Advertisment

ମହଙ୍ଗା ପଡ଼ିବ କି ପରୀକ୍ଷାର୍ଥୀଙ୍କ ଅନ୍ତଃବସ୍ତ୍ର ଚେକିଂ ?

ନିଟ୍ ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ବାହାର କରି ଯାଞ୍ଚ କରାଯିବା ଘଟଣାର ତଦନ୍ତ ହେବ। ଘଟଣାର ସତ୍ୟାସତ୍ୟ ଯାଞ୍ଚ ହେବ।

author-image
Rajalaxmi Sahoo
NEET exam centre innerwear removal case: NTA constitutes fact-finding team

NEET exam centre innerwear removal case: NTA constitutes fact-finding team

ନିଟ୍ ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ବାହାର କରି ଯାଞ୍ଚ କରାଯିବା ଘଟଣାର ତଦନ୍ତ ହେବ। ଏଥିପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯଇଛି।  ଏହି କମିଟି କେରଳର କୋଲାମ ପରୀକ୍ଷା କେନ୍ଦ୍ରକୁ ଯାଇ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବ।

Advertisment

ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଆଲୋଚନା କରିବ। କମିଟିର ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷେ, ଏହି ଘଟଣାରେ ୫ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ୫ ମହିଳା ରବିବାର ପରୀକ୍ଷା କେନ୍ଦ୍ରରେ ଦାୟିତ୍ୱରେ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ବାହାର ଏଜେନ୍ସିର ହୋଇଥିବା ବେଳେ ୨ ଜଣ ସେହି ଅନୁଷ୍ଠାନର ବୋଲି ଜଣାପଡ଼ିଛି।

Advertisment

ସୂଚନାଥାଉ କି, କେରଳ କୋଲାମ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଯାଞ୍ଚ ବେଳେ ଅନ୍ତଃବସ୍ତ୍ର ବାହାର କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। 

NEET NEET Row Kerala NEET Row
Advertisment
Advertisment