିପରି ବିଳାସପୂର୍ଣ୍ଣ  BMW କାର୍‌ ଉପହାର ନେଇ ନୋରାଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି। ନୋରା ଏହି କାର୍‌କୁ ପ୍ରଥମେ ଗ୍ରହଣ କରିଥିଲେ ବି ପରେ ଆବଶ୍ୟକ ନାହିଁ ବୋଲି କହି ଫେରାଇ ଦେଇଥିବା ଜେରା କରୁଥିବା ଟିମ୍‌କୁ କହିଥିବା ଜଣାପଡ଼ିଛି।


 
 
 
 
 
 
 
 
 
 
 
 
 
 

A post shared by Nora Fatehi (@norafatehi)

ସୂଚନାଥାଉ କି, ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚାର୍ଜଶିଟ୍‌ ଉପରେ ପଟିଆଲା କୋର୍ଟ Cognizance ନେଇଛନ୍ତି।  ଇଡିର ଚାର୍ଜଶିଟ୍‌ ଅନୁସାରେ, ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ଦେଇଥିଲେ। ଜ୍ୟାକଲିନ୍‌ଙ୍କ ପାଇଁ ସେ ଶ୍ରୀଲଙ୍କାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ। ଏତଦ୍‌ବ୍ୟତୀତ ଜ୍ୟାକଲିନ୍‌ଙ୍କ ପାଇଁ ସେ ମୁମ୍ବାଇରେ ପ୍ରପର୍ଟି ମଧ୍ୟ ଦେଖିଥିଲେ। 

Nora Fatehi Bollywood Jacqueline Fernandez Extortion Case Sukesh Chandrasekhar Jacqueline Sukesh
Advertisment
Advertisment