/odishatv-khabar/media/post_attachments/uploadimage/library/16_9/16_9_0/AIR_INDIA_1691729505.jpg)
AIR INDIA
ନୂଆ ରୂପରେ ଏୟାର ଇଣ୍ଡିଆ। ଏୟାର ଇଣ୍ଡିଆ ବିଧିବଦ୍ଧ ଭାବେ ନୂଆ ଲୋଗୋ ଲଞ୍ଚ କରିଛି। ନୂଆ ଲୋଗୋକୁ ‘ଦ ଭିଷ୍ଟା’ ନାଁରେ ନାମିତ କରାଯାଇଛି ।ଏହାସହ ବିମାନର ଶେଷ ଅଂଶ ଯାହାକୁ ଟେଲ୍ କୁହାଯାଏ, ସେହି ରଙ୍ଗ ଓ ଡିଜାଇନରେ ବି ପରିବର୍ତ୍ତନ କରାଯାଇଛି । ଭାରତ ସରକାରଙ୍କଠୁ ଟାଟା ପାଖକୁ ଏୟାର ଇଣ୍ଡିଆ ଯାଇଛି। ଏହାର ଉଡ଼ାଣ ମାନକୁ ଉନ୍ନତ କରିବା ଏବଂ ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଟାଟା ସନସ ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନ୍ ।
ଏୟାର ଇଣ୍ଡିଆର ପ୍ରତିଟି କର୍ମଚାରୀଙ୍କୁ ଗୁରୁତ୍ୱ ଦେବାକୁ ଚେଷ୍ଟା କରାଯିବା ସହ ଏୟାର ଇଣ୍ଡିଆର ପୂର୍ବ ଗୌରବକୁ ଟାଟା ଫେରାଇ ଆଣିବ ବୋଲି ସେ ଦୋହରାଇଛନ୍ତି । ଏୟାର ଇଣ୍ଡିଆ ବିପୁଳ କ୍ଷତି ସହିବା ପରେ ଏହାକୁ ନିଜ ଅଧିନକୁ ନେଇଛି ଟାଟା କମ୍ପାନୀ ।
ଗତ ବର୍ଷ ଆରମ୍ଭରୁ ଏୟାର ଇଣ୍ଡିଆକୁ ନିଜ ଅଧିନକୁ ନେଇଥିଲା ଟାଟା । ବିଧିବଦ୍ଧ ଭାବେ କେନ୍ଦ୍ର ସରକାର ଟାଟା ଗ୍ରୁପ୍କୁ ହସ୍ତାନ୍ତର କରିଥିଲେ ଏୟାର ଇଣ୍ଡିଆ । ଏସଂପର୍କିତ ସବୁ କାଗଜପତ୍ର ଓ ଆଇନଗତ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା କହିଥିଲେ ଡିପାର୍ଟମେଣ୍ଟ ଅଫ୍ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ତୁହିନକାନ୍ତ ପାଣ୍ଡେ ।
ଟାଟା ଗ୍ରୁପକୁ ଏୟାର ଇଣ୍ଡିଆ ଫେରିଥିବାରୁ ପୁରା ଗ୍ରୁପ ବହୁତ ଖୁସି ବୋଲି କହିଥିଲେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ । ଏୟାର ଇଣ୍ଡିଆକୁ ବିଶ୍ୱସ୍ତରୀୟ ଏୟାର୍ ଲାଇନ୍ସ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏୟାର ଇଣ୍ଡିଆ ସଂପୂର୍ଣ୍ଣ ଭାବେ ଟାଟା ହାତକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ଟାଟା ସନ୍ସ ଚେୟାରମ୍ୟାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)