• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗ୍ରାହକଙ୍କ ପାଇଁ ଜାରି ହେଲା ଏନ୍‌ସିଏଚ୍‌ ବା ନାସନାଲ କଞ୍ଜୁମର ହେଲ୍ପଲାଇନ୍‌ ନମ୍ବର । ଏଣିକି ଯଦି କୌଣସି ହୋଟେଲ କିମ୍ବା ରେସ୍ତୋରାଂ ଗ୍ରାହକଙ୍କ ଠାରୁ ସରଭିସ୍‌ ଚାର୍ଜ ବା ସେବା ଦେୟ ନେବାକୁ ଚେଷ୍ଟା କରେ । ତେବେ ଗ୍ରାହକ ୧୯୧୫ ନମ୍ବରରେ କଲ କରି ଅଭିଯୋଗ କରିପାରିବେ । ଆଉ ଗ୍ରାହକଙ୍କ ଅଭିଯୋଗ ଯଦି ସତ ପ୍ରମାଣିତ ହୁଏ ତେବେ ଏହି ବିଭାଗ ପକ୍ଷରୁ ରେସ୍ତୋରାଂ କିମ୍ବା ହୋଟେଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ନୂଆ ନିୟମ ଅନୁଯାୟୀ ଏଣିକି ହୋଟେଲ କିମ୍ବା ରେସ୍ତୋରାଁରେ ଗ୍ରାହକଙ୍କୁ ଦେବାକୁ ପଡ଼ିବନି ସର୍ଭିସ ଚାର୍ଜ । ଆଗରୁ ବାଏ ଡିଫଲ୍ଟ ଗ୍ରାହକଙ୍କଠାରୁ ସର୍ଭିସ ଚାର୍ଜ ନିଆଯାଉଥିଲା । ଏବେ ଏହି ସର୍ଭିସ ଚାର୍ଜ ନେବାକୁ ବାରଣ କରିଛି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ।  ଏହି ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଉଲ୍ଲଂଘନ କଲେ ଗ୍ରାହକଙ୍କୁ ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି । ଉପଭୋକ୍ତାଙ୍କ ଅଧିକାର ଉଲ୍ଲଂଘନ ନେଇ ବାରମ୍ବାର ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିଥିଲେ । ଏହାପରେ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏକ ଗାଇଡଲାଇନ ଜାରି କରିଛି ।

ଏଥିରେ କୁହାଯାଇଛି ଯେ ହୋଟେଲ କିମ୍ବା ରେସ୍ତୋରାଁ ନିଜର ଖାଦ୍ୟ ବିଲରେ ଆପେ ଆପେ ସର୍ଭିସ ଚାର୍ଜ ଯୋଗ କରିପାରିବେ ନାହିଁ । ଖାଲି ସେତିକି ନୁହେଁ ସର୍ଭିସ ଚାର୍ଜକୁ ଅନ୍ୟ କୌଣସି ପ୍ରକାର ନାଁ ଦେଇ ଗ୍ରାହକଙ୍କଠାରୁ ଆଦାୟ କରାଯାଇପାରିବ ନାହିଁ । କୌଣସି ହୋଟେଲ ବା ରେସ୍ତୋରାଁ ଗ୍ରାହକଙ୍କୁ ସର୍ଭିସ ଚାର୍ଜ ପାଇଁ ବାଧ୍ୟ କରିପାରିବ ନାହିଁ ।