/odishatv-khabar/media/post_attachments/uploadimage/library/16_9/16_9_0/____1674712985.jpg)
New Features Add In WhatsApp
ହ୍ୱାଟ୍ସଆପ୍(WhatsApp) ଏହାର ୟୁଜର୍ସଙ୍କ ପାଇଁ ନୂଆ ଅପଡେଟ୍ ରିଲିଜ କରିବାକୁ ଯାଉଛି। ଏହି ଅପଡେଟ୍ ଆଣ୍ଡ୍ରଏଡ୍ ଓ iOS ୟୁଜର୍ସଙ୍କ ପାଇଁ ଜାରି ହେବାକୁ ଥିବାବେଳେ ଏହାକୁ ଅପଡେଟ୍ କରିବା ପରେ ୟୁଜର୍ସଙ୍କୁ ଏକ ଜରୁରୀ ଫିଚର୍ କମ୍ପାନୀ ପ୍ରଦାନ କରିବ। ନୂଆ ଅପଡେଟ୍ରେ ଅନେକ ଫିଚର୍ସକୁ ସାମିଲ କରାଯାଇଛି। ଏଥିରେ ନିଜେ ନିଜକୁ ମେସେଜ୍ କରିବା, ଡେଟ୍ ଅନୁଯାୟୀ ମେସେଜ୍ ସର୍ଚ୍ଚ କରିବା, ଡ୍ରାଗ୍ ଆଣ୍ଡ୍ ଡ୍ରପ୍ ଟୁ ଶେୟାର ଇମେଜ ଫିଚର ପାଇ ପାରିବେ। ଏହି ଅପଡେଟ୍ରେ ଡେଟ୍ ଅନୁଯାୟୀ ସର୍ଚ୍ଚ ଓ ଡ୍ରାଗ୍ ଆଣ୍ଡ୍ ଡ୍ରପ୍ ଟୁ ଶେୟାର ଇମେଜକୁ ହାଇଲାଇଟ୍ସ କରାଯାଇଛି।
ନୂଆ ଅପଡେଟ୍କୁ ନେଇ WhatsApp ଡେସ୍କ୍ରିପସନ୍ରେ କୁହାଯାଇଛି ଯେ, ଏଣିକି କୌଣସି ନିର୍ଦ୍ଦିଷ୍ଟ ତାରିଖର ମେସେଜ୍କୁ ୟୁଜର୍ସ ସର୍ଚ୍ଚ କରିପାରିବେ। ଏବେ ଚାଟ୍ ସର୍ଚ୍ଚରେ ହିଁ ସର୍ଚ୍ଚ ବାୟ ଡେଟ୍ ସପୋର୍ଟ କରିବ। ଏଥିପାଇଁ ଆପଣଙ୍କୁ କଣ୍ଟାକ୍ଟ କିମ୍ବା ଗ୍ରୁପ୍ Info କୁ ଯାଇ ସର୍ଚ୍ଚ ଅପସନ୍ରେ ଟ୍ୟାପ୍ କରିବାକୁ ପଡ଼ିବ। ଏହାପରେ କ୍ୟାଲେଣ୍ଡର ଆଇକନ୍କୁ ସିଲେକ୍ଟ କରି ଏକ ନିର୍ଦ୍ଦିଷ୍ଟ ତାରିଖ ଦେବା ପରେ ଆପଣ ଚାହୁଁଥିବା ମେସେଜ୍ ପାଇପାରିବେ।
ଅଧିକ ପଢ଼ନ୍ତୁ: ମୋବାଇଲ୍ରେ ହ୍ୱାଟ୍ସଆପ୍ କାମ ନକଲେ କରିବେ କ’ଣ ? ଜାଣନ୍ତୁ ୫ଟି ଟ୍ରିକ୍..
କେମିତି କରିବେ ସର୍ଚ୍ଚ...
- ଏଥିପାଇଁ ଆପଣଙ୍କୁ ପ୍ରଥମେ ହ୍ୱାଟ୍ସଆପ୍ ଅପଡେଟ୍ କରିବାକୁ ପଡ଼ିବ। ଏହାପରେ ଆପଣ ଯାହାଙ୍କ ମେସେଜ୍ କୌଣସି ନିର୍ଦ୍ଦିଷ୍ଟ ତାରିଖର ସର୍ଚ୍ଚ କରିବାକୁ ଚାହୁଁଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ଚାଟ୍ ୱିଣ୍ଡୋ ଓପନ୍ କରନ୍ତୁ। ଏବେ ସର୍ଚ୍ଚ ମେସେଜ୍ ଉପରେ ଟ୍ୟାପ୍ କରନ୍ତୁ।
- ସର୍ଚ୍ଚ ବାର୍ର ଡାହାଣ ପାର୍ଶ୍ୱ କୋଣରେ ଏକ କ୍ୟାଲେଣ୍ଡର ଆଇକନ୍ ଦେଖିବାକୁ ପାଇବେ। କ୍ୟାଲେଣ୍ଡର ଆଇକନ୍ ଉପରେ ଟ୍ୟାପ୍ କରି ବର୍ଷ ଓ ମାସକୁ ସିଲେକ୍ଟ କରି ଯେଉଁ ତାରିଖର ମେସେଜ୍ ଆପଣ ସର୍ଚ୍ଚ କରିବାକୁ ଚାହୁଁଛନ୍ତି ତାହା ଦେଇପାରିବେ। ଏହାପରେ ଆପଣଙ୍କୁ ଜମ୍ପ୍ ଟୁ ଡେଟ୍ ଉପରେ ଟ୍ୟାପ୍ କଲେ WhatsApp ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖର ନିର୍ଦ୍ଦିଷ୍ଟ ମେସେଜ୍ ପ୍ରଦାନ କରିବ।
ଏହାବ୍ୟତୀତ ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ଅନ୍ୟ ଆପ୍ରୁ ମିଡିଆ ଡ୍ରାଗ୍ କରି ସିଧାସଳଖ ହ୍ୱାଟ୍ସଆପ୍ ଚାଟ୍ ୱିଣ୍ଡୋରେ ଡ୍ରପ୍ କରିବାର ସୁବିଧା ମଧ୍ୟ ପ୍ରଦାନ କରିଛି। ଏହି ନୂଆ ଫିଚର୍ସକୁ ଲାଟେଷ୍ଟ ଅପଡେଟ୍ ସହ ଉପଲ୍ଲବ୍ଧ କରାଯାଇଛି। ଯଦି ଏହିସବୁ ଅପଡେଟ୍ ବର୍ତ୍ତମାନ ସୁଦ୍ଧା ଆପଣଙ୍କୁ ମିଳି ନାହିଁ, ତା’ହେଲେ ଆଗାମୀ ସମୟରେ ଆପଣ ଏହି ଫିଚର୍ସ ପାଇପାରିବେ। କିଛି ୟୁଜର୍ସଙ୍କ ମୋବାଇଲ୍ରେ ନିଜକୁ ନିଜେ ମେସେଜ୍ କରିବା ଫିଚର୍ସ ଉପଲ୍ଲବ୍ଧ ହୋଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)