Advertisment

କେଜ୍ରିୱାଲଙ୍କୁ ପୁଣି ଝଟ୍‌କା; ତତ୍କାଳ ଶୁଣାଣିକୁ ଅଗ୍ରାହ୍ୟ କଲେ ଦିଲ୍ଲୀ ହାଇକୋର୍ଟ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । ଗିରଫଦାରି ଓ ରିମାଣ୍ଡ ଅର୍ଡରକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ତତ୍କାଳ ଶୁଣାଣିକୁ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । ଗିରଫଦାରି ଓ ରିମାଣ୍ଡ ଅର୍ଡରକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ତତ୍କାଳ ଶୁଣାଣିକୁ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଇଡି ଦ୍ବାରା ଗିରଫଦାରି ଏବଂ ତଳକୋର୍ଟଙ୍କ ରିମାଣ୍ଡ ଅର୍ଡରକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଅରବିନ୍ଦ କେଜ୍ରିୱାଲ। ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା ଅଭିଯୋଗ କରି ମାମଲାର ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ କେଜ୍ରିୱାଲ । ତେବେ ଏହାକୁ ଅଗ୍ରାହ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

Advertisment

ସୋମବାର ଓ ମଙ୍ଗଳବାର ହାଇକୋର୍ଟରେ ହୋଲି ଛୁଟି। ତେଣୁ ଏହି ଛୁଟି ପରେ ଅର୍ଥାତ୍ ୨୭ ତାରିଖ ଦିନ କୋର୍ଟ ଖୋଲିବା ପରେ ଶୁଣାଣି ହୋଇପାରେ । ସେପଟେ ଗିରଫଦାରିକୁ ନେଇ ଜର୍ମାନୀ ବିଦେଶ ମନ୍ତ୍ରାଳୟ ମୁଖପାତ୍ରଙ୍କ ବିବୃତ୍ତରେ ଭାରତ କଡ଼ା ଆପତ୍ତି କରିଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ୨୮ ତାରିଖ ଯାଏଁ ରିମାଣ୍ଡରେ ନେଇଛି ଇଡି । ଏହା ସରିବା ପରେ ସିବିଆଇ ମଧ୍ୟ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ସେପଟେ ଜେଲରୁ ଥାଇ କେଜ୍ରିୱାଲ ଏକ ବାର୍ତ୍ତା ଦେଇଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି ତାଙ୍କ ପତ୍ନୀ ସୁନୀତା ।କେଜ୍ରିୱାଲ ବାର୍ତ୍ତା ଦେଇଛନ୍ତି ଯେ, ଦେଶ ଭିତରେ ଓ ବାହାରେ ଥିବା ଅନେକ ଶକ୍ତି ଦେଶକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ହରାଇବାକୁ ପଡ଼ିବ। କୌଣସି ଜେଲ୍ ମୋତେ ଅଧିକ ଦିନ ରଖିପାରିବ ନାହିଁ। ବିଜେପି କର୍ମୀ ଆମ ଭାଇ ଭଉଣୀ, ସେମାନଙ୍କୁ ଘୃଣା କରନ୍ତୁ ନାହିଁ ବୋଲି ଚିଠି ପଢ଼ି ଶୁଣାଇଛନ୍ତି ସୁନୀତା କେଜ୍ରିୱାଲ ।

Advertisment

ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫଦାରିକୁ ନେଇ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ବିବୃତିକୁ ନେଇ ଆପତ୍ତି ଜଣାଇଛି ଭାରତ । ନୂଆଦିଲ୍ଲୀରେ ଅବସ୍ଥାପିତ ଜର୍ମାନୀ ଦୂତାବାସର ଉପମୁଖ୍ୟଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଫିସକୁ ଡାକି, ଭାରତର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଯାଇଛି। MEA ପକ୍ଷରୁ ବିବୃତି ଜାରି ହୋଇଛି ଯେ, ଜର୍ମାନୀ ବିଦେଶ ମନ୍ତ୍ରାଳୟ ମୁଖପାତ୍ରଙ୍କ ମନ୍ତବ୍ୟ ଭାରତର ଆଇନଗତ ପ୍ରକ୍ରିୟାରେ ହସ୍ତକ୍ଷେପ। ଆଉ ଏହା ଆମର ନ୍ୟାୟପାଳିକାର ଅଟୋନମି ବା ସ୍ବାୟତ୍ତତାକୁ ହ୍ରାସ କରିବାକୁ ଉଦ୍ୟମ । ସୂଚନା ଯୋଗ୍ୟ ଯେ, କେଜ୍ରିୱାଲଙ୍କ ଗିରଫଦାରି ପ୍ରସଙ୍ଗରେ ଜର୍ମାନୀ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ ଯେ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ କେଜ୍ରିୱାଲଙ୍କୁ ଅବାଧ ଓ ନିରପେକ୍ଷ ଶୁଣାଣିର ସୁଯୋ ମିଳିବ ।

Arvind Kejriwal Delhi High Court
Advertisment
Advertisment