Advertisment

ପରୀକ୍ଷା ଚାପରେ ଛାତ୍ରଙ୍କ ଆତ୍ମହତ୍ୟା...୨୨ମହଲାରୁ ଡେଇଁ ପଡ଼ିଲେ

ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
CBSE Class 12 Student Commits Suicide in Noida

Student Suicide

ପରୀକ୍ଷାରେ ଖରାପ ହେବାରୁ ଜୀବନ ହାରିଲେ ଛାତ୍ର। ଇଂରାଜୀ ପେପର ଖରାପ ହେବାରୁ ୨୨ମହଲା ଉପରୁ ଡେଇଁ ପଡିଲେ। ଗ୍ରେଟର ନୋଏଡାର ମହାଗୁନ୍ ମାୟୁଉଡ୍ ସୋସାଇଟି ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଗତକାଲି ପରୀକ୍ଷା ଦେଇ ଫେରିବା ପରେ ଛାତ ଉପରକୁ ଯାଇ ସେଠାରେ ଏକାକୀ ବସିଥିଲେ। ପରେ ଛାତ ଉପରୁ ଡେଇଁ ପଡିଥିବା ଜଣାପଡିଛି।

Advertisment

ମୃତ ଛାତ୍ର ୧୯ବର୍ଷୀୟ ଆଦିତ୍ୟ ମିଶ୍ର । ଗତକାଲି ଅପରାହ୍ନ ପ୍ରାୟ ୪ଟା ୩୦ରେ ପୋଲିସକୁ ଏନେଇ ଖବର ମିଳିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ଥାନୀୟ ଲୋକ ଓ ବାପା-ମା’ଙ୍କୁ ପଚରାଉଚରା କରିଛି। ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷା ଥିଲା। ତେବେ ସେ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ। ଏହାପରେ ସେ ଛାତ ଉପରକୁ ଚାଲିଯାଇଥିଲେ।

ଅଧିକ ପଢ଼ନ୍ତୁ: +3 ପଢ଼ୁଥିଲେ ଛାତ୍ରୀ; ପରୀକ୍ଷା ଡରରେ ୬ ମହଲା ଛାତରୁ ଡେଇଁ କଲେ ଆତ୍ମହତ୍ୟା

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଆଦିତ୍ୟ ସୋସାଇଟିର ଛାତ ଉପରେ ପ୍ରାୟ ୨୦ମିନିଟ୍ କାଳ ବସିରହିଥିଲେ। ସେ ଦୁଃଖି ଥିବା ଭଳି ଜଣାପଡୁଥିଲେ। ଏଥର ମଧ୍ୟ ପାସ କରିବେ କି ନାହିଁ ଭାବି ଭାବି ସେ ହୁଏତ ଛାତରୁ ଡେଇଁ ପଡିଛନ୍ତି। ଆଦିତ୍ୟ ତାଙ୍କ ପିତାମାତାଙ୍କର ଏକମାତ୍ର ପୁଅ ଥିଲେ। ତାଙ୍କର ଏକ ବଡ ଭଉଣୀ ଅଛି। ତେବେ ଆଦିତ୍ୟଙ୍କ ମୃତ୍ୟୁ ନେଇ ତଦନ୍ତ କରୁଛି ପୋଲିସ।

Board Examinations Suicide Case Student Suicide
Advertisment
Advertisment