Advertisment

Supreme Court on Bulldozer Action: ‘ବୁଲଡୋଜର’ ଆକ୍ସନ ନେଇ ସୁପ୍ରିମରାୟ; ଅପରାଧର ଦଣ୍ଡ ଘର ଭାଙ୍ଗିବା ନୁହେଁ

ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ପରେ ଦେଶର ଅନେକ ରାଜ୍ୟ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ‘ବୁଲଡୋଜର’ ଆକ୍ସନ ନେଉଛନ୍ତି। ତେବେ ସୁପ୍ରିମକୋର୍ଟ ଏହାକୁ ‘ଅସାମ୍ବିଧାନିକ’ ଘୋଷଣା କରିବା ସହ ଏହାକୁ ଭର୍ତ୍ସନା କରିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Supreme Court on bulldozer action

Supreme Court on bulldozer action

ଅପରାଧୀ ଓ ବେଆଇନ ନିର୍ମାଣ ବିରୋଧରେ ‘ବୁଲଡୋଜର’ ଆକ୍ସନ ନିଆଯାଉଛି। ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ପରେ ଦେଶର ଅନେକ ରାଜ୍ୟ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ‘ବୁଲଡୋଜର’ ଆକ୍ସନ ନେଉଛନ୍ତି। ତେବେ ସୁପ୍ରିମକୋର୍ଟ ଏହାକୁ ‘ଅସାମ୍ବିଧାନିକ’ ଘୋଷଣା କରିବା ସହ ଏହାକୁ ଭର୍ତ୍ସନା କରିଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜର ରାୟ ଦେଇଛନ୍ତି।

Advertisment

ଅପରାଧୀଙ୍କ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ଜଷ୍ଟିସ ବିଆର ଗୱାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ଯେ ବୁଲଡୋଜର ଆକ୍ସନ ଫଳରେ ଆଇନର ଭୟ ନଥିବା ଦର୍ଶାଉଛି। ଏନେଇ କୋର୍ଟ ନିର୍ଦ୍ଦେଶାବଳୀ ଜାରି କରିବେ। ଏପରି କାର୍ଯ୍ୟରେ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଆବଶ୍ୟକ । ପୂର୍ବ ଶୁଣାଣିରେ ଅପରାଧରେ ଅଭିଯୁକ୍ତମାନଙ୍କୁ ଟାର୍ଗେଟ କରି ବେଆଇନ ଭାଙ୍ଗିବା କାର୍ଯ୍ୟ ଉପରେ କୋର୍ଟ ଆପତ୍ତି ଜଣାଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି କାର୍ଯ୍ୟ ସମ୍ବିଧାନ ବିରୋଧୀ। ଏହି ପରିପ୍ରେକ୍ଷୀରେ ଗାଇଡଲାଇନ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପ ଜିତିବା ପରେ… ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

କ’ଣ କହିଲେ ସୁପ୍ରିମକୋର୍ଟ ?

➤ କାର୍ଯ୍ୟପାଳିକା କୌଣସି ବ୍ୟକ୍ତିଙ୍କୁ ଦୋଷୀ ବୋଲି ଘୋଷଣା କରିପାରିବ ନାହିଁ । ଯଦି କାର୍ଯ୍ୟପାଳିକା କେବଳ ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଦିଏ, ତେବେ ଏହା ଆଇନ ବିରୋଧୀ। କାର୍ଯ୍ୟପାଳିକା କେବେ ବିଚାରପତି ହୋଇପାରିବେ ନାହିଁ କିମ୍ବା ଅଭିଯୁକ୍ତର ସମ୍ପତ୍ତି ନଷ୍ଟ କରିବା ନେଇ ନିଷ୍ପତ୍ତି ନେଇ ପାରିବ ନାହିଁ।

Advertisment

➤ଯଦି ଗୋଟିଏ ସ୍ଥାନରେ ଦୁଇଟି ଘର, ସମାନ ଢଙ୍ଗରେ ନିର୍ମିତ ହୋଇଛି, ଗୋଟିଏ ଅଭିଯୁକ୍ତର, ଅନ୍ୟଟି ଆଉ ଜଣଙ୍କର ତେବେ ଉଭୟ ବେଆଇନ୍। କେବଳ ଅଭିଯୁକ୍ତଙ୍କ ଘରକୁ ବେଆଇନ କୁହାଯାଇପାରିବ ନାହିଁ ।

➤ ଜଷ୍ଟିସ୍ ଗୱାଇ କହିଛନ୍ତି ଯେ ଗୋଟିଏ ଦିନରେ ଘର ନିର୍ମାଣ ହୋଇନାହିଁ, ଏହା ବହୁ ବର୍ଷର ପରିଶ୍ରମ ପରେ ନିର୍ମିତ ହୋଇଛି। ଯଦି ପରିବାରରେ ପୁଅ ଅଭିଯୁକ୍ତ ତେବେ ପିତା ଏହାର ପରିଣାମ କାହିଁକି ଭୋଗିବେ ?

➤୩ ମାସ ମଧ୍ୟରେ ଏକ ପୋର୍ଟାଲ ତିଆରି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନୋଟିସରେ ବେଆଇନ ନିର୍ମାଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବା ଉଚିତ।

➤ଏଥିପାଇଁ ସୁପ୍ରିମକୋର୍ଟ ୬ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିରେ ୧୫ ଦିନ ପୂର୍ବରୁ ନୋଟିସ୍ ଦିଆଯିବା ସହ ଏହାପୂର୍ବରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ଏହାଛଡ଼ା ଉଭୟ ପକ୍ଷଙ୍କ କଥା ନଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବନି।

➤ ଇନ୍ଦିରା ଗାନ୍ଧୀ ବନାମ ରାଜ ନାରାୟଣଙ୍କ ସମେତ ତିନୋଟି ଫଇସଲାକୁ ଦର୍ଶାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ବେଆଇନ ନିର୍ମାଣ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ନାଗରିକ ଅଧିକାରକୁ ସୁରକ୍ଷା ଦେବା କୋର୍ଟର ଦାୟିତ୍।

➤ ସରକାରୀ କ୍ଷମତାର ଅପବ୍ୟବହାର କରାଯିବା ଅନୁଚିତ୍ । ବିନା ମୋକଦ୍ଦମାରେ ଘର ଭାଙ୍ଗି ଦଣ୍ଡ ଦିଆଯାଇପାରିବ ନାହିଁ । ଏପରି ଭାବରେ ଘର ଭାଙ୍ଗିଲେ କ୍ଷତିପୂରଣ ଦିଅ। ଏପରି ମନମୋଟିଆ କାମ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

➤ ଘର ତିଆରି କରିବା ଏକ ସ୍ୱପ୍ନ। ଯାହା କେବେ ଶେଷ ହୁଏ ନାହିଁ। ପ୍ରତ୍ୟେକ ପରିବାର ନିଜର ଘର ପାଇବାକୁ ସ୍ୱପ୍ନ ଦେଖନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି କାର୍ଯ୍ୟପାଳିକା ଦଣ୍ଡ ଦେବାକୁ ଯାଇ ଘର ଭାଙ୍ଗିବାକୁ ଅନୁମତି ଦିଆଯାଇନାହିଁ।

ସୁପ୍ରିମକୋର୍ଟ ପୂର୍ବ ନିଷ୍ପତ୍ତିରେ କ’ଣ କହିଥିଲେ ?

ନଭେମ୍ବର ୬ ରେ ସୁପ୍ରିମକୋର୍ଟ କହିଥିଲେ ଯେ, ଆଇନର ନିୟମ ଅନୁଯାୟୀ ଏହା ଆଦୌ ଗ୍ରହଣୀୟ ନୁହେଁ। ସେପ୍ଟେମ୍ବର ୧୭ରେ ରାୟ ଦେବାବେଳେ ସୁପ୍ରିମ କହିଥିଲେ, କୋର୍ଟଙ୍କ ଅନୁମତି ବିନା କୌଣସି ନିର୍ମାଣ ଭଙ୍ଗାଯିବ ନାହିଁ। ଜଷ୍ଟିସ୍ ବି.ଆର ଗୱାଇ ଏବଂ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ କହିଥିଲେ ଯେ ସାଧାରଣ ରାସ୍ତା, ଫୁଟପାଥ, ଜଳ ସଂସ୍ଥା ଏବଂ ରେଳ ଟ୍ରାକରେ ବେଆଇନ ନିର୍ମାଣ ଉପରେ ଏହାର ଆଦେଶ ଲାଗୁ ହେବ ନାହିଁ। ତେବେ ସରକାର କୋର୍ଟ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅଧିକ ପଢ଼ନ୍ତୁ: ଉଡାଣ ଭରିଲା ଏୟାର ଇଣ୍ଡିଆ-ଭିସ୍ତାରା ପ୍ରଥମ ବିମାନ; ଦୋହାରୁ ବାହାରି ମୁମ୍ୱାଇରେ ପହଞ୍ଚିଲା

Supreme Court Bulldozers
Advertisment
Advertisment