ବଡ଼ ଦାବିକଲେ ବିଜେପି ସାଂସଦ ।
ପହଲଗାମ୍ ନରସଂହାର ପରେ ଭାରତ ନେଇଛି କଡ଼ା ପଦକ୍ଷେପ । ପାକିସ୍ତାନକୁ ଜବତ କରିବା ପାଇଁ କଠୋର ହୋଇଛି ଭାରତ । CCS ବୈଠକ ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍ କରି ବଡ଼ ଘୋଷଣା କରିଥିଲେ ।
ଏହାପରେ ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କରିଥିଲା ଭାରତ । ତେବେ ଏହାରି ଭିତରେ ଅନେକ ପାକିସ୍ତାନ ମହିଳା ଭାରତରେ ବିବାହ କରି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବିନା ବୈଧ ଭିସାରେ ରହୁଥିବା ଘଟଣା ସାମ୍ନାକୁ ଆସିଥିଲା ।
ଏମିତିକି ଭାରତରେ ବିବାହ କରିଥିବା ପାକିସ୍ତାନୀ ମହିଳା ମାନେ ଭାରତ ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଥିଲା । ଏହାରି ଭିତରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋସିଆଲ ମିଡ଼ିଆ 'ଏକ୍ସ' ମାଧ୍ୟମରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି ।
ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, 'ପାକିସ୍ତାନୀ ଆତଙ୍କବାଦର ଏକ ନୂତନ ଚେହେରା ଏବେ ସାମ୍ନାକୁ ଆସିଛି । ପାଞ୍ଚ ଲକ୍ଷରୁ ଅଧିକ ପାକିସ୍ତାନୀ ଝିଅ ବିବାହ କରିବା ପରେ ଭାରତରେ ରହୁଛନ୍ତି । ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଭାରତୀୟ ନାଗରିକତା ମିଳିନାହିଁ ।' ଏହାସହ ଭିତରେ ପ୍ରବେଶ କରିଥିବା ଏହି ଶତ୍ରୁମାନଙ୍କ ସହିତ କିପରି ଲଢ଼ିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ପାକିସ୍ତାନୀ ନାଗରିକଙ୍କ ଭାରତ ଛାଡିବା ପାଇଁ ଦିଆଯାଇଥିବା ସମୟ ଶେଷ ହେବା ପରେ ଦୁବେ ଏଭଳି ମନ୍ତବ୍ୟ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୫ ରୁ ୨୭ ମଧ୍ୟରେ ପ୍ରାୟ ୫୩୦ ଜଣ ପାକିସ୍ତାନୀ ନାଗରିକ ଅଟାରୀ ଚେକ୍ ପୋଷ୍ଟ ଦେଇ ପାକିସ୍ତାନ ଫେରିଛନ୍ତି ।
ଅପରପକ୍ଷେ ୭୪୪ ଜଣ ଭାରତୀୟ ନାଗରିକ ୱାଘା ଦେଇ ପାକିସ୍ତାନରୁ ଭାରତ ଫେରିଛନ୍ତି । ଜମ୍ମୁ-କଶ୍ମୀରର ପହଲଗାମରେ ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ।
ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଛି ଏବଂ ଅନେକ କଠୋର ପଦକ୍ଷେପ ନେଇଛି । ଦୁଇ ଦେଶ ମଧ୍ୟରେ ଜଳସମ୍ପଦ ବଣ୍ଟନ ପାଇଁ ଏକ ଐତିହାସିକ ଚୁକ୍ତିନାମା, ସିନ୍ଧୁ ଜଳ ଚୁକ୍ତିନାମାକୁ ସରକାର ସ୍ଥଗିତ ରଖିଛନ୍ତି । ଏହା ବ୍ୟତୀତ ଭାରତ ୨୭ ଏପ୍ରିଲ ସୁଦ୍ଧା ସ୍ବଳ୍ପକାଳୀନ ଭିସାରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ।
ଏହା ପରେ, ଭାରତ ଆସିଥିବା ପାକିସ୍ତାନୀ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରାଯାଇଥିଲା ଏବଂ ଦେଶର ବିଭିନ୍ନ ରାଜ୍ୟରୁ ସେମାନଙ୍କୁ ଚିହ୍ନଟ କରିବା ପରେ ପାକିସ୍ତାନ ପଠାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745825950.jpg)