Advertisment

ବାପା ମାଆଙ୍କୁ ପ୍ରଥମଥର ବିମାନରେ ବସାଇଲେ ନୀରଜ ଚୋପ୍ରା,ସତ ହେଲା ସ୍ୱପ୍ନ

ବାପା ମାଆଙ୍କର ସ୍ୱପ୍ନ ପୂରଣ କଲେ ନୀରଜ । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ହରିୟାଣାର ନୀରଜ ଚୋପ୍ରାଙ୍କ ଏକ ଛୋଟ ସ୍ୱପ୍ନ ଆଜି ପୂରଣ ହୋଇଛି । ସେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି । ଏକ ଚାର୍ଟାଡ ଫ୍ଲାଇଟରେ ନୀରଜ ତାଙ୍କ ବାପା ମାଆଙ୍କ ସହିତ ଫଟୋ ସେୟାର କରିଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Neeraj Chopra's parents

Neeraj Chopra's parents

ନୂଆଦିଲ୍ଲୀ: ବାପା ମାଆଙ୍କର ସ୍ୱପ୍ନ ପୂରଣ କଲେ ନୀରଜ । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ହରିୟାଣାର ନୀରଜ ଚୋପ୍ରାଙ୍କ ଏକ ଛୋଟ ସ୍ୱପ୍ନ ଆଜି ପୂରଣ ହୋଇଛି । ସେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି । ଏକ ଚାର୍ଟାଡ ଫ୍ଲାଇଟରେ ନୀରଜ ତାଙ୍କ ବାପା ମାଆଙ୍କ ସହିତ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦର୍ଶାଇଛନ୍ତି ଯେ ତାଙ୍କର ଏକ ସ୍ୱପ୍ନ ପୂରଣ ହୋଇଛି । ନୀରଜ ସେୟାର କରିଥିବା ଫଟୋରେ ନୀରଜଙ୍କ ବାପା ମାଆ ଏକ ବିମାନ ବନ୍ଦରରେ ବସିଛନ୍ତି ,ଏହି ଫଟୋ ସେ ଟୁଇଟ୍ କରି ସେ ଲେଖିଛନ୍ତି ଯେ 'ଆଜି ଜୀବନର ଏକ ସ୍ୱପ୍ନ ସାକାର ହେଲା,ଯେତେବେଳେ ମୁଁ ମୋ ବାପା ମାଆଙ୍କୁ ପ୍ରଥମ ଥର ବିମାନରେ ବସାଇଲି' । ସମସ୍ତଙ୍କ ଆର୍ଶିବାଦ ଓ ପ୍ରାର୍ଥନା ପାଇଁ ମୁଁ ସର୍ବଦା କୃତଜ୍ଞ ।

Advertisment
ନୀରଜଙ୍କ ସହିତ ତାଙ୍କ ବାପା ଓ ମାଆନୀରଜଙ୍କ ସହିତ ତାଙ୍କ ବାପା ଓ ମାଆ

ନୀରଜ ଟୋକିଓ ଅଲମ୍ପିକ୍ସରୁ ଫେରିବା ପରେ ତାଙ୍କୁ ଦେଶର କୋଣ ଅନୁକୋଣରୁ ସମ୍ମାନ ଓ ଶୁଭେଚ୍ଛା ମିଳିଥିଲା । ବହୁ ବ୍ୟସ୍ତତା ଭିତରେ ନୀରଜଙ୍କୁ ସମ୍ମାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡୁଛି । ଏହି କାରଣରୁ ନୀରଜ ତାଙ୍କ ପରିବାରକୁ ସମୟ ଦେଇ ପାରୁ ନାହାଁନ୍ତି । ପରିବାର ସହିତ ସମୟ ବିତାଇବା ପାଇଁ ନୀରଜ ୨୦୨୧ରେ ଆୟୋଜିତ ହେବାକୁ ଥିବା ଅନେକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଥିଲେ । କିନ୍ତୁ ୨୦୨୨ରେ ଆୟୋଜିତ ହେବାକୁ ଥିବା କମନ ୱେଲଥ୍ ଗେମ୍‌ରେ ଅଂଶ ଗ୍ରହଣ କରିବେ ନୀରଜ ।

ଅଗଷ୍ଟ ୭ ତାରଖରେ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ । ନୀରଜଙ୍କ ଘର ହରିୟାଣାର ପାନିପତ୍ ଜିଲ୍ଲାର ଖନ୍ଦ୍ରା ଗାଁରେ । ନୀରଜ  ୧୯୯୭ ମସିହା ଡିସେମ୍ବର୨୪ ତାରିଖରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସତୀଶ କୁମାର ଜଣେ କୃଷକ ହୋଇଥିବା ବେଳେ ମାତା ସରୋଜ ଦେବୀ ଜଣେ ଗୃହିଣୀ ଅଟନ୍ତି । ନୀରଜ ଚଣ୍ଡିଗଡ଼ର ଡିଏଭି କଲେଜରୁ ଶିକ୍ଷା ସମାପ୍ତ କରିଥିଲେ।

Advertisment
New Delhi Neeraj Chopra's Parents
Advertisment
Advertisment