Advertisment

ସାରା ଦେଶରେ ନୂଆ ଆଇନ୍; ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR, ଜାଣନ୍ତୁ କେଉଁଠି..

ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି।

ଅଦ୍ୟତନ ହୋଇଛି
New criminal codes come into effect from today

new-criminal-laws

Advertisment

ହଟିଲା ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ତେବେ ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR ରୁଜୁ ହୋଇଛି। ଦିଲ୍ଲୀ କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ବିରୋଧରେ ଫୁଟ୍‌ ଓଭର ବ୍ରିଜ ଅବରୋଧ ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

Advertisment

ଆଜିଠୁ ଇତିହାସ ପାଲଟିଯାଇଛି IPC, CrPC ଓ ଏଭିଡେନ୍ସ ଆକ୍ଟ । ଅପରାଧିକ ନ୍ୟାୟ ପ୍ରଣାଳୀରେ ଆମୂଳଚୂଳ ପରିବର୍ତ୍ତନ ସହ ଭାରତୀୟ ଦଣ୍ଡ ବିଧି ଆଇନରେ ବ୍ୟାପକ ସଂସ୍କାର ଅଣାଯାଇଛି। ଏଥିରେ ପୀଡ଼ିତଙ୍କୁ ସର୍ବାଧିକ ୩ ବର୍ଷ ଭିତରେ ନ୍ୟାୟ ମିଳିବା ବ୍ୟବସ୍ଥା ଥିବା ବେଳେ, ବହୁ ଅନାବଶ୍ୟକ ଧାରା ହଟାଇ ଏହାର ସଂଖ୍ୟା ହ୍ରାସ କରାଯାଇଛି ଏବଂ କିଛି ଗୁରୁତ୍ବପୂଣ୍ଣ ନୂଆ ଧାରା ଯୋଡ଼ାଯାଇଛି । କେବଳ ନାଁ ନୁହେଁ, ୩ ନୂଆ ଅପରାଧିକ ଆଇନରେ ବଦଳିଛି ଧାରା ଓ ଦଣ୍ଡବିଧାନ ବ୍ୟବସ୍ଥା।

ଅଧିକ ପଢ଼ନ୍ତୁ: ମନ୍ କୀ ବାତ୍‌ରେ ରଥଯାତ୍ରା, ମହାପ୍ରଭୁଙ୍କ ଆର୍ଶୀବାଦ କାମନା କଲେ ମୋଦି

Advertisment

ନାବାଳିକା ଦୁଷ୍କର୍ମୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜା ବ୍ୟବସ୍ଥା ରହିଛି । ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ମୃତ୍ୟୁ ମାମଲାରେ ଦୋଷୀଙ୍କୁ ୭ ବର୍ଷ ଜେଲରୁ ମୃତ୍ୟୁଦଣ୍ଡ ଯାଏଁ ପ୍ରାବଧାନ ରହିଛି। ସେହିପରି ଦେଶଦ୍ରୋହ ଆଇନରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଏହାର ସଂଜ୍ଞା ବି ବଦଳିବ। ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ବ ଓ ଏକତାକୁ କ୍ଷୂର୍ଣ୍ଣ କରିବା ଭଳି ଅପରାଧ ପାଇଁ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନୂଆ ଆଇନରେ ଆତଙ୍କବାଦକୁ ପରିଭାଷିତ କରାଯାଇଛି ଏବଂ ଏହାକୁ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି ।

କେହି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲେ, ସାଧାରଣ ଜନତା କିମ୍ବା କୌଣସି ବର୍ଗକୁ ଆତଙ୍କିତ କଲେ, ଭାରତ ବା ଅନ୍ୟ କୌଣସି ଦେଶରେ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବା ଉଦ୍ଦେଶ୍ୟରେ କାର୍ଯ୍ୟ କଲେ ଏହାକୁ ଆତଙ୍କବାଦ ଶ୍ରେଣୀଭୁକ୍ତ କରାଯିବାର ବ୍ୟବସ୍ଥା ରହିଛି। ଫେରାର୍ ଓ ପଳାତକ ଅଭିଯୁକ୍ତ ବିରୋଧରେ ବି ଆରମ୍ଭ ହୋଇପାରିବ ମୋକଦ୍ଦମା। କେବଳ ଦଣ୍ଡବିଧାନ ବ୍ୟବସ୍ଥା ନୁହେଁ, ନୂଆ ଆଇନରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ଠୁ ନେଇ କୋର୍ଟ ଚୂଡ଼ାନ୍ତ ରାୟ ଦେବା ପର୍ଯ୍ୟନ୍ତ, ପୂରା ବ୍ୟବସ୍ଥାରେ ଆମୂଳଚୂଳ ସଂସ୍କାର ଆସିବ। ଏଣିକି ପୋଲିସ ସମସ୍ତଙ୍କୁ ଗିରଫ କରିବା ବେଳେ କିମ୍ବା କୋର୍ଟରେ ହାଜିରା ବେଳେ ହାତକଡ଼ି ଲଗାଇପାରିବ ନାହିଁ।

