/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716291112.jpg)
Driving License
ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି । ବର୍ତ୍ତମାନ ବେସରକାରୀ ସଂସ୍ଥାଗୁଡ଼ିକରେ ମଧ୍ୟ ହୋଇପାରିବ ଡ୍ରାଇଭିଂ ପରୀକ୍ଷା । ଏହି ନିୟମ ଆସନ୍ତା ଜୁନ୍ ୧ରୁ ଲାଗୁ କରାଯିବ ।
ଆବେଦନକାରୀମାନେ ସରକାରୀ ଆରଟିଓ ବଦଳରେ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ପରୀକ୍ଷା ଦେଇପାରିବେ । ଏହି ଅନୁଷ୍ଠାନଗୁଡିକ ଆସନ୍ତା ଜୁନ ପହିଲାରୁ ଲାଇସେନ୍ସ ଯୋଗ୍ୟତା ପାଇଁ ପରୀକ୍ଷା ପରିଚାଳନା ଏବଂ ପ୍ରମାଣପତ୍ର ପ୍ରଦାନ କରିବାକୁ ଅନୁମତି ପାଇପାରିବେ ।
ତେବେ ଏହି ନୂଆ ନିୟମରେ ପରିବେଶ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେଇଛି ପରିବହନ ବିଭାଗ । ନୂଆ ନିୟମରେ ୯,୦୦,୦୦୦ ପୁରୁଣା ସରକାରୀ ଯାନଗୁଡିକୁ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି ପରିବହନ ବିଭାଗ । ଏହା ସହ ନୂଆ ନିୟମରେ ଜରିମାନାକୁ କଠୋର କରାଯାଇଛି । ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ଜୋରିମାନା ₹୧୦୦୦ ରୁ ₹୨୦୦୦ ମଧ୍ୟରେ ରହିଛି ।
ଅଧିକ ପଢ଼ନ୍ତୁ: ତେଲ ଟାଙ୍କି ଫୁଲ୍ କଲେ ହେବନି ବିସ୍ଫୋରଣ; ଗୁଜବ ନେଇ ଏମିତି କହିଲା ଅଏଲ୍ ଇଣ୍ଡିଆ
ଏହା ସହିତ, ଗାଡି ମାଲିକଙ୍କ ପଞ୍ଜୀକରଣ ବାତିଲ ହେବା ସହ ନାବାଳକ ଥିଲେ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଲାଇସେନ୍ସ ପାଇବାକୁ ଅଯୋଗ୍ୟ ରହିବେ । ଅନ୍ୟପଟେ ଆବେଦନକୁ ସରଳ କରିଛି ପରିବହନ ବିଭାଗ । ନୂଆ ଲାଇସେନ୍ସ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟେସନକୁ ମନ୍ତ୍ରଣାଳୟ ସହଜ କରିଛି ।
ଆବେଦନ ପ୍ରକ୍ରିୟା ପ୍ରାୟତଃ ସମାନ ରହିଛି । ଆପଣ https://parivahan.gov.in/ ରେ ଅନଲାଇନ୍ କିମ୍ବା ଅଫଲାଇନ୍ ଆବେଦନ କରିପାରିବେ । ଆବେଦନ ପ୍ରକାର ଲାଇସେନ୍ସ ପ୍ରକାର ଉପରେ ନିର୍ଭର କରେ । ଡକ୍ୟୁମେଣ୍ଟ ଦାଖଲ କରିବାକୁ ଏବଂ ଲାଇସେନ୍ସ ଅନୁମୋଦନ ପାଇଁ ଆପଣଙ୍କର ଡ୍ରାଇଭିଂ କୌଶଳ ପ୍ରଦର୍ଶନ କରିବାକୁ ନିକଟସ୍ଥ RTO ପରିଦର୍ଶନ କରିବାକୁ ପଡିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)