Advertisment

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ରାଉଜ୍‌ ଆଭିନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲ ନ୍ୟାୟିକ ହେପାଜତର ଅବଧିକୁ ଏପ୍ରିଲ୍‌ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏବେ ନାହିଁ ନିସ୍ତାର । ଇଡି ଗିରଫଦାରୀ ଉପରେ ତୁରନ୍ତ ଶୁଣାଣି ମାମଲାକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି। ଏହାର ଶୁଣାଣି ଏପ୍ରିଲ ୨୭ରେ ରହିଛି। ହେଲେ ଏହାପୂର୍ବରୁ ତୁରନ୍ତ ଶୁଣାଣି କରିବାକୁ ସବୋର୍ଚ୍ଚ ଅଦାଲତରେ ଆବେଦନ ହୋଇଥିଲା। ହେଲେ ଏହାକୁ ଖାରଜ କରିବା ସହ ମାମଲାର ଶୁଣାଣି ଏପ୍ରିଲ ୨୯ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି। ଏହାପରେ ରାଉଜ୍‌ ଆଭିନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ଏପ୍ରିଲ୍‌ ୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

Advertisment

ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ। ଗିରଫ ହେବା ପରେ ତାଙ୍କୁ ଏପ୍ରିଲ ୧ରୁ ତିହାର ଜେଲରେ ରଖାଯାଇଥିଲା। ତେବେ ଆଜି ତାଙ୍କ ନ୍ୟାୟିକ ହେପାଜତର ଅବଧି ଶେଷ ହେଉଥିବାରୁ ଇଡି ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରିଥିଲେ । ଏହାପରେ କୋର୍ଟ ତାଙ୍କ ଜେଲ ରହଣୀ ଅବଧିକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଛି।

ଅନ୍ୟପକ୍ଷରେ ଗିରଫଦାରୀ ଓ ରିମାଣ୍ଡକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କ ଏହି ଚ୍ୟାଲେଞ୍ଜକୁ ଏପ୍ରିଲ ୨୯ ଯାଏ ଘୁଞ୍ଚାଇ ଦେଇଛନ୍ତି। ତେବେ କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ରଖିବାକୁ କୋର୍ଟ ଇଡିକୁ ନୋଟିସ କରିଛନ୍ତି।

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ଟ୍ରାଏଲ କୋର୍ଟ କେଜ୍ରିୱାଲଙ୍କୁ ଦୁଇଟି ପର୍ଯ୍ୟାୟରେ ୧୦ ଦିନ ପାଇଁ ଇଡି ରିମାଣ୍ଡରେ ଛାଡ଼ିଥିଲେ। ଏହାପରେ ଏପ୍ରିଲ ୧ରୁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ। ଏପ୍ରିଲ ୧୦ରେ ଦିଲ୍ଲୀ ହାଇକୋର୍ଟରେ କେଜ୍ରିୱାଲଙ୍କ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ତାଙ୍କୁ ସେଠାରେ ନିରାଶ ହେବାକୁ ପଡ଼ିଥିଲା। ତେଣୁ ହାଇକୋର୍ଟଙ୍କ ରାୟ ବିରୋଧରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ପଡ଼ିଥିଲା ।

Supreme Court Arvind Kejriwal
Advertisment
Advertisment