Advertisment

BNS ଧାରା ୪୩ (୩) ଅନୁସାରେ, କେବଳ ଅଭ୍ୟାସଗତ ଅପରାଧୀ, ପୂର୍ବରୁ ଫେରାର୍ ହୋଇଥିବା ଅଭିଯୁକ୍ତ, କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତଙ୍କୁ ହାତକଡ଼ି ଲଗାଇପାରିବ। ଏଥିସହ ହତ୍ୟା, ଦୁଷ୍କର୍ମ, ଏସିଡ୍ ଆଟାକ, ମାନବଚାଲାଣ, ଡ୍ରଗ୍ସ ଓ ଶିଶୁଙ୍କୁ ଯୌନ ଶୋଷଣ ଆଦି ମାମଲାର ଅଭିଯୁକ୍ତଙ୍କୁ ହାତକଡ଼ି ପକାଇହେବ। ଜଣେ ଚାହିଁଲେ ଅନଲାଇନରେ କିମ୍ବା ଜିରୋ-ଏଫ୍ଆଇଆର୍ ବ୍ୟବସ୍ଥା ଅନୁସାରେ ଦେଶର ଯେକୌଣସି ଥାନାରେ ଏତଲା ଦେଇପାରିବେ।୧୫ ବର୍ଷରୁ କମ୍ ଶିଶୁ, ୬୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ ଓ ଗୁରୁତର ଅସୁସ୍ଥଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଘରେ ରହି ପୋଲିସ ସହାୟତା ପାଇପାରିବେ। ଜଣେ ଗିରଫ ହେବା ପରେ ତତ୍କାଳ ଯାହାକୁ ଚାହିଁବେ ଜଣଙ୍କୁ ନିଜ ସ୍ଥିତି ସଂପର୍କରେ ସୂଚନା ଦେଇପାରିବେ।

ଅଧିକ ପଢ଼ନ୍ତୁ: ଆସିଲା ଚିନ୍ତାଜନକ ତଥ୍ୟ; ବିଶ୍ୱର ଏକ ତୃତୀୟାଂଶ ବାଲ୍ୟ ବିବାହ ଭାରତରେ

୯୦ ଦିନ ଭିତରେ ପୋଲିସକୁ ଚାର୍ଜସିଟ୍ ଦାଖଲ କରିବାକୁ ପଡ଼ିବ ଏବଂ କୋର୍ଟ ଚାହିଁଲେ ଏହାକୁ ବଢ଼ାଇପାରିବେ। ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ହେବ। ଶୁଣାଣି ସରିବାର ୩୦ଦିନ ଭିତରେ କୋର୍ଟ ରାୟ ଶୁଣାଇବେ ଏବଂ ଆଉ ୭ ଦିନ ଭିତରେ ଦଣ୍ଡାଦେଶ ଦେବେ। ପୂରା ପ୍ରକ୍ରିୟା ସର୍ବାଧିକ ୩ ବର୍ଷ ଭିତରେ ସରିବ। ୩ ମାସ କିମ୍ବା ତାଠୁ କମ୍ ଜେଲ୍ ଦଣ୍ଡାଦେଶ ଏବଂ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାକୁ ଚାଲେଞ୍ଜ କରି ଉପରକୋର୍ଟକୁ ଯାଇହେବ ନାହିଁ ।୧୮୬୦ ମସିହାରେ IPC, ୧୮୯୮ରେ CRPC ଓ ୧୮୭୨ରେ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ପ୍ରଚଳିତ ହୋଇଥିଲା। ବ୍ରିଟିଶ ଅମଳର ଏହି ଫୌଜଦାରୀ ଆଇନ ବଦଳରେ ୩ ନୂଆ ଆଇନ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ, ଗତ ଡିସେମ୍ବରରେ ବାଜିଥିଲା ରାଷ୍ଟ୍ରପତିଙ୍କ ମୋହର। ଆଜିଠାରୁ ଏହାକୁ ଲାଗୁ କରାଯାଇଛି।

Law Ministry Criminal Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