/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643951834.jpg)
NEET PG Exam Postponed
ଏବେ ହେବନି ନିଟ୍ ପିଜି ପରୀକ୍ଷା। ଚଳିତବର୍ଷ ହେବାକୁ ଥିବା ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା ହେବାର ଥିଲା।
୨୦୨୨ ନିଟ୍ ପିଜି ପରୀକ୍ଷାକୁ ଘୁଞ୍ଚାଇବାକୁ ସାରା ଦେଶରେ ଦାବି ହୋଇଥିଲା। ନିଟ୍ ପରୀକ୍ଷାର୍ଥୀ ଓ ଜୁନିୟର ଡାକ୍ତର ଆସୋସିଏସଏନ୍ ପକ୍ଷରୁ ଦେଶରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। କାରଣ, ୨୦୨୧ରେ ହୋଇଥିବା ନିଟ୍ ପିଜି ପରୀକ୍ଷା ପାଇଁ ଆଡମିଶନ୍ ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି।
ପୂର୍ବ ବର୍ଷର ଆଡମିଶନ୍ ସରିନଥିବାରୁ ପୁଣି ଚଳିତ ବର୍ଷର ପରୀକ୍ଷା କରିବା ଦ୍ୱାରା ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିଲା। ଏସମ୍ପର୍କରେ ଦାବି ଜୁନିୟର ଡାକ୍ତର ସଂଘକେନ୍ଦ୍ର ସରକାରଙ୍କୁ ଜଣାଇଥିଲା। ଫଳରେ ନିଟ୍ ପିଜି ପରୀକ୍ଷାକୁ ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଗତ ଜାନୁଆରୀରେ NEET କାଉନସେଲିଂ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଥିଲେ। ପିଜି ଡାକ୍ତରୀ ଶିକ୍ଷାରେ ନାମଲେଖା କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ-ଓବିସିଙ୍କ ପାଇଁ ୨୭% ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦% ସଂରକ୍ଷଣର ସାମ୍ବିଧାନିକ ବୈଧତା ରହିବ ବୋଲି ସୁପ୍ରିମକୋର୍ଟ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)