Advertisment

ମା’କୁ ହତ୍ୟା ପରେ ବାପାକୁ ଭିଡିଓ କଲ୍, ତା’ପରେ ଗେଟ୍‌ ଖୋଲି...

ଲକ୍ଷ୍ନୌରେ ୧୬ ବର୍ଷର ବାଳକ PUBG ପାଇଁ ମା’କୁ ହତ୍ୟା ଘଟଣାରେ ନୂଆମୋଡ଼ ଆସିଛି। ନାବାଳକ ଜଣକ ବିଦେଶୀ ପିସ୍ତଲରେ ମା’କୁ ହତ୍ୟା କରିବା ପରେ ଭିଡିଓ କଲ୍‌ କରି ବାପାକୁ ଏସମ୍ପର୍କରେ ସୂଚନା ଦେଇଥିଲା ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
New Twist In Lucknow Boy Killed Mother For PUBG

New Twist In Lucknow Boy Killed Mother For PUBG

ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ୧୬ ବର୍ଷର ବାଳକ PUBG ପାଇଁ ମା’କୁ ହତ୍ୟା ଘଟଣାରେ ନୂଆମୋଡ଼ ଆସିଛି। ନାବାଳକ ଜଣକ ବିଦେଶୀ ପିସ୍ତଲରେ ମା’କୁ ହତ୍ୟା କରିବା ପରେ ଭିଡିଓ କଲ୍‌ କରି ବାପାକୁ ଏସମ୍ପର୍କରେ ସୂଚନା ଦେଇଥିଲା ବୋଲି ଜଣାପଡ଼ିଛି। ଏବେ ପ୍ରଶ୍ନ ଉଠୁଛି, ବ୍ୟକ୍ତି ଜଣକ ପୁଅକୁ ଭିଡିଓ କଲ୍‌ରେ ଏମିତି କ’ଣ କହିଲେ ଯେ, ପୁଅ ଗେଟ୍‌ ବାହାରେ ପୋଲିସ୍‌ର ଅପେକ୍ଷା କରିଥିଲା। ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି, ଯେଉଁ ପିଲା ଭୟରେ ୩ ଦିନ ପର୍ଯ୍ୟନ୍ତ ଗେଟ୍‌ ଖୋଲୁ ନଥିଲା, ପୋଲିସ୍‌ ସାମ୍ନାରେ କାହିଁକି କହିଲା ଯେ  ସେ ମା’କୁ ହତ୍ୟା କରିଛି ବୋଲି ?

Advertisment

ସୂଚନାଥାଉ କି, ମା’କୁ ହତ୍ୟା କରିବାର ୩ ଦିନ ପୂର୍ବରୁ ଓ  ୩ ଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ପୁଅ ଘରର କବାଟ ଖୋଲି ନଥିଲା। ଜୁନ୍‌ ୭ରେ ଘଟଣା ସମ୍ପର୍କରେ ବାପାକୁ ସୂଚନା ଦେବା ପରେ ଘରର କବାଟ ଖୋଲି ପୋଲିସ୍‌କୁ ଅପେକ୍ଷା କରିଥିଲା। ଖାଲି ଏତିକି ନୁହେଁ ପୋଲିସ୍‌ ପହଞ୍ଚିବା କ୍ଷଣି ସେ ପୋଲିସ୍‌କୁ ପିସ୍ତଲ ମଧ୍ୟ ଦେଖାଇଥିଲା। ଯେଉଁଥିରୁ ଗୁଳି କରି ସେ ମା’କୁ ହତ୍ୟା କରିଥିଲା। ଅଭିଯୁକ୍ତ ପୁଅକୁ ବିଭ୍ରାନ୍ତ କରିବା ନେଇ ପୋଲିସ୍‌ ଆଉ ଏକ ମାମଲା ରୁଜୁ କରିଛି। 

ପିଜିଆଇର ଯମୁନାପୁରମ୍‌ କଲୋନୀରେ ସାଧନା ସିଂ ହତ୍ୟା ମାମଲାରେ ତୃତୀୟ ବ୍ୟକ୍ତି ସମ୍ପୃକ୍ତି ନେଇ ସନ୍ଦେହ ସୃଷ୍ଟି ହେବାସହ ପୋଲିସ୍‌ ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ସାଧନାଙ୍କ ସ୍ୱାମୀ ନବୀନଙ୍କ କହିବା ଅନୁସାରେ, ଜୁନ୍‌ ୩ରୁ ସେ ସ୍ତ୍ରୀ ଓ ପୁଅ ସହ କୌଣସି ଯୋଗାଯୋଗ କରିପାରୁନଥିଲେ। ଫଳରେ ଘଟଣା ସମ୍ପର୍କରେ ଜାଣିବା ଲାଗି  ପରିଚିତ ଲୋକ ଓ ସମ୍ପର୍କୀୟଙ୍କୁ ନବୀନ ଘରକୁ ପଠାଇ ଥିଲେ। ହେଲେ କୌଣସି ଫାଇଦା ମିଳିନଥିଲା। ସେମାନେ ଘରର କବାଟ ବାଡ଼େଇ ଥିଲେ ମଧ୍ୟ କେହି କିଛିବି ଉତ୍ତର ଦେଇନଥିଲେ। ଏହାପରେ ଜୁନ୍‌ ୭ରେ ମା’କୁ ହତ୍ୟା କରିଥିବା କଥା ଖୋଦ୍‌ ପୁଅ ଭିଡିଓ କଲ୍‌ କରି ବାପା ନବୀନଙ୍କୁ ଜଣାଇଥିଲେ। ଏହାପରେ ସମ୍ପୃକ୍ତ ନାବାଳକ ଗେଟ୍‌ ଖୋଲି ପୋଲିସ୍‌କୁ ଅପେକ୍ଷା କରିଥିଲେ।

Advertisment

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚିବା କ୍ଷଣି ଅଭିଯୁକ୍ତ ପୁଅ ପୋଲିସ୍‌କୁ ପ୍ରଥମେ ପିସ୍ତଲ ଦେଖାଇଥିଲା। ଯେଉଁଥିରେ ସେ ମା’କୁ ହତ୍ୟା କରିଥିଲେ। ମା’କୁ ହତ୍ୟା କରିଥିବା ନେଇ ପୋଲିସ୍‌ ସାମ୍ନାରେ ପୁଅ ସବୁ ସତ ସ୍ୱୀକାର କରିଥିଲା । 

ସାମାନ୍ୟ ପବ୍‌ଜୀ(PUBG)ଖେଳିବାକୁ ନେଇ ଏତେ ଛୋଟ ପିଲା ଜଣେ ଏତେ ବଡ଼ କାଣ୍ଡ ଘଟାଇପାରିବ, ତାହା କେହି କେବେ ବିଶ୍ୱାସ କରିପାରୁ ନାହାନ୍ତି। ହେଲେ ଏହା ହିଁ ସତ ଘଟଣା। PUBG ଖେଳିବାକୁ ମା’ ମନା କରିବାରୁ ନାବାଳକ ଜଣକ ଗୁଳି କରି ମା’କୁ ହତ୍ୟା କରିଛନ୍ତି। ମା’କୁ ହତ୍ୟା କରିବା ପରେ ନାବାଳକ ଜଣକ ସାଙ୍ଗମାନଙ୍କ ସହ ପାର୍ଟି କରିଥିଲା। 

Uttar Pradesh Boy Kills Mother Lucknow PUBG Case
Advertisment
Advertisment