Advertisment

ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍; ନିର୍ମଳାଙ୍କ ପେଡ଼ି ଉପରେ ନଜର

ମୋଦି ସରକାରର ତୃତୀୟପାଳିର ପ୍ରଥମ ବଜେଟ୍ ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର।

author-image
Sonali Ojha
ଅଦ୍ୟତନ ହୋଇଛି
Budget 2024 LIVE Updates

Budget

ଆଜି ସଂସଦରେ ଆସୁଛି ବଜେଟ୍। ଉପସ୍ଥାପିତ ହେବାକୁ ଯାଉଛି ଆର୍ଥିକ ବର୍ଷ 2024-25ରବାର୍ଷିକ ସାଧାରଣ ବା କେନ୍ଦ୍ରୀୟ ବଜେଟ। ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମପୂର୍ଣ୍ଣାଙ୍ଗ ବଜେଟ୍। ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ। ଏଥର ନିର୍ମଳାଙ୍କ ପେଡ଼ିରେ ଫୋକସରେ ରହିବ ଯୁବବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି। ଶିଳ୍ପ ଜଗତକୁ ପ୍ରାଧ୍ୟାନ୍ୟ ସହ ଭିତ୍ତିଭୂମିକ୍ଷେତ୍ରକୁ ଅଧିକ ପୁଞ୍ଜି ଉପରେ ଗୁରୁତ୍ବ।

Advertisment

ରପ୍ତାନି ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନଓ ରପ୍ତାନୀ ନୀତି ସଂଶୋଧନ। ଆତ୍ମନିର୍ଭର ଭାରତ ପାଇଁ ଅଧିକରୁ ଅଧିକ ମାନୁଫାକ୍ଚରିଂ ଶିଳ୍ପ ସ୍ଥାପନ। ଷ୍ଟାର୍ଟଅପ୍ ଓ MSMEକୁ ଅଧିକ ଟିକସ ରିହାତି। ଏକ ପରିବେଶ ଅନୁକୂଳ ଭାରତ ଗଠନପାଇଁ ଗ୍ରୀନ୍ ଇନିସିଏଟିଭ୍‌ଙ୍କୁ ପ୍ରାଧାନ୍ୟ ମିଳିବା ଆଶା କରାଯାଉଛି। ମୋଦି ସରକାରର ତୃତୀୟପାଳିର ପ୍ରଥମ ବଜେଟ୍ ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର।

Budget 2024 Live Updates: କେନ୍ଦ୍ର ବଜେଟ୍‌-୨୦୨୪ର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ...

Advertisment

ଦେଶର ଜିଡିପିରେ ପର୍ଯ୍ୟଟନ ଶିଳ୍ପର ଅଂଶ ୧୬ ଲକ୍ଷ କୋଟି। କିନ୍ତୁ ପର୍ଯ୍ୟଟନ ବଜେଟ୍ ମାତ୍ର ୨୪ହଜାର କୋଟି। କୋଭିଡ୍ ପରେ ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟକରିବାକୁ ‘ଦେଖୋ ଅପ୍ନା ଦେଶ୍’ ପଦକ୍ଷେପ ଆପଣେଇଛନ୍ତି କେନ୍ଦ୍ର ସରକାର। ହେଲେ, ସେଥିପାଇଁନାହିଁ ପର୍ଯ୍ୟାପ୍ତ ଭିତ୍ତିଭୂମି। ଏହାକୁ ନଜରରେ ରଖି ଅର୍ଥମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ରଲାଗି ଅଧିକ ପାଣ୍ଠି ଘୋଷଣା କରିବେ ବୋଲି ଆଶା ରଖିଛି ପର୍ଯ୍ୟଟନ ଶିଳ୍ପ । ରିଅଲ ଇଷ୍ଟେଟ୍ ସଂଘ ମଧ୍ୟ ଅନେକ ଆଶା ରଖିଛି। କରୋନା ମହାମାରୀ ପରେ ଏଯାଏଁ ଠିକ୍ ଭାବେ ମୁଣ୍ଡଟେକିପାରିନି ରିଅଲ ଇଷ୍ଟେଟ୍ କ୍ଷେତ୍ର।  ଏହାକୁ ତ୍ବରାନ୍ବିତ କରିବା ଲାଗି ଶସ୍ତା ବାସଗୃହନିର୍ମାଣରେ ବିଲ୍ଡରଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ବାସଗୃହ କ୍ରେତାଙ୍କ ଲାଗି କ୍ରେଡିଟ ଲିଙ୍କ୍ ସ୍କିମ ସମ୍ପ୍ରସାରଣ ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ଘୋଷଣା ହେବ ବୋଲି ଆଶାକରାଯାଉଛି।...

ଅଧିକ ପଢ଼ନ୍ତୁ: କେନ୍ଦ୍ର ବଜେଟ୍‌-୨୦୨୪: ଏହି ୫ଟି ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

Finance Minister Nirmala Sitharaman Nirmala Sitharaman Union Budget Budget Session
Advertisment
Advertisment