Advertisment

ଚା’ ପିଇବାକୁ ଯାଇଥିଲେ ଡ୍ରାଇଭର, ଆପେ ଆପେ ଗଡ଼ିଲା ଟ୍ରେନ୍‌

ଟ୍ରେନ୍‌ଟି ଷ୍ଟେସନରେ ରହିବା ପରେ ଡ୍ରାଇଭର ଚା’ ପିଇବାକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନ୍‌ଟି ହଠାତ ଗଡ଼ିବା ଆରମ୍ଭ କରିଥିଲା।

author-image
Santosh Kumar Sahoo
Train Run Without Driver

Train Run Without Driver

ବିନା ଡ୍ରାଇଭରରେ ଗଡ଼ିଲା ଟ୍ରେନ୍‌। ତାହା ପୁଣି ୧-୨ କିଲୋମିଟର ନୁହେଁ ପ୍ରାୟ ୮୪ କିଲୋମିଟର ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ଗଡ଼ିଛି ଟ୍ରେନ୍‌। ଏହା ଆପଣଙ୍କୁ ଆଶ୍ଚିର୍ଯ୍ୟ ଲାଗୁଥିଲେ ବି ସତ। କଥୁଆ ରେଳ ଷ୍ଟେସନ୍‌ରେ ଦେଖିବାକୁ ମିଳିଛି ଏମିତି ଅବହେଳା। ଏଠାରେ ଅଟକି ଥିବା ଏକ ମାଲବାହୀ ଟ୍ରେନ୍‌ ହଠାତ୍‌ ପଠାନକୋଟ୍‌ ଆଡକୁ ଗଡ଼ିବା ଆରମ୍ଭ କରିଥିଲା। ତାହା ପୁଣି ବିନା ଡ୍ରାଇଭରରେ। ଏହି ଘଟଣା ରେଳ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ବହୁ ପରିଶ୍ରମ ପରେ ପଞ୍ଜାବର ମୁକେରିଆର ଉଞ୍ଚି ବାସୀ ନିକଟରେ ଟ୍ରେନ୍‌ ଅଟକି ଥିଲା। ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ଜାରି ରହିଛି ବୋଲି କହିଛନ୍ତି ଜାମ୍ମୁର ଡିଭିଜନାଲ ଟ୍ରାଫିକ୍‌ ମ୍ୟାନେଜର।

Advertisment

Advertisment

ମିଳିଥିବା ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୭ଟା ୧୦ରେ ଏହି ଘଟଣା ଘଟିଥିଲା। ଜାମ୍ମୁର କଥୁଆ ରେଳ ଷ୍ଟେସନରେ ଡ୍ରାଇଭର ମାଲବାହୀ ଗାଡ଼ି 14806R ରହିଥିଲା। ଟ୍ରେନ୍‌ଟି ଷ୍ଟେସନରେ ରହିବା ପରେ ଡ୍ରାଇଭର ଚା’ ପିଇବାକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନ୍‌ଟି ହଠାତ ଗଡ଼ିବା ଆରମ୍ଭ କରିଥିଲା। ଏହାପରେ ଟ୍ରେନ୍‌କୁ ଅଟକାଇବା ପାଇ ବହୁ ଚେଷ୍ଟା କରିବା ପରେ ମଧ୍ୟ ସଫଳ ହୋଇନଥିଲା। ବହୁ ଚେଷ୍ଟା ପରେ ଟ୍ରେନ୍‌କୁ ପଞ୍ଜାବର ମୁକେରିଆର ଉଞ୍ଚି ବାସୀ ନିକଟରେ ଅଟକାଯାଇଥିଲା। ସେତେବେଳକୁ ଏହି ଟ୍ରେନ୍‌ଟି ପ୍ରାୟ ୮୪ କିଲୋମିଟର ଅତିକ୍ରମ କରିସାରିଥିଲା।

ତେବେ ବିନା ଡ୍ରାଇଭରରେ ଟ୍ରେନ୍‌ ଗଡ଼ିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସି ସାରିଛି। ୨୦୧୨ ମସିହାରେ ୨୦୧୨ରେ ଶ୍ରମଜୀବୀ ଏକ୍ସପ୍ରେସର ଡ୍ରାଇଭର ପାଟଣା ୟାର୍ଡରେ ଟ୍ରେନ୍‌ ରଖି ଚାଲିଯାଇଥିଲେ। କିନ୍ତୁ କିଛି ବୈଷୟିକ ତ୍ରୁଟି ହେତୁ ଟ୍ରେନ୍‌ ଧୀରେ ଧୀରେ ଗଡ଼ିବା ଆରମ୍ଭ କରିଥିଲା। ଏହା ପରେ ଅନ୍ୟ ଡ୍ରାଇଭର ଟ୍ରେନରେ ଚଢ଼ି ବ୍ରେକ୍‌ ଲଗାଇ ଟ୍ରେନକୁ ଅଟକାଇଥିଲେ ।

Train
Advertisment
Advertisment