• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚନ୍ଦ୍ରୟାନ-୩ରୁ ଆସିଲା ଚନ୍ଦ୍ରର ନୂଆ ଫଟୋ । ଲ୍ୟାଣ୍ଡର ପଠାଇଛି ଏହି ନୂଆ ଫଟୋ । ଚନ୍ଦ୍ରଠାରୁ ମାତ୍ର ୭୦ କିଲୋମିଟର ଦୂରରେ ରହିଛି ଚନ୍ଦ୍ରୟାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଚନ୍ଦ୍ରର ଏହି ନୂଆ ଫଟୋ ପୋଷ୍ଟ କରାଯାଇଛି । ଆସନ୍ତାକାଲି ହେବାକୁ ଥିବା ଐତିହାସିକ ଲ୍ୟାଣ୍ଡି ଲାଗି ଏହି କ୍ୟାମେରା ଫଟୋ ପଠାଉଛି । ଆସନ୍ତାକାଲି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ । ସାରା ଦେଶକୁ ଏବେ ଚନ୍ଦ୍ରୟାନ ଫିଭର୍ । କାଲି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର।

 

 

ଏଥିପାଇଁ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ । ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ । ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ- ତିନିର ଅବତରଣକୁ ସ୍ଥଗିତ କରାଯାଇପାରେ। ଆସନ୍ତା ୨୭ ତାରିଖରେ ଚନ୍ଦ୍ରୟାନ -୩ର ଅବତରଣ କରାଯିବ ବୋଲି ଇସ୍ରୋର ସ୍ପେସ ଆପ୍ଲିକେସ ସେଣ୍ଟର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଅବତରଣ ପ୍ରକ୍ରିୟା କାଲି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। ଅର୍ଥାତ୍ ୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ଚେଷ୍ଟା କରିବ।

ଏହି ସମୟରେ ଚନ୍ଦ୍ରୟାନ ୩ର ବେଗ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର ରହିବ । ଚନ୍ଦ୍ରର ଆସିଲା ନୂଆ ଭିଡିଓ ଲ୍ୟାଣ୍ଡର ପଠାଇଛି ଏହି ଭିଡିଓ ଆସନ୍ତାକାଲି ଭାରତ ପାଇଁ ଚନ୍ଦ୍ରୟାନ ମୁହୂର୍ତ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରୟାନ- ଥ୍ରୀ ଲ୍ୟାଣ୍ଡର ।