• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜିର ଆଧୁନିକ ଯୁଗରେ, ଯେଉଁଠି ଅନେକ ପିଲା ମୋବାଇଲରେ ଗେମ୍ ଖେଳି ସମୟ ନଷ୍ଟ କରୁଛନ୍ତି । ସେଠି ଏମିତି ବି କିଛି ପିଲା ଅଛନ୍ତି ଯେଉଁମାନେ ଖେଳରୁ ଖେଳରୁ କମାଲ କରୁଛନ୍ତି । ସେମାନେ ଡିଜିଟାଲ୍ ପ୍ଲାଟଫର୍ମରେ ନିଜର ଦବ୍‌ଦବା ଜାହିର କରୁଛନ୍ତିଏବଂ ସାରା ଦୁନିଆ ସେମାନଙ୍କୁ ଜାଣୁଛି । ଏହାକୁ ଭଗବାନଙ୍କ ଏକ ଉପହାର କହିପାରିବା କିମ୍ବା ଏହା ଆଜିକାଲିକା ପିଲାମାନଙ୍କର ଆଗକୁ ବଢ଼ିବାର ନିଶା କହିପାରିବା ।

ଝଜର ଗାଁର ୧୨ ବର୍ଷର କାର୍ତ୍ତିକେୟ, ମୋବାଇଲରେ ଗେମ୍‌ ଖେଳିବା ପରିବର୍ତ୍ତେ ଗ୍ରାଫିକ୍ସ ଏବଂ କୋଡିଂ ଶିଖି ତିନୋଟି ଲର୍ଣ୍ଣିଂ ଆପ୍ ତିଆରି କରିଦେଥିଲେ । ଯାହାକୁ ନେଇ ଏବେ ପୁରା ବିଶ୍ୱରେ ଚର୍ଚ୍ଚା ଚାଲିଛି । କାର୍ତ୍ତିକେୟ, ଜାବାହର ନବୋଦୟ ବିଦ୍ୟାଲୟର ଅଷ୍ଟମ ଶ୍ରେଣୀର ଛାତ୍ର । ଏହାସହ କାର୍ତ୍ତିକେୟ ଅନ୍‌ଲାଇନ୍‌ ଯୋଗେ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ବିଏସସି କମ୍ପ୍ୟୁଟର ସାଇନ୍ସ ମଧ୍ୟ ଅଧ୍ୟୟନ କରୁଛନ୍ତି ।

କାର୍ତ୍ତିକେୟଙ୍କ ଏଭଳି ପ୍ରତିଭା ଦେଖିବା ପରେ ହିଁ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଏତେ କମ୍ ବୟସରେ ବି.ଏସ୍.ସି କମ୍ପ୍ୟୁଟର ସାଇନ୍ସର ବର୍ଷିକିଆ ପାଠ୍ୟକ୍ରମର ଟ୍ରେନିଂ ଦିଆଯାଉଛି । କାର୍ତ୍ତିକେୟ ସେଠାରୁ ଅନଲାଇନରେ ଅଧ୍ୟୟନ କରୁଛନ୍ତି । ଅନ୍ୟପକ୍ଷରେ କାର୍ତ୍ତିକେୟଙ୍କ ଏହି ସଫଳତା ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ତାଙ୍କୁ ଇଣ୍ଡିଆ ୟଙ୍ଗେଷ୍ଟ ଆପ୍ ଡେଭଲପର୍ ପୁରସ୍କାର ପ୍ରଦାନ କରିଛି । ଗ୍ରାମୀଣ ପରିବେଶରେ ଜନ୍ମିତ କାର୍ତ୍ତିକେୟ ଏହି ସଫଳତା ପାଇଁ ବହୁତ ଖୁସି ଅଛନ୍ତି । ତାଙ୍କର ସ୍ୱପ୍ନ ହେଉଛି, ଏହି ଡିଜିଟାଲ ଯୁଗରେ ଏଭଳି ଆପ୍ ତିଆରି କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆ ଓ ଆତ୍ମ ନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବେ ।

କାର୍ତ୍ତିକେୟ କହିଛନ୍ତି ଯେ ଏହି ଲର୍ଣ୍ଣିଂ ଆପ୍ ଗୁଡ଼ିକ ଦ୍ୱାରା ଗରିବ ପିଲାମାନେ ପାଠ ପଢ଼ିପାରିବେ । ପାଠ ପଢ଼ିବାକୁ ଆଗ୍ରହ ରଖୁଥିବା ଗରିବ ପିଲାଙ୍କ ପାଇଁ ଏହା ନିଶୁଳ୍କ ବୋଲି କାର୍ତ୍ତିକେୟ କହିଛନ୍ତି । ଏଥିରୁ ସେମାନେ ଅନେକ କିଛି କୋଚିଂ ପାଇପାରିବେ । ସେ ଆହୁରି କହିଛନ୍ତି ଯେ, ପ୍ରଥମ ଆପ୍‌ଟି କୋଡିଂ ଏବଂ ଗ୍ରାଫିକ୍ ଡିଜାଇନିଂ ଶିଖାଇବା ପାଇଁ ପ୍ରସ୍ତୁତ କରାଯାଇଛି । ଦ୍ୱିତୀୟଟି ଲୁସେଣ୍ଟ୍ ଜି.କେ ହିନ୍ଦୀ ଅଫଲାଇନ୍ ଆପ୍ ତିଆରି କରାଯାଇଛି । ଏହା କେବଳ ସାଧାରଣ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ କରାଯାଇଛି ।

କାର୍ତ୍ତିକେୟ କହିଛନ୍ତି ଯେ, ତାଙ୍କ ଦ୍ୱାରା ପ୍ରସ୍ତୁତ ତୃତୀୟ ଆପ୍ ଗତ ଜୁଲାଇ ୧୩ରେ ଲଞ୍ଚ କରାଯାଇଛି । ଯେତେବେଳେ କାର୍ତ୍ତିକେୟଙ୍କ ଏହି ସଫଳତା ବିଷୟରେ ହରିୟାଣା ଡେପୁଟି ସିଏମ୍ ଦୃଶ୍ୟନ୍ତ ଚୌଟାଲା ଜାଣିବାକୁ ପାଇଲେ, ସେତେବେଳେ ସେ କାର୍ତ୍ତିକେୟ ଏବଂ ତାଙ୍କ ପିତାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଲେ । ଆଉ କାର୍ତ୍ତିକେୟଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ।